ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖବର ପ୍ରକାଶିତ ପରେ ଆରମ୍ଭ ହେଲା ଡେଙ୍ଗାଗୁଡା ରାସ୍ତା ମରାମତି କାର୍ଯ୍ୟ

କୋକସରା,୨୨/୦୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକରୁ ଡେଙ୍ଗାଗୁଡା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ଶୋଚନୀୟ ହୋଇ ପଡିଥିବା ନେଇ ଗତକିଛି ଦିନ ତଳେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ପରେ ତତ୍ପରତା ଦେଖାଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକାସଂସ୍ଥା। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଓ କାର୍ଯ୍ୟ ପାଇଁ ଟେଣ୍ଡର ପାଇଥିବା ଠିକାସଂସ୍ଥା ସହିତ କଥା ହୋଇ ବର୍ଷା ଦିନ ପାଇଁ ସାମୟୀକ ଭାବେ ରାସ୍ତା ମରାମତି କରିବାକୁ ଠିକାସଂସ୍ଥାକୁ ଅନୁରୋଧ କରିଥିଲେ। ଠିକାସଂସ୍ଥା ପକ୍ଷରୁ ଶନିବାର ଠାରୁ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବର୍ଷା ଦିନ ପରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପାଦନ ହେବାନେଇ କନିଷ୍ଠ ଯନ୍ତ୍ରୀ କହିଛନ୍ତି। ମରାମତି କାର୍ଯ୍ୟ ତଦାରଖ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁରେଶ ବରିହା ଓ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ପହଞ୍ଚି ମରାମତି କାର୍ଯ୍ୟ ଦେଖିଛନ୍ତି। ଏହି ସମୟରେ ବୋବରିଆ ଓ ଡେଙ୍ଗାଗୁଡା ଅଞ୍ଚଳର ଲୋକେ ଉପସ୍ଥିତ ରହି ରାସ୍ତା ମରାମତି ପାଇଁ ତ୍ୱରିତ ପଦକ୍ଷେପ ନେଇଥିବାରୁ ବ୍ଲକ ଉପାଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ଜଟିଆ ବାବା ମନ୍ଦିରର ବାର୍ଷିକୋତ୍ସବ

masiha

ମା ଗୁଣ୍ଡାନଙ୍କ ଆଜି ଉଦଯାପନା 

masiha

ସାମ୍ବାଦିକ ମାନଙ୍କୁ ଫୁଲଚାରା ବଣ୍ଟନ କଲେ ବ୍ଲକ ଅଧ୍ଯକ୍ଷା

masiha

Leave a Comment

error: Content is protected !!