ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇଲେ ଯୁବକ 

ଚନ୍ଦାହାଣ୍ଡି -(26/8ଦିଲୀପ ଦାସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡାମୁଣ୍ଡା ଗ୍ରାମର ଗଣପତି ମାଝୀ ଙ୍କ ପତ୍ନୀ ଗଞ୍ଚେ ମାଝୀ ଙ୍କୁ ବେହେରାମୁଣ୍ଡା ପଂଚାୟତ ଝାଲିଆପଡା ଗ୍ରାମର ତନୁରାମ ଖମାରି ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି l ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡାମୁଣ୍ଡା ଗ୍ରାମରେ ରହୁଥିବା ମହିଳା ଗଞ୍ଚେ ମାଝୀ ସିକଲସେଲ ରୋଗରେ ପୀଡିତ ହୋଇ ଅସୁସ୍ଥତା ଥିବା ସହ ହିମୋଗ୍ଲୋବିନ ଦୁଇ ହେବାରୁ ପରିବାର ଲୋକ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ହିମୋଗ୍ଲୋବିନ ପରିମାଣ ଆବଶ୍ୟକତା ଠାରୁ କମ ପ୍ରତିଶତ ରହିଥିବାରୁ ତୁରନ୍ତ ବି +ରକ୍ତର ଆବଶ୍ୟକତା ଥିବା ପରାମର୍ଶ ଦେଇଥିଲେ l ତେବେ ଗଞ୍ଚେ ଙ୍କ ପରିବାର ଲୋକେ ରକ୍ତ ଯୋଗାଡ଼ କରିବା ନେଇ ଚିନ୍ତାରେ ପଡ଼ିଥିଲେ l ଏହି ସମୟରେ ଗଞ୍ଚେ ଙ୍କୁ ରକ୍ତର ଆବଶ୍ୟକ ଥିବା ନେଇ ମେସେଜ ଭାଇରାଲ ହୋଇଥିଲା l ଏହା ଦେଖି ନଳକୂପ ମରାମତି ମେକାନିକ ତନୁରାମ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଏକ ୟୁନିଟ ବି ପଜିଟିଭ ରକ୍ତଦାନ କରି ମହାନ କାର୍ଯ୍ୟ କରିଛନ୍ତି l ତନୁ ଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସି ବି ଏସ୍ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ଉଦଘାଟନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ମହାନତା ଦେଖାଇଲେ ପୃବର୍ତନ ବ୍ଲକ ଚେୟାରମ୍ୟାନ ତଥା ସ୍ଥାନୀୟ ଯୁବନେତା କାର୍ତିକ ସାହୁ

Leave a Comment

error: Content is protected !!