ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା ବିଜେଡି ର ଜୋନାଲ ସଂଯୋଜକ ତାଲିକା ଘୋଷଣା

ନବରଙ୍ଗପୁର(ମସିହା)ବିଜୁ ଜନତା ଦଳ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଜିଲ୍ଲାର ଜୋନାଲ ସଂଯୋଜକ ପଦବୀ ତାଲିକା ଜାରି କରିଛନ୍ତି । ଜିଲ୍ଲାର ୧୦ ଗୋଟି ବ୍ଲକରେ ୨୬ ଗୋଟି ଜୋନରେ ମୋଟ ୨୬ ଜଣଙ୍କୁ ଏହି ପଦବୀ ପ୍ରଦାନ କରାଯାଇଛି । ଏହି କ୍ରମରେ ଚନ୍ଦହାଣ୍ଡି ବ୍ଲକରେ ଜୋନ ୧ରେ ବଳରାମ ପଟ୍ଟନାୟକ ଓ ଜୋନ ୨ରେ ଯୁବରାଜ ଜଗତ, ଝରିଗାଁ ବ୍ଳକ ଜୋନ ୧ରେ ଚମ୍ପଲାଲ ପନକା, ଜୋନ ୨ରେ ମୋହନ ନାୟକ ଓ ଜୋନ ୩ରେ ଚୈତନ୍ୟ ଗଣ୍ଡ, ଉମରକୋଟ ଜୋନ ୧ରେ ପୁରୁଷତମ ପୂଜାରୀ, ଜୋନ ୨ ରେ ଶୋଭାରମ ମାଝି ଓ ଜୋନ ୩ରେ ରମେଶ ଜେନା , ରାଇଘର ବ୍ଲକ ଜୋନ ୧ରେ ପ୍ରେମଲାଲ ଗଣ୍ଡ,ଜୋନ ୨ ରେ ରମେଶ ଅଧିକାରୀ, ଜୋନ ୩ରେ କୈଲାଶ ନାୟକ ଓ ଜୋନ ୪ରେ ଶଙ୍କର ବର୍ମା, ପାପଡାହାଣ୍ଡି ବ୍ଲକ ଜୋନ ୧ରେ ଯୁଗଲ ବିଶୋଈ,ଜୋନ ୨ରେ ଧନଞ୍ଜୟ ଭତରା ଓ ଜୋନ ୩ରେ ପରେଶ ଜେନା, କୋଷଗୁମୁଡା ବ୍ଲକ ଦବୁଗଣ ନିର୍ବାଚନୀ ମଣ୍ଡଲ ଅଂଶ ଜୋନ ୧ରେ ଭାସ୍କର ଦୋରା, ଡାବୁଗାଁ ବ୍ଲକ ଜୋନ ୧ରେ ନରସିଂହ କଲାର ଓ ଜୋନ ୨ରେ ଶିବ ପ୍ରସାଦ ମିଶ୍ର, ତେନ୍ତୁଳିଖୁଣ୍ଟି ବ୍ଲକ ଜୋନ ୧ରେ ସୁରେଶ ନାୟକ ଓ ଜୋନ ୨ରେ ତନୟ ନାୟକ , ନନ୍ଦାହାଣ୍ଡି ବ୍ଲକ ଜୋନ ୧ରେ ଅରୁଣ କୁମାର ମିଶ୍ର ଓ ଜୋନ ୨ରେ ସୁନୀଲ ସାହୁ , ନବରଙ୍ଗପୁର ବ୍ଲକ ଜୋନ ୧ରେ ତାପସ ତ୍ରିପାଠୀ ଓ ଜୋନ ୨ରେ ଗୋବିନ୍ଦ ବିଶୋଈ ଏବଂ କୋଷଗୁମୁଡା ବ୍ଲକ ଅନ୍ତର୍ଗତ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଅଂଶ ଜୋନ ୨ରେ କ୍ଷୀରୋଦ ନାୟକ ଓ ଜୋନ ୩ରେ ପ୍ରଫୁଲ୍ଲ କୁମାର ନାୟକଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଏମାନେ ଆଗାମୀ ୨୦୨୪ ନିର୍ବାଚନ ନିମନ୍ତେ ଦଳୀୟ ସଂଗଠନର ଦାୟିତ୍ଵ ନିର୍ବାହ କରିବେ ବୋଲି ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ସଭାପତି ରମେଶ ଚନ୍ଦ୍ର ମାଝି ସୂଚନା ପ୍ରଦାନ କରିଛନ୍ତି । ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସଂଯୋଜକ ମାନେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ , ଜିଲ୍ଲା ପର୍ଜ୍ୟବେକ୍ଷକ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝି ଓ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କୁ ଧନ୍ୟବାଦ ପ୍ରକୋଟ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ରାଜନଗର ଜରିମୂଳରେ ବିଜେପି ପାଳିଲା 150 ତମ ବନ୍ଦେମାତରମ ବାର୍ଷିକ ଉତ୍ସବ

Sunil Chandra Nayak

ଅଂଶୁମାନଙ୍କ ପରେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତର କଂଗ୍ରେସ ସଭାପତି, ସମ୍ପାଦକ ,ସଭ୍ୟ ,ବ୍ଲକ କଙ୍ଗ୍ରେସ କମିଟି ଆଜି ଇସ୍ତଫା ଦେଲେ

masiha

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ବିରୋଧ ରେ ବିଜେପି ପକ୍ଷରୁ ବ୍ଲକ ଘେରାଉ

Sunil Chandra Nayak

Leave a Comment

error: Content is protected !!