ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାଗରଣ ମଞ୍ଚର ନୂତନ ପରିଚାଳନା କମିଟି ଗଠିତ

ବାଲେଶ୍ଵର,୧୧/୮/୨୩- ବାଲେଶ୍ଵର ଜିଲ୍ଲା ଖଇରା ଜଳସେଚନ ଅଫିସ୍ ସମ୍ମୁଖରେ ଥିବା ଜନଜାଗରଣ ମଞ୍ଚ କାର୍ଯ୍ଯାଳୟ ପରିସରରେ ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଖଇରା ଅଞ୍ଚଳର ସମସ୍ୟା ବିଷୟରେ ପ୍ରଥମେ ଆଲୋଚନା ହୋଇଥିଲା । ପରେ ପରେ ଦ୍ବିତୀୟ ଅଧିବେଶନର ସିନ୍ଧାନ୍ତ ଅନୁଯାୟୀ ଜନଜାଗରଣ ମଞ୍ଚର ପରିଚାଳନା କମିଟିର ସମୟ ଅତିବାହିତ ହୋଇ ଯାଇଥିବାରୁ ନୂତନ ପରିଚାଳନା କମିଟି ଗଠନ ନିମନ୍ତେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଚୁଡାନ୍ତ ହୋଇଥିଲା । ତା ପରେ କମିଟି ଗଠନ ଆରମ୍ଭ ହୋଇଥିଲା । ନୂତନ କମିଟିର ସଭାପତି ଉମେଶ ଚନ୍ଦ୍ର ନାୟକ, ଉପସଭାପତି ଦେଵେନ୍ଦ୍ର କୁମାର ରାଉତ, କୈଳାସ ଚନ୍ଦ୍ର ପୃଷ୍ଟି, ରଶ୍ମିତା ମହାପାତ୍ର, ରାମକୃଷ୍ଣ ଦାସମହାପାତ୍ର, ସମ୍ପାଦକ ନିରଞ୍ଜନ ବେହେରା, ସହସମ୍ପାଦକ କମଳ ଲୋଚନ ଜେନା, ସଂଗଠନ ସମ୍ପାଦକ ଅଭିରାମ ମହାପାତ୍ର ଓ ସହସମ୍ପାଦିକା ଚିନ୍ମୟୀ ଜେନା, କୋଷାଧ୍ୟକ୍ଷ ବୁଦ୍ଧିରାମ ପାଣିଗ୍ରାହୀ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପତ୍ରୀ ଓ ଚିନ୍ତାମଣି ସାହାଣୀ, କାର୍ଯ୍ୟକାରୀ ସଦସ୍ୟ ଓ ସଦସ୍ୟା ଜୟନ୍ତୀ ମହାରଥା, ନରେନ୍ଦ୍ର ପ୍ରସାଦ ବେହେରା, ସୃଷ୍ଟିଧର ରାଉଳ, ସୁଦର୍ଶନ ସେଠୀ, କବିତା ପଣ୍ଡା ଓ ଅରୁଣ କୁମାର ଦାସ ପ୍ରମୁଖ ତା ୧୦/୮/୨୩ ରିଖରେ ଗଠିତ ନୂତନ ପରିଚାଳନା କମିଟିରେ ସାମିଲ ହୋଇଛନ୍ତି । ଶେଷରେ ସୃଷ୍ଟିଧର ରାଉଳଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିନା ସୂଚନା ଫଳକରେ ହେଉଛି ପୋଖରୀ ଉନ୍ନୟନ କାର୍ଯ୍ୟ, କେଉଁ ଅନୁଦାନ ରେ ହେଉଛି ସରପଞ୍ଚ ଙ୍କୁ ଅଜଣା

Sunil Chandra Nayak

ଅବକାରୀ ଧରପଗଡ, ୩ ଗିରଫ 

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଖରିଫ ଋତୁ ପାଇଁ କୃଷକ ସାଥି ଙ୍କ ବୈଠକ 

masiha

Leave a Comment

error: Content is protected !!