ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଲଭ୍ ଇନ୍ ଲଣ୍ଡନ’ର ମ୍ୟୁଜିକ ରିଲିଜ, ଏଥର ରଜ ସୁପରଷ୍ଟାର ଅନୁଭବ ସହ

ଭୁବନେଶ୍ଵର -:  ବହୁ ପ୍ରତୀକ୍ଷିତ ‘ଲଭ୍ ଇନ୍ ଲଣ୍ଡନ’ର ସଙ୍ଗୀତ ଲୋକାର୍ପଣ ଭୁବନେଶ୍ବରସ୍ଥିତ ଏସପ୍ଲାନେଡ୍ ପରିସରରେ ବର୍ଣାଢ୍ୟ ପରିଵେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁପରଷ୍ଟାର ଅନୁଭବ ମହାନ୍ତି, ହିରୋଇନ ସ୍ୱପ୍ନା ପ୍ରିୟଦର୍ଶିନୀ, ନିର୍ଦ୍ଦେଶକ ତାପସ ସରଘରିଆ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ପ୍ରଯୋଜକ ତଥା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚ୍ଚି ମହାପାତ୍ର, ପ୍ରଯୋଜକ ଟୁଟୁ ନାୟକ, ଡେଲିଭରି ବୟ ର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି, ଗ୍ଲାମର ୭୭ ର ନିର୍ଦ୍ଦେଶକ ସଞ୍ଜୟ, ମହାକୁଡ଼, ଏଥିପୂର୍ବରୁ ଅନୁଭବ ମହାନ୍ତି ଏବଂ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ଆମର ମ୍ୟୁଜିକ ଅଫିସିଆଲ ୟୁଟିଉବ ଚ୍ଯାନେଲରେ ରିଲିଜ୍ ହୋଇ ବେଶ୍ ଲୋକପ୍ରିୟତା ହାସଲ କରି ସାରିଛି | ଆସନ୍ତା ଜୁନ ୧୪ ରଜ ଅବସରରେ ଫିଲ୍ମ *ଲଭ୍ ଇନ୍ ଲଣ୍ଡନ୍* ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଅଛି ପ୍ରେମ, ରୋମାନ୍ସ, ସୁସପେନ୍ସ ଓ ଫାଇଟ୍ ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ। 

ଜେ.ବି. ଫିଲ୍ମ୍ସ ଓ ଆମରା ମ୍ୟୁଜିକ ବ୍ୟାନର ରେ, ନବୀନ ଭଣ୍ଡାରି ଓ ଜେ. ବର୍ଖା ପ୍ରଯୋଜିତ ଏହି ଭିନ୍ନ ଧରଣର ରୋମାଣ୍ଟିକ ଫିଲ୍ମ, ‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ । ଏହାର ଅନ୍ୟତମ ନାୟିକା ହେଲେ ସୌମ୍ୟା ସଚ୍ଚଦେବ । ତାପସ ସରଘରିଆ ନିଜେ ଫିଲ୍ମର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି । ଗୀତର ସ୍ବର ସଜାଇଛନ୍ତି ବୈଦ୍ୟନାଥ ଦାଶ, ଅସଦ ନିଜାମ ଓ ସୋମେଶ ଶତପଥୀ।

ଫିଲ୍ମର ଫାଷ୍ଟ ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ଚହଳ ପକାଇଥିଲା ଏଥିରେ ନଜର ଆସିଥିଲା ଅନୁଭବଙ୍କ ଏକ ଲିପକିସ୍ ସିନ୍ । ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ବରେ ଥିବା ମିଡ଼ିଆ ପ୍ଲାନର୍ ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି କି ଏହି ଫିଲ୍ମର ଖାସ କଥା, ଫିଲ୍ମର ସୁଟିଂ ଲଣ୍ଡନରେ ଓ ବାରିପଦାରେ ହୋଇଥିବା ବେଳେ ଓଲିଉଡ ର ଭାଇଜାନ ୨୦୧୯ ପରେ ପୁଣି ଥରେ ଏହି ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ କମ୍ ବ୍ୟାକ୍ କରୁଥିବାରୁ ‘ଲଭ ଇନ୍ ଲଣ୍ଡନ’ ଓଡ଼ିଶାରେ ଏଇ ବର୍ଷର ସବୁଠାରୁ ବଡ଼ ହିଟ୍ ନିଶ୍ଚୟ ହେବ ।

ଭୁବନେଶ୍ଵର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

‘ମହର୍ଷି’ ପାଇଁ ରାଜ୍ୟପାଳଙ୍କ ଆଶୀର୍ବାଦ ଲାଭ କଲେ ଅଭିନେତା ଚନ୍ଦନ

ସ୍ୱସ୍ତି ଝଙ୍କାର ନାଟକ ମହୋତ୍ସବ , ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଅନନ୍ୟ ‘ 

Sunil Chandra Nayak

ଜଣା ଅଜଣା…. ଭାରତର ସବୁଠାରୁ ସ୍ଲୋ ଚାଲୁଥିବା ନୀଳଗିରି ମାଉଣ୍ଟେନ୍ ଟ୍ରେନ , ଘଣ୍ଟାକୁ ମାତ୍ର ୯ କିଲୋମିଟର ହିଁ ଯାଇଥାଏ ଏହି ଟ୍ରେନ

Sunil Chandra Nayak

Leave a Comment

error: Content is protected !!