ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ୍ ଦୁର୍ଘଟଣା, ଚାଳକ ଗୁରୁତର ଥିବାବେଳେ ଜଣେ ଆହତ

ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନ ରୁପ୍ରା ବାଲିପଡା ରାସ୍ତାର ରୁପ୍ରା ବେଙ୍ଗପୂଜା ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ୧୨/୩୦ ସମୟରେ ଏକ ଆପାଚି ବାଇକ୍ ନଂ OD03T 8950 ଦୁର୍ଘଟଣା ହେବାରୁ ବାଇକ୍ ଚାଳକ ଗୁରୁତର ଥିବାବେଳେ ସାଥିରେ ବସିଥିବା ଝିଅ ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନାମତେ ତେରେସିଙ୍ଗା ଗ୍ରାମର ଝିଅ ନେହା ନାଗ ବୟସ ଅନୁମାନିକ ୧୮ ବର୍ଷ ଓ ବାଇକ୍ ଚାଳକ ରତନପୁର ଗ୍ରାମର ମଳୟ କୁମାର ବୟସ ୨୦ ବର୍ଷ ବୋଲି ଜଣାପଡିଛି । ଉକ୍ତ ଝିଅ ରୁପ୍ରା ପଞ୍ଚାୟତ ଅଧିନ ତିତକେଲା ଗ୍ରାମର ତାର ସାଙ୍ଗ ସହ ତାମିଲନାଡୁ କୁ ଦାଦନ ରୁପେ ଯାଇଥିଲେ ଓ ଶନିବାର ତା ୧୨/୩ ଦିନ ତିତକେଲାକୁ ଫେରିଥିଲେ । ଏହି ଖବର  ରତନପୁର ଗ୍ରାମର ମଳୟ ଜାଣିବାପରେ ରବିବାର ସକାଳେ  ନେହାକୁ ସାକ୍ଷାତ କରିବାକୁ ତିତକେଲା ଆସିଥିଲେ, ସେଠାରୁ ଉଭୟ  ଉକ୍ତ ବାଇକ୍ ଯୋଗେ କୌଣସି କାର୍ଯ୍ୟରେ ରୁପ୍ରାକୁ ଦୃତଗତିରେ ଆସୁଥିବା ବେଳେ ଉକ୍ତ ବୁଲାଣି ରାସ୍ତାରେ ବାଇକ୍ ବୁଲାଇ ନପାରି ତିନିଫୁଟ୍ ଗଭିର ଜମି ମଧ୍ୟରେ ପଡିଯାଇ ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ଜଣାପଡିଛି । ଦୁର୍ଘଟଣା ସ୍ଥଳରେ ମଳୟଙ୍କ ନାକ ଓ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ସହ ଚେତାଶୁନ୍ୟ ହୋଇଥିବା ବେଳେ ଝିଅ ନେହାର ମୁହଁ ଖଣ୍ଡିଆ ଖାବରା ହୋଇଥିବା ଜଣାପଡିଛି । ଦୁର୍ଘଟଣା ଖବର ପାଇବାପରେ ତିତକେଲା ଓ ରତନପୁରରୁ ସମ୍ପର୍କୀୟ ମାନେ ପହଞ୍ଚିଥିଲେ । ପରେ ଏମ୍ୱୁଲେନ୍ସ୍ ଆସିବାରୁ ଚିକିତ୍ସା ନିମନ୍ତେ ଉଭୟଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ରୂପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ମମତା ସାହୁ ଙ୍କ କବିତା ମଣିଷ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ଯୁବକ ର ଆକ୍ରମଣ ରେ କଲେଜ ଛାତ୍ରୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!