ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଅମାବାସ୍ୟାର ଜନ୍ମ ର ଶୂଟିଂ ଶେଷ

ନବରଙ୍ଗପୁର–(ମସିହା)ଭବାନୀପାଟଣା ଦୂରଦର୍ଶନ ଆନୁକୂଲ୍ୟରେ ପ୍ରସ୍ତୁତ ଟେଲି ଫିଲ୍ମ “ଅମାବାସ୍ୟାର ଜନ୍ମ” ର ଶୂଟିଂ କାର୍ଯ୍ୟ ଇତି ମଧ୍ୟରେ ଶେଷ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ ଏହି ଚଳଚ୍ଚିତ୍ରର କାହାଣୀ ଓ ସଂଳାପ ଲେଖିଥିବା ବେଳେ ବିଭିନ୍ନ ଭୂମିକାରେ ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଠିତ କଳାକାର ସଂଜୀବ ସିଂ, ଦିନ ଦୟାଲ ଜୈନ, ଲଷ୍ମୀ ସିଂ,ପ୍ରକାଶ ବାରିକ ,ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି। ଉଦୟମାନ ଯୁବ କଳାକାର ଉଦିତ ଭାନୁ ବିଷୋୟୀ , ଅଶୋକ ପ୍ରଧାନ ଏବଂ ସମ୍ଭବ ସିଂ ପ୍ରମୁଖ ପ୍ରଥମ ଥର ପାଇଁ ଚଳଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ପାଇଛନ୍ତି। ସୂଚନା ଯୋଗ୍ୟ ଯେ ଉକ୍ତ ଚଳଚିତ୍ର ରେ ପ୍ରଥମ ଥର ପାଇଁ କିନ୍ନର ମାନଙ୍କୁ ଅଭିନୟ କରିବାର ସୁଯୋଗ ଦିଆଯାଇଛି। ଏଥିରେ ବିଭିନ୍ନ ଭୁମିକାରେ ଚୁମୁକି, କାଜଲ, ପ୍ରୀତି ,ସୋନା, ବର୍ଷା ଏବଂ ସୃତି ପ୍ରମୁଖ ଅଭିନୟ କରିଛନ୍ତି। ପ୍ରଥମ ଥର ପାଇଁ କୌଣସି ଏକ ଚଳଚ୍ଚିତ୍ରରେ କିନ୍ନର ମାନଙ୍କୁ ଅଭିନୟ କରିବାର ସୁଯୋଗ ଦେଇଥିବାରୁ ଜିଲ୍ଲାର କଳାକାର ମାନେ ଟେଲିଫିଲ୍ମ ନିର୍ଦ୍ଦେଶକ ତଥା ଜିଲ୍ଲା କିନ୍ନର ସଙ୍ଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଙ୍କୁ ପ୍ରଶଂସା କରିଛନ୍ତି। ଭବାନୀ ପାଟଣା ଦୂରଦର୍ଶନ ତରଫରୁ ଅମୀୟ କୁମାର ଭୋଇ ସମ୍ପାଦନା କରିଥିବା ବେଳେ ପବିତ୍ର କୁମାର ଖୋସଲା କ୍ୟାମେରା ପରିଚାଳନା କରିଥିଲେ ଏବଂ ପିନାକୀ ପ୍ରସାଦ ଦାଶ ସହଯୋଗ କରିଥିଲେ।ଏହି ଚଳଚିତ୍ର ନିର୍ମାଣ କରିବାରେ ଏମ. ଡି ଜାଫର କାଦ୍ରିୟ, ଆଶିଷ କୁମାର ପଟ୍ଟନାୟକ ଏବଂ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ପ୍ରମୁଖ ସହଯୋଗ କରିଥିବାରୁ ତ୍ରିଶକ୍ତି ସିନେ କମ୍ବାଇନ୍ସ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଛି। ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସରକାରୀ କର୍ମଚାରୀ ନିଜ କର୍ମକ୍ଷେତ୍ରରୁ ଛୁଟି ନେଇ ଭାଗ ନେଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ ଆଗାମୀ ଦିନରେ ଏହି ଚଳଚିତ୍ର ଜାତୀୟ ଟେଲି ଚଳଚ୍ଚିତ୍ର ଉତ୍ସବ ରେ ଭାଗ ନେବାର ସମ୍ଭାବନା ଅଛି ବୋଲି ଟେଲି ଫିଲ୍ମ ନିର୍ଦେଶକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି ମାଟିର ଯୁବ କଳାକାର ଅଭିନୀତ  ଓଡ଼ିଆ ସିନେମା “ମନ୍ତ୍ରମୁଗ୍ଧ “ର ପ୍ରମୋ ଅନୁଷ୍ଠିତ

Sunil Chandra Nayak

‘ମହର୍ଷି’ ପାଇଁ ରାଜ୍ୟପାଳଙ୍କ ଆଶୀର୍ବାଦ ଲାଭ କଲେ ଅଭିନେତା ଚନ୍ଦନ

ଆସୁଅଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’

Sunil Chandra Nayak

Leave a Comment

error: Content is protected !!