ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଲକୋ ଖଣି ଅଂଚଳର ଦୁଃଖ ଟାଙ୍ଗଣିପଦର ଗାଁ , ଅଙ୍ଗନବାଡ଼ି ଘରେ ଚାଲିଛି ପାଠ ପଢା ବିଜୁଳି ରାସ୍ତା ସାତ ସପନ

ନାରାୟଣପାଟଣାତା,୮/୮/୨୩ // କୋରାପୁଟ ଜିଲ୍ଲା ର ନାରାୟଣପାଟଣା ବ୍ଲକ ତେନ୍ତୁଳି ପଦର ପଞ୍ଚାୟତ ର ଟାଙ୍ଗଣିପଦର ରେ ଆଜିବି ମୈଳିକ ସମସ୍ୟା ଅପହଞ୍ଚ । ବିକାଶ ଏଠି ସାତ ସପନ । ନାଲକୋର ଖଣି ଅଞ୍ଚଳର ପରିସରରେ ଆସୁଥିବା ଏହି ପାହାଡ ପର୍ବତ ଘେରାରେ ଠିଆ ହୋଇଥିବା ଅବହେଳିତ ଟାଙ୍ଗଣିପଦର ଗାଁରେ ବିକାଶର ସୂର୍ଯ୍ୟ ଉଦୟ ହେଇନି । ନାରାୟଣପାଟଣା ସଦର ଠାରୁ ୧୩ କିଲୋମିଟର ଅତିକ୍ରମ କଲା ପରେ ତେନ୍ତୁଳି ପଦର ପଂଚାୟତ ପଡେ । ସେଠାରୁ ୪ କିଲୋମିଟର ପାହାଡ଼ ପର୍ବତ ଅତିକ୍ରମ କଲା ପରେ ଏକ ବିରାଟ ପାହାଡ଼ର ଶୀର୍ଷରେ‌ ଠିଆ ହୋଇଛି ଅବହେଳିତ ଟାଙ୍ଗଣିପଦର ଗାଁ । ଗାଁରେ ୬୦ ପରିବାର ରହୁଥିବା ବେଳେ ଜନସଂଖ୍ୟା ପାଖାପାଖି ୪୫୦ ହେବ । ୪୦ ପରିବାର ଖ୍ରୀଷ୍ଟ ଧର୍ମ ବଲମ୍ବୀ ହୋଇଥିବା ବେଳେ ବାକିସବୁ ପରିବାର ହିନ୍ଦୁ।ତଥାପି ସମସ୍ତେ ଆଦିବାସୀ ସମ୍ପ୍ରଦାୟର ହୋଇ ଗାଁରେ ଭାଇଚାରା ବଜାୟ ରଖିଛନ୍ତି । ଗାଁ ମୁଣ୍ଡରେ ଠିଆ ହେଲେ ଦେଖାଯାଏ ଏସିଆର ସର୍ବବୃହତ ବକ୍ସାଇଟ ଖଣି ନାଲକୋ । ରାତିରେ ଖଣି ଉତ୍ତୋଳନ ପାଇଁ ପୁରା ପାହାଡକୁ ଆଲୋକିତ କରି ନାଲକୋ ଖଣିଜ ସମ୍ପଦକୁ ନେଉଥିବା ବେଳେ ପାହାଡ଼ର ଅନ୍ୟ ପାର୍ଶ୍ବରେ ମୁଣ୍ଡ ଟେକି ଠିଆ ହୋଇଥିବା ଟାଙ୍ଗଣିପଦର ଗାଁ ସବୁଦିନିଆ ବିଜୁଳିକୁ ଦେଶ ସ୍ବାଧୀନ ହେବାଠୁ ଆଜି ଯାଏଁ ଅନାଇ ବସିଛନ୍ତି ।ସଜଂ ନୋଇଗଲେ ତାଟି କବାଟ ପଡିଯାଏ ଘରେ ଘରେ । କାଳେ ଜଙ୍ଗଲି ଜନ୍ତୁ ଗାଁ ମଝିକୁ ଶୀକାର‌ ପାଇଁ ପଳେଇ ଆସିବେ ସେ ଭୟ ରହିଥାଏ । ପଞ୍ଚାୟତର କିରୋସିନି ହିଁ ଘରର ଆଲୁଅକୁ ଆଲୋକିତ କରିଥାଏ ‌।୨୦୧୬ମସିହାରେ ଗାଁରେ ଏକ ସଂସ୍ଥା ସୋଲାର ଜରିଆରେ ଖୁଣ୍ଟ ପୋତି ବିଜୁଳି ସଂଯୋଗ କରିଥିଲା ଗାଁରେ । ଅଳ୍ପ ଦିନପରେ ଅଚଳ ହୋଇଯିବାରୁ ସବୁ ନଷ୍ଟ ହୋଇଗଲା । ଗାଁର ଉପର ମୁଣ୍ଡରେ ପାଇପ୍ ଯୋଗେ ଝରଣା ପାଣିକୁ ଆଣି ସମସ୍ତ ୪୫୦ ଗ୍ରାମବାସୀ ନିତିଦିନିଆ କାମରେ ଲଗାନ୍ତି । ଚଳିତବର୍ଷ ଡି.ଏମ୍ ଏଫ୍ ପାଣ୍ଠିରୁ ସୋଲାର ଜରିଆରେ ନଳକୁପ ବସି ଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଇଛି । ଗୋଟିଏ ଟାପ୍ରେ ଅଳ୍ପ ପାଣି ଝରୁଥିବାରୁ ସକାଳଠୁ ଶତାଧିକ ମହିଳା ଗୋରା ମାଠିଆ ଧରି ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ିଥାଏ । ଗାଁତଳେ ପ୍ରାଥମିକ ସ୍କୁଲ ରହିଛି । ସ୍କୁଲ କୋଠାଘର ପୁରୁଣା ହୋଇଯିବାରୁ ଭୁଷୁଡି ପଡିବା ସ୍ଥିତରେ । ଏଁଣୁ ଗ୍ରାମବାସୀ ସ୍ଥାନୀୟ ଅଙ୍ଗନବାଡ଼ି ଘରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୩୦ ପିଲାଙ୍କୁ ଦୁଇ ଜଣ ଶିକ୍ଷକ ରହି ପାଠ ପଢାନ୍ତି । ଯଦି ପ୍ରାଥମିକ ପିଲା ଅଙ୍ଗନବାଡିରେ ପାଠ ପଡିଲେ ଅଙ୍ଗନବାଡି ପିଲା କଉଁଠି ଯାଇ ପାଠ ପଡିବେ l ନୁତନ ସ୍କୁଲ ଘର ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଏଯାଏ ବିଭାଗ ତରଫରୁ କାମ ଆରମ୍ଭ ହୋଇନି । ୨୦୧୫ ମସିହାରୁ କାହାରିକୁ ବି ଇନ୍ଦିରା ଆବାସ ଘର ଟିଏ ମିଳିନି । ଚଳିତ ବର୍ଷ ଆଠ ଘରକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି । ଗାଁ ରେ ପାଠସାଠ ପଢି ୭ ଜଣ ଶିକ୍ଷିତ ପିଲା ରହୁଥିବାବେଳେ ନା ନାଲକୋ ତରଫରୁ କୈାଣସି ଚାକିରି ମିଳୁଛି ନା ସରକାରଙ୍କ ତରଫରୁ । ବେକାର‌ ହୋଇ ଗାଁ ରେ ରହିବାକୁ ପଡୁଥିବା ଘରର ମୁରବୀ କହିଛନ୍ତି। ଗାଁ କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗତବର୍ଷ ରାସ୍ତା ହୋଇଥିଲା । ମାଟି ଉପରେ ପିଚୁ ଗଳେଇ କରି ରାସ୍ତା କାମ ଅଧାପନ୍ତରିଆ କରି ସମସ୍ତ ଅର୍ଥ ଠିକା ସଂସ୍ଥା ଚଳୁକରିଥିବା ବେଳେ ପାଦରେ ଚାଲିଯିବାବି କଷ୍ଟକର ସୋଇପଡିଛି । ଜଙ୍ଗଲ ଜାତ ଦ୍ରବ୍ୟ ମାଣ୍ଡିଆ ,ସୁଆ,କାନ୍ଦୁଲ, ତେନ୍ତୁଳି,ଝାଡୁ ,ଆମ୍ବ ଆଦି ସଙ୍ଗ୍ରହ କରି ବଜାରରେ ବିକ୍ରୀ କରି ପରିବାର ପୋଷଣ କରୁଛନ୍ତି। ମୁଖ୍ୟତଃ ବିଜୁଳି ,ପକ୍କା ଆସନ୍ତା ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ତୁରନ୍ତ ସମାଧାନ କରିବାକୁ ସତ୍ୟ ବଇଙ୍ଗଡଇକଆସତ୍ୟ ବିଙ୍ଗଡିକା ,ତିତେରା ବିଙ୍ଗଡିକା ,କୃଷ ବିଙ୍ଗଡିକା ,ରାଜିବ ବିଙ୍ଗଡିକା ,କିଷ୍ଟା ବିଙ୍ଗଡିକା ,ଲୁକେ ବିଙ୍ଗଡିକା ,ସିରମା ବିଙ୍ଗଡିକା ,ଭୀମ ବିଙ୍ଗଡିକା ,ଦାଡେୟା ବିଙ୍ଗଡିକା ,ସାଣା ବିଙ୍ଗଡିକା ,ମଦନ ବିଙ୍ଗଡିକା ,ସିଲେୟା ବିଙ୍ଗଡିକା ,ଉତରା ବିଙ୍ଗଡିକା ,ଲେଙ୍ଗୁ ନାଚିକା ,ବାସୁ ନାଚିକା ,କାତୃ ବିଙ୍ଗଡିକା ,ସିତୃ ବିଙ୍ଗଡିକା ,ବନ ବିଙ୍ଗଡିକା ,ରାଜୀବ ବିଙ୍ଗଡିକା , କାନ୍ଦୃ ବିଙ୍ଗଡିକା ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି ।ଏନେଇ ଆମେ ସ୍ଥାନୀୟ ସରପଂଚ ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି ଲୋକେ ଆମକୁ ପ୍ରତିନିଧି ହିସାବରେ ବାଛିଛନ୍ତି ,ଆମେ ଭୋଟ ପୁର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ନିଶ୍ଚିତ ପାଳନ କରିବୁ ବୋଲି କହିଛନ୍ତି । ଟାଙ୍ଗଣିପଦର ଗାଁରେ ଯେଉଁ ସବୁ ସମସ୍ୟା ରହିଛି ସମାଧାନ ନକଲେ ସାଧାରଣ ରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ତିନି ନାବାଳକଙ୍କ ବେପାରୁଆ ଗାଡ଼ି ଚାଳନା ରାସ୍ତା କଡରେ ଠିଆ ହୋଇଥିବା ବୃଦ୍ଧକୁ ଧକ୍କା ଦେଇ ଓଲଟିଲା କାର , ଦୁଇ ଗୁରୁତର 

Sunil Chandra Nayak

ସମ୍ବିଧାନ ଦିବସ ଉପଲକ୍ଷେ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ

masiha

ବିଶୋଇ ରେ ରକ୍ତଦାନ ଶିବିର : ୩୦ ୟୁନିଟ ରକ୍ତ ସଂଗ୍ରହ

masiha

Leave a Comment

error: Content is protected !!