ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ , କଳାହାଣ୍ଡି ଜିଲ୍ଲା ଗ୍ରୀନ ଆର୍ମି କମାଣ୍ଡାଣ୍ଟ ଭାବରେ ମୋହନ ଚରଣ ବିଶି ସମ୍ବର୍ଦ୍ଧିତ

ପ୍ରେରଣା ଇଣ୍ଟର ନେସନାଲ ଗ୍ରୀନ ଆର୍ମି ପକ୍ଷରୁ ପ୍ରତିବର୍ଷ ବିଶ୍ବ ପରିବେଶ ଦିବସ ଅବସରରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପାଳନ ହେଉଥିବା ବେଳେ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ସଭାରେ ପ୍ରଫେସର କୁମରବର ଦାଶ,ମେଜର କଳ୍ପନା ଦାଶ, ଇଂ. ବିଶ୍ବ ମୋହନ ପଟ୍ଟନାୟକ,ବରିଷ୍ଠ ସମ୍ବାଦିକ କିଶୋର ଦ୍ବିବେଦୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଅବସରରେ ଶ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କୁ ଗ୍ରୀନ ମେନ ୨୦୨୩ ସମ୍ବର୍ଦ୍ଧନା ପ୍ରଦାନ ସହ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ଓ ଏହି ଅବସର ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା କଲେଜ ର ଅଧ୍ୟାପକ ତଥା ରେଡକ୍ରସ ପରାମର୍ଶ ଦାତା ପରିବେଶ ପ୍ରେମୀ ଶ୍ରୀ ମୋହନ ଚରଣ ବିଶି ଙ୍କୁ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ ଓ ପରିବେଶ ସଚେତନତା ପାଇଁ ସଭାର ମୂଖ୍ୟ ଅତିଥି ଓଡିଶାର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦାମୋଦର ରାଉତ ମାନପତ୍ର ପ୍ରଦାନ କରିବା ସହ କଳାହାଣ୍ଡି ଜିଲ୍ଲା ଗ୍ରୀନ ଆର୍ମି କମାଣ୍ଡାଣ୍ଟ ଭାବରେ ସମ୍ବର୍ଦ୍ଧିତ କରିଥିଲେ। ଇଣ୍ଟର ନେସନାଲ ଗ୍ରୀନ ଆର୍ମିର କମାଡାଣ୍ଟ ଡ. ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ଶ୍ରୀ ବିଶି ଙ୍କର ପରିବେଶ ସଂରକ୍ଷଣ ଓ ସଚେତନତା କାର୍ଯ୍ୟ କୁ ଭୁୟସୀ ପ୍ରଶଂସା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାଧାରଣ ନିର୍ବାଚନ – ୨୦୨୪ : ଜିଲ୍ଲାପାଳଙ୍କ ଦ୍ଵାରା ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକ

masiha

ଏକାଦଶାହରେ ଶତାୟୁ ଧର୍ମପ୍ରାଣ ହଟ କିଶୋର ସାହୁଙ୍କୁ ଶ୍ରଦ୍ଧାଂଜଳି 

masiha

କଳାହାଣ୍ଡି ଉପାନ୍ତ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ସାଜିଛି ଲେତେର ଉଚ୍ଚ ବିଦ୍ୟାଳୟର ରୋପ୍ୟ ଜୟନ୍ତୀ ସମାରୋହ

Sunil Chandra Nayak

Leave a Comment

error: Content is protected !!