ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁପତ୍ର ତୋଳାଳୀଙ୍କ ବ୍ଲକ ସ୍ତରୀୟ ଗ୍ରାମସଭା ମହାସଙ୍ଘ ବୈଠକ ଗୋତୋମୁଣ୍ଡା ଠାରେ ଅନୁଷ୍ଠିତ

କୋକସରା,୪/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ଧାନ ମଣ୍ଡି ପରିସରରେ ରବିବାର ବେସରକାରୀ କେନ୍ଦୁପତ୍ର ଗ୍ରାମସଭା ମହାସଙ୍ଘ କର୍ମକର୍ତ୍ତାଙ୍କ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଗ୍ରାମସଭା ସଭାପତି ଧର୍ମାନନ୍ଦ ନାଏକଙ୍କ ସଭାପତିତ୍ୱରେ ଜିଲ୍ଲା ଗ୍ରାମସଭା ସଭାପତି ମମତା ମାଝୀ, ସମ୍ପାଦକ ବ୍ୟାସଦେବ ମାଝୀ, କୋଷାଧ୍ୟକ୍ଷ ତିଲାମଣି ବେମାଲ, ଜିଲ୍ଲା ସହ ସମ୍ପାଦକ ଶୁକ୍ରୁ ମାଝୀ ସମେତ ବିଭିନ୍ନ ବ୍ଲକ ଓ କୋକସରା ବ୍ଲକର ମହାସଙ୍ଘ ସହ ଜଡିତ କର୍ମକର୍ତ୍ତା ଓ କେନ୍ଦୁପତ୍ର ତୋଳାଳି ମାନେ ଉପସ୍ଥିତ ଥିଲେ। ଏଥିରେ ସେବାନିକେତନ ସଂସ୍ଥାର ସଭାପତି କାଞ୍ଚନ ବାଗ ଓ ସମ୍ପାଦକ ଦଶରଥି ବେହେରା ଉପସ୍ଥିତ ଥିଲେ । ଏହି ବୈଠକରେ ଯୋଗଦେଇ ଜିଲ୍ଲା ସମ୍ପାଦକ ବ୍ୟାସଦେବ ମାଝୀ ଗ୍ରାମସଭା ଜରିଆରେ କେନ୍ଦୁପତ୍ର ତୋଳାଳି ମାନେ କେମିତି ଉପକୃତ ହେଉଛନ୍ତି ଓ ଆଗକୁ ଗ୍ରାମସଭାର ଯୋଜନାର ରୂପରେଖ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। କଳାହାଣ୍ଡି ଜିଲ୍ଲାରେ ୭ ଗୋଟି ବ୍ଲକରେ ଗ୍ରାମସଭା ଜରିଆରେ କେନ୍ଦୁପତ୍ର କ୍ରୟ ହେଉଥିବା ସୂଚନା ଦେଇଥିଲେ। କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ୨୦ ଗୋଟି ଗ୍ରାମସଭା ଚଳିତ ବର୍ଷ କେନ୍ଦୁପତ୍ର କ୍ରୟ କରିଛନ୍ତି । ତୋଳାଳୀ ଓ ତାଙ୍କ ପରିବାର ଏଥିରୁ ବେଶ ଉପକୃତ ହେଉଛନ୍ତି ବୋଳି ବ୍ଲକ ସଭାପତି ଧର୍ମାନନ୍ଦ ନାଏକ କହିଥିଲେ। ଏହି ବୈଠକରେ ବାର୍ଷିକ ଆୟବ୍ୟୟ ସମୀକ୍ଷା ସହ ଆଗାମୀ ଆର୍ଥିକ ବର୍ଷରେ ବନ୍ୟ ଜାତ ଦ୍ରବ୍ଯ ଏବଂ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଛି। ଗ୍ରାମସଭାର ଅଧିକାରକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରିବା ପାଇଁ ଉପସ୍ଥିତ ଜିଲ୍ଲା କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଥିଲେ। ବ୍ଲକ ସମ୍ପାଦକ ପାର୍ଥବ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଏମ୍ ଏସ୍ ଶେଖରଙ୍କୁ ଜ୍ୟୋତିଷ ମହର୍ଷି ପରାଶର ସମ୍ମାନ

Sunil Chandra Nayak

ଜିଲ୍ଲାପାଳ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ରେ ସମୀକ୍ଷା,ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଓ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଦର୍ଶନ ତଥା ସ୍ଥିତି ଯାଞ୍ଚ

Sunil Chandra Nayak

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ: ଉଦ୍ଘାଟନ ର ମାସେ ପରେ ବି ଶୌଚାଳୟ ରେ ଝୁଲୁଛି ତାଲା

Sunil Chandra Nayak

Leave a Comment

error: Content is protected !!