ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ରେ ସ୍ୱାଭିମାନ ଦିବସ ପାଳିତ 

ଢେ଼ଙ୍କାନାଳ(ମ ସୀ ହା)୨୮/୦୪_ନୂଆଭୁବନ ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ମଧୁ କଥା ଓ ବ୍ୟଥା ସଂପର୍କିତ ଆଲୋଚନା | ଭୁବନ ଅଂଚଳ ର ଦଶଟି ବିଦ୍ୟାଳୟର ୪୦ ଜଣ ବିଦ୍ୟର୍ଥୀ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ |କୃତି ପ୍ରତିଯୋଗୀ ମାନଙ୍କୁ ପୂରସ୍କୃତ କରାଯାଇଥିଲା | ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ବିପିନ ବାରିକ କମଳ ଲୋଚନ ମହାରଣା ତାପସ ସିଂ ସାମନ୍ତ | ଆମ ଓଡ଼ିଶା ର ଭୁବନ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଡ଼କ୍ଟର ଅଂଶୁମାନ ମହାପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର , ବୁଦ୍ଧଦେବ ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ ଚନ୍ଦ୍ର ତୋଷ, ଭୁବନ ଓକିଲ ସଂଘ ର ପୂର୍ବତନ ସଭାପତି ସନାତନ ଗୁରୁ ବାବୁଲି କୁମାର ସେଠି , ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀଧର ବେହେରା, ସୁରକ୍ଷା ଟ୍ରଷ୍ଟର ଅଧକ୍ଷ ରଥ ସେଠି ଅଧ୍ୟାପକ ଡକ୍ଟର ସୁବାସ ନାୟକ ବିନୋଦ ମହାରଣା ପ୍ରଦୀପ ଦାସ, ଚିତ୍ତ ରଞ୍ଜନ ମିଶ୍ର , ପ୍ରଶାନ୍ତ ଦିବେଦୀ ଯୋଗ ଦେଇଥିଲେ | ଅଚୁତାନନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ | କୃତି ପ୍ରତିଯୋଗୀ ମାନେ ହେଲେ ବକ୍ତୃତାରେ ଶୁଭଶ୍ରୀ ପୃଷ୍ଟି ପ୍ରଥମ ଅଙ୍କିତା ଶୁଭଦର୍ଶନୀ ସାହୁ ଦ୍ୱିତୀୟ , ଆଳିଦା ସାହୁ ତୃତୀୟ ହୋଇଥିବା ବେଳେ ପ୍ରବନ୍ଧରେ ଶୁଭଶ୍ରୀ ପୃଷ୍ଟି ପ୍ରଥମ, ଆଦ୍ୟାଶା ବେହେରା, ଦ୍ୱିତୀୟ ମଧୁସ୍ମିତା ସାଥୁଆ ,ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ |

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଓଡ଼ିଶା ୟୁଏସ୍ଆଇ ସଂଗଠନ ଓ ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ

ବିଶୋଇ ଥାନା! ନିଆଁ ରେ ପୋଡ଼ି ମହିଳା ମୃତ

masiha

ବଦଦିନ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!