ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମି ମରାମତି ନାରେ ଖାଇଗଲେ ଟଙ୍କା ! ଜମି ମାଲିକଙ୍କ ଅଭିଯୋଗ

ଏ ନେଇ ପିଇଓଙ୍କୁ ପଚାରିଲେ ସାମ୍ବାଦିକଙ୍କୁ ଧମକ 

ଗୋଳାମୁଣ୍ଡା ତା ୨୫/୫ /ନିର୍ଭୟ, ନିରପେକ୍ଷତା ମସିହା//କେନ୍ଦ୍ର ଓ ରାଜ୍ୟ ସରକାର ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ପଞ୍ଚାୟତର ପିଇଓ,ଜିଆରଏସ ଏବଂ ଗାଁ ସାଥି ଆତ୍ମସାତ କରୁଥିବା ନେଇ ଜମି ମାଲିକଙ୍କ ଅଭିଯୋଗ ହେଉଛି । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତର ଅଶୋକ ଘି ଙ୍କ ଜମି ମରାମତି କରିବାକୁ ପଞ୍ଚାୟତ ସ୍ତରରୁ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ଅଶୋକ ନିଜ ଜମି ମରାମତିରେ ୩୩ ହଜାର ଟଙ୍କାର କାମ ସାରିଥିବା ବେଳେ ଅବଶିଷ୍ଟ ୧୭ ହଜାର ଟଙ୍କା ମାଟି କାମ କରିବାକୁ ପଞ୍ଚାୟତର ଗାଁ ସାଥି ଦଧିବଲ ନାଏକଙ୍କୁ ଜଣାଇଥିଲେ। ୧୭ ହଜାର ଟଙ୍କାର ମାଟି କାମ କରାଯିବ ନାହିଁ ଏହା ପଞ୍ଚାୟତର ଲାଞ୍ଚ ବୋଲି ଗାଁସାଥି ଜମି ମାଲିକଙ୍କୁ କହିଥିଲେ । ଏକଥା ଶୁଣି ମନରେ ଭାଙ୍ଗି ପଡ଼ିଥିଲେ । ପଞ୍ଚାୟତର ଏଭଳି କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକାଶ କରି ୫ଟି ସଚିବ ଭି କେ ପଣ୍ଡିଆନଙ୍କୁ ଗତ ତା୨୧/୫/୨୩ରିଖ ଦିନ ଏକ ଲିଖିତ ଅଭିଯୋଗ କରିଥିବା ନିଜେ ଜମି ମାଲିକ ପ୍ରକାଶ କରିଛନ୍ତି । ପଣ୍ଡିଆନଙ୍କୁ ଦେଇଥିବା ଲିଖିତ ଅଭିଯୋଗରେ ଗ୍ରାମର ଚେତକ ଭୋଇ, ସୁନ୍ଦର ଲାଲ ଚଣ୍ଡୀ, ଘସେନ ଗଡ଼ତୀୟା କାମ ନ କରି ସେମାନଙ୍କ ନାମରେ ଡିମାଣ୍ଡ ହୋଇଥିବା ଦର୍ଶାଇଥିଲେ । ପଞ୍ଚାୟତର ଏ ଭଳି କାର୍ଯ୍ୟକଳାପ ଉପରେ ଗ୍ରାମର ଜୟ ବାରିକ, ଉଦିଆ ନିଆଲ ସମେତ ଅନେକ ବୁଦ୍ଧିଜୀବି ମଧ୍ୟ ଅସନ୍ତୋଷ ପ୍ରକାଶ କରି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି । ଜମି ମାଲିକ ଓ ଗ୍ରାମର ବୁଦ୍ଧିଜୀବିଙ୍କ ପ୍ରତିକ୍ରୟାକୁ ନେଇ ପିଇଓ ପ୍ରଶାନ୍ତ ନାଏକଙ୍କୁ ଫୋନ ଯୋଗେ ଯୋଗାଯୋଗ କଲେ ଓଲଟା ଗଣମାଧ୍ୟମକୁ ଧମକ ଦିଆଯାଉଛି,ମୋର ଦାୟିତ୍ୱରେ ଥିବା ପଞ୍ଚାୟତରେ ସାମ୍ବାଦିକ ନିଉଜ୍ କଲେ ସମସ୍ୟା ସୃଷ୍ଟି ହେବ ବୋଲି ପିଇଓ ମୋବାଇଲିରେ କହି ଥିଲେ । ଏ ନେଇ ଗୋଳାମୁଣ୍ଡା ବ୍ଲକ ସମସ୍ତ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବୋଧେ ପିଇଓ ପଞ୍ଚାୟତର ଦୁର୍ନୀତିକୁ ଲୁଚାଇବାକୁ ସାମ୍ବାଦିକଙ୍କୁ ଭୟ ଦେଖାଇବା ପାଇଁ ଏଭଳି ଶବ୍ଦ ବ୍ୟବହାର କରି ନାହାନ୍ତି ତ ବୋଲି ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି । ଗଣମାଧ୍ୟମ ହେଉଛି ଭାରତ ସମ୍ବିଧାନର ଚତୁର୍ଥ ସ୍ତମ୍ବ । ଦେଶର ଅନେକ ସମସ୍ୟା ଗଣମାଧ୍ୟମ ବଳରେ ସରକାରଙ୍କ ଦୃଷ୍ଟିରେ ଆଣିବା ସାମ୍ବାଦିକତାର ମୁଖ୍ୟ ଧର୍ମ । ସାମ୍ବାଦିକ ଙ୍କୁ ଧମକ ଦେବାକଥା ଶୁଣି ଅଞ୍ଚଳର ବୁଦ୍ଧିଜୀବି ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ଉଚ୍ଚ ସ୍ତରୀୟ ତଦନ୍ତ କରି ଫରଙ୍ଗ ଗ୍ରାମ ପଞ୍ଚାୟତରେ ହୋଇ ଥିବା ମନରେଗା କାମର ସମ୍ପୂର୍ଣ୍ଣ ତଦନ୍ତ କରି ଦୁର୍ନୀତିରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଫରଙ୍ଗ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଭାଗବତ ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧ ଵାର୍ଷିକ ଉତ୍ସବ ରେ ଠାକୁର ଅଭିରାମ ପରମହଂସଙ୍କ ସତ୍ ସଙ୍ଗ ଅନୁଷ୍ଠିତ

masiha

ଲୋକଙ୍କ ୫୬ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

masiha

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କର ୧୩୬ ତମ ଜନ୍ମମହାମହୋତ୍ସବ ତଥା ରାଇରଙ୍ଗପୁର ସତସଙ୍ଗ ବିହାରର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!