କାମାକ୍ଷାନଗର (ମ ନି ସ)1/5/23 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମାଳପୁରା ଗ୍ରାମ ନୀଳମାଧବ ପୁର କେନ୍ଦୁ ପୋଡି କାର୍ଯ୍ୟା ଳୟ ଠାରେ ଶତାଧିକ କେନ୍ଦୁ ପତ୍ର ତୋଳାଳୀ ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀ ମେନେ କଳା ବେୟାଚ ପରିଧାନ କରି ସରକାର ଙ୍କ ପାଖରେ କେତେ ଗୁଡିଏ ଦାବି ପୁରା କରିବା ପାଇଁ ଦାବି ରଖିଥିଲେ ଦାବି ଗୁଡିକ ହେଲା ପତ୍ର ମୂଲ୍ୟ ବୃଦ୍ଧି ସର୍ବନିମ ମଜୁରୀ ବୃଦ୍ଧି ,ଟି ଏ ବୃଦ୍ଧି, ଜି ଏସ ଟି ଉଛେଦ ଓ ଫେରସ୍ତ ସର୍ତ୍ତାବଳୀ ଲାଗୁ, କନ୍ୟା ବିବାହ ସହାୟତା ରାଶି ଦେବା ପାଇଁ ସରକାର ଙ୍କ ପାଖରେ ରେ ଦାବି ରଖିଛନ୍ତି l ଆଜି ସମଗ୍ର ରାଜ୍ୟ ଓ ଦେଶ ଯେତେ ବେଳେ ଶ୍ରମିକ ଦିବସ ପାଳୁ ଥିବା ବେଳେ କେନ୍ଦୁ ପତ୍ର ତୋଳାଇ ମାନେ ନିଜ ହକ ପାଇଁ ଆନ୍ଦୋଳନ କୁ ବାହାରିବାକୁ ପଡୁଛି l ସମ୍ପାଦକ ମକରଧ୍ୱଜସାହୁ ଓ ବରୁଣ ଧର ସାହୁଙ୍କ ନେତୃତ୍ଵରେ ବୈଠକ ଟି ଅନୁଷ୍ଠିତ ହୋଇ ଥିଲା l ଆଗାମୀଦିନରେ ଶ୍ରମିକ ମାନଙ୍କର ଦାବି ପୂରଣ ନହେଲେ ରାଜରାସ୍ତାକୁ ଓଲ୍ଲାଇ ପ୍ରତିବାଦ କରିବେ ବୋଲି ଆହ୍ୱାନ ଦେଇଛନ୍ତି ଦେଖିବାକୁ ବାକି ରହିଲା କେନ୍ଦୁ ପତ୍ର ତୋଳାଳୀ ଶ୍ରମିକମାନଙ୍କ ଦାବି କେବେ ପୁରା ହେଉଛି ଓ ଉପରିସ୍ଥ କର୍ମଚାରି lଙ୍କ ନଜର କେବେ ପଡୁଛି l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ