ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଶିଶୁ ଙ୍କ ପାଇଁ ଦିନଟିଏ “ପାଳନ ଅବସରରେ “ବାଲ୍ୟ ବିବାହ ଓ ବେଟି ବଚାଓ ବେଟି ପଢ଼ାଓ ” ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଭବାନୀପାଟଣା ତା ୧୬.୫.୨୦୨୩: ବାଲ୍ୟ ବିବାହ କୁ ପ୍ରତିରୋଧ ଏବଂ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଦ୍ଵାରା ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ଏହି ଅବସରରେ ଆଜି ସ୍ଥାନୀୟ ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର ଅଧ୍ୟକ୍ଷ ରୂପେ ଯୋଗ ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଲନ୍ଦୁ ମହାପାତ୍ର ବାଲ୍ୟ ବିବାହ କୁ ପ୍ରତିରୋଧ କରିବା ଏବଂ ଏହା ବିରୁଦ୍ଧରେ ଏକ ଜନ ସଚେତନତା ଅଭିଯାନ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ବିବରଣୀ ଦେବା ସହ ୨୦୨୩-୨୪ ଆର୍ଥିକ ବର୍ଷ ରେ” ବେଟି ବଚାଓ ବେଟି ପଢାଓ” ଏବଂ” ବାଲ୍ୟ ବିବାହ ପ୍ରତିରୋଧ” ନିମନ୍ତେ ଜିଲ୍ଲା କାର୍ଯ୍ୟାନୁଷ୍ଠାନ ଯୋଜନା ଓ ଅନୁମୋଦିତ ଅର୍ଥ କୁ ପାଠ କରିଥିଲେ।

ବୈଠକ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ଡି ସି ପି ଓ,ଡି ଇ ଓ, ଡି ଏଲ ଓ, ସି ଡି ଏମ ଓ, ଡି ଏସ୍ ଡ ବ୍ଲୁ ଓ ତଥା ଟାସ୍କ ଫୋର୍ସ ସଭ୍ୟ ଅଧିକାରୀ , ଏନ୍ ଜି ଓ କର୍ମକର୍ତ୍ତା ଙ୍କୁ ବାଲ୍ୟ ବିବାହ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଜନ ସଚେତନତା ସୃଷ୍ଟି, , ବିଦ୍ୟାଳୟ/ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ “ବାଲ୍ୟ ବିବାହ କୁ ନା କହିବା” ବାର୍ତ୍ତା , ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ର ସନ୍ତାନ ମାନଙ୍କ ତାଲିକା, ପୋଷ୍ଟର, ହୋର୍ଡିଙ୍ଗ, ୱାଲ୍ ପେଣ୍ଟିଂରେ ସଚେତନତା ବାର୍ତ୍ତା,ଭ୍ରାମ୍ୟମାଣ ଗାଡ଼ିରେ ପ୍ରଚାର, ସିଡ଼ିପିଓ ଙ୍କ ଦ୍ଵାରା ବିଶେଷ ପଦକ୍ଷେପ ଗ୍ରହଣ କରିବାକୁ ସଭାର ଅଧ୍ୟକ୍ଷ ଶ୍ରୀ ସଚିନ ପାୱାର କହିଥିଲେ।ଗ୍ରାମ ପଂଚାୟତ ଓ ବ୍ଲକ୍ ସ୍ତରରୁ ସମସ୍ତ କିଶୋରୀ ମାନଙ୍କୁ ତାଙ୍କର ଅଧିକାର, ଭବିଷ୍ୟତ,ବିବାହର ଉପଯୁକ୍ତ ବୟସ,ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବା ସଙ୍ଗେ ସଙ୍ଗେ ବାଲ୍ୟ ବିବାହ କୁ ପ୍ରୋତ୍ସାହନ ଦେଲେ କି ପ୍ରକାର ଆଇନଗତ ଅସୁବିଧା ଭୋଗ କରିବାକୁ ପଡିବ ତାହା ଉପରେ କହିବାକୁ ସି ଡି ପି ଓ ,ଅଙ୍ଗନବାଡ଼ି କର୍ମୀମାନେ ଗ୍ରାମ ସଭା ଦ୍ଵାରା ପଦକ୍ଷେପ ନେବାକୁ କୁହାଗଲା। ବାଲ୍ୟ ବିବାହ ମୁଖ୍ୟତଃ ଦାରିଦ୍ର୍ୟତା, ସ୍ୱଳ୍ପ ଆୟ, ଯୌତୁକ ପ୍ରଥା, ଲିଙ୍ଗଗତ ଅସମାନତା, ଅଜ୍ଞାନତା, ଶିକ୍ଷା ର ଅଭାବ,ସାମାଜିକ ପରମ୍ପରା, ଦାଦନ, ଅଧାରୁ ପାଠ ଛାଡିଥିବା କାରଣରୁ ହୋଇଥାଏ।

କଳାହାଣ୍ଡି ଜିଲ୍ଲାରେ ୨୦୨୨-୨୩ ରେ ୧୩ ଟି ବାଲ୍ୟ ବିବାହକୁ ରୋକାଯାଇ ନାବାଳିକା କୁ ଉଦ୍ଧାର କରାଯାଇଛି। କନ୍ୟା ସନ୍ତାନଙ୍କୁ ପ୍ରୋତ୍ସାହନ ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ଗ୍ରହଣ କରିଥିବା କନ୍ୟା ସନ୍ତାନଙ୍କ ପିତା ମାତା ଙ୍କୁ new born kit ଦିଆଯାଉଛି।ବିଶେଷ ପଦକ୍ଷେପ ଭାବେ ଅଦ୍ଵିକା ସ୍କିମ , ସ୍କୁଲ ପରିଚାଳନା କମିଟି,କିଶୋରୀ ସ୍ବାସ୍ଥ୍ୟ ମେଳା, ଏନ୍ ଏସ ଏସ, ଏନ୍ ସି ସି , ନେହେରୁ ଯୁବ କେନ୍ଦ୍ର, ଚାଇଲ୍ଡ ଲାଇନ ସଭ୍ୟ, କର୍ତ୍ତବ୍ୟ ଅନୁଷ୍ଠାନ,ସେବା ଜଗତ, ଶିଶୁ କଲ୍ୟାଣ ସମିତି ସଭ୍ୟ ଏବଂ child line help no ୧୦୯୮ ସହାୟକ ହୋଇଛି।ସଭାରେ ଉପ ଜିଲ୍ଲାପାଳ,ଧର୍ମଗଡ ଶ୍ରୀ ବେଦ ଭୂଷଣ ଙ୍କ ସମେତ ସି ଡି ଏମ ଓ, ଡି ଏସ ଡ ବ୍ଲୁ ଓ, ଡେପୁଟି ସି ଇ ଓ ଓର୍ମାସ, ଡି ପି ଏମ (ଓ ଏଲ ଏମ), ଡି ଆଇ ପି ଆର୍ ଓ, ସଂଯୋଜକ,ନେହେରୁ ଯୁବ କେନ୍ଦ୍ର, ଏ ଡି ଇ ଓ, ଡି ଏଲ ଓ,ଡି ପି ସି (ମିସନ ଶକ୍ତି ) ଶିଶୁ କଲ୍ୟାଣ କମିଟି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ  

Sunil Chandra Nayak

ସହ ସହ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଅର୍ଦ୍ଧ ଖଣ୍ଡିଆ କାମ ହୋଇ ପଡି ରହିଛି ସରିବ କେବେ 

Sunil Chandra Nayak

ବୁଥ୍ ମୁହାଁ ହେଲେ ବୁଥ୍ ପରିଚାଳନା ଅଧିକାରୀ

masiha

Leave a Comment

error: Content is protected !!