ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବଶ୍ୟକ ଶିକ୍ଷକ ଯୋଗାଣ ଦାବୀ ରେ ତାଲାବନ୍ଦ ଆନ୍ଦୋଳନ , ୧୪ ଦିନ ପରେ ଜୟନ୍ତପୁର ବିଦ୍ୟାଳୟ ର ତାଲା ଫିଟିଲା

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଜୟନ୍ତପୁର ଗାଁ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆବଶ୍ୟତା ଅନୁଯାୟୀ ଶିକ୍ଷକ ଯୋଗାଇ ଦେବା ଦାବୀ ନେଇ ସ୍କୁଲ ରେ ଗତ ୧୬ ତାରିଖ ଠାରୁ ଗ୍ରାମବାସୀ ଙ୍କ ଦ୍ଵାରା ତାଲା ବନ୍ଦ ଆନ୍ଦୋଳନ କରା ଯାଇଥିଲା । ଆଜି ଏହି ଆନ୍ଦୋଳନକୁ ୧୪ ଦିନ ପୁରି ଥିବା ବେଳେ ଦାବୀ ମୁତାବକ ଶିକ୍ଷକ ଯୋଗାଇ ଦେବା ପରେ ସ୍କୁଲ ର ତାଲା ଫିଟିଛି । 

       ଆଜି କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ଜୟନ୍ତପୁର ସ୍କୁଲ ଯାଇ ଥିଲେ । ସେଠାରେ ସେ ସ୍କୁଲ ପରିଚାଳନା କମିଟି ଏଵଂ ଗ୍ରାମ ବାସୀ ଙ୍କ ସହ ଆଲୋଚନା କରିଥିଲେ । ଜୟନ୍ତପୁର ସ୍କୁଲ ରେ ପ୍ରଥମ ରୁ ଅଷ୍ଟମ ଆଠ ଟି ଶ୍ରେଣୀ ରହିଥିବା ବେଳେ ଏଠାରେ ମୋଟ ୨୨୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ଏତେ ସଂଖ୍ୟକ ଛାତ୍ର ଛାତ୍ରୀ ଙ୍କୁ ପଢ଼ାଇବା ପାଇଁ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି । ସରକାରୀ ନିୟମ ଅନୁସାରେ ପ୍ରତି ୩୦ ଜଣ ଛାତ୍ର ରେ ଜଣେ ଶିକ୍ଷକ ହିସାବ ରେ ୭ଜଣ ଶିକ୍ଷକ ରହିବା କଥା । ପୁନଶ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ଯାଏଁ ରହିଥିବାରୁ ଗ୍ରାମବାସୀ ଜଣେ ବିଏଡ ଶିକ୍ଷକ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ୍ ବିଦ୍ୟାଳୟ କୁ ନିକଟସ୍ତ କର୍ଲାପଡ଼ା ପ୍ରାଥମିକ ବିଦ୍ୟାଳୟ, ତାଣ୍ଡପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଖମାରଗୁଡା ପ୍ରାଥମିକ ବିଦ୍ୟାଳୟ ରୁ ଜଣେ ଲେଖାଏଁ ଶିକ୍ଷକ ମୋଟ ୩ଜଣ ଶିକ୍ଷକ ଙ୍କ ସମେତ ଧର୍ମଗଡ ଉଚ୍ଚ ବିଦ୍ୟାଳୟ ରୁ ଏବଂ ଜୟନ୍ତ ପୁର ଉଚ୍ଚ ବିଦ୍ୟାଳୟ ରୁ ଦୁଇ ଜଣ ଶିକ୍ଷକ ଙ୍କୁ (ଡେପୁଟେଶନ) ସାମୟିକ ନିଯୁକ୍ତି ଦିଆ ଯାଇଛି। ଦୀର୍ଘ ୧୪ ଦିନ ଧରି ସ୍କୁଲ ରେ ତାଲା ବନ୍ଦ ରହିଥିବା ବେଳେ ଆଜି ତାଲା ଫିଟିବା ପରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟ ରେ ଖୁସି ପ୍ରକାଶ ପାଇଛି।

ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଆଲୋଚନା ସମୟ ରେ ସ୍କୁଲ ପରିଚାଳନା କମିଟି ସଭାପତି ଖେମରାଜ ମେହେର, ସରପଞ୍ଚ ପ୍ରତିନିଧି ନୁଜଲ୍ କୁମାର ବାଗ, ତୁଳସୀ ରାମ ନାଏକ, କୃଷ୍ଣ ଚନ୍ଦ୍ର ମାଝୀ, ଗଣେଷ ନାଏକ, ମାଧବ ଗୋପାଲ, ସ୍କୁଲ ପ୍ରଧାନ ଶିକ୍ଷକ ପ୍ରେମ ଲାଲ ନାଏକ, ଶିକ୍ଷକ ନିରଞ୍ଜନ ମୁଦୁଲି, ବିଇଓ ପଙ୍କଜିନୀ ମାଝୀ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ପ୍ରଶାସନ ଶେଷରେ ସବୁ ଦାବୀ ମାନିଲେ। ଆନ୍ଦୋଳନକୁ ୧୪ ଦିନ ପୁରି ଥିବା ବେଳେ ଦାବୀ ମୁତାବକ ଶିକ୍ଷକ ଯୋଗାଇ ଦେବା ପରେ ସ୍କୁଲ ର ତାଲା ଫିଟିଲା କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ଆଗରୁ ପଦକ୍ଷେପ ନେଇଥିଲେ ସ୍କୁଲରେ ୧୪ ଦିନ ତାଲା ପଡ଼ି ନଥାନ୍ତା ଆଉ କୋମଳ ମତି ଛାତ୍ର ଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇ ନ ଥାନ୍ତା ବୋଲି ଆଲୋଚନା ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରକ୍ତ ରକ୍ତକୁ ବାନ୍ଧିଛି ସମ୍ପର୍କର ଡୋରୀରେ ,କଳାହାଣ୍ଡି,ନୂଆପଡା ,ବଲାଙ୍ଗିରର ଠାକୁର ବର୍ଗର କୌଶିଳ ପରିବାର ଏକତ୍ରିତ 

masiha

୫ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ବେହେରାପାଟି ସ୍କୁଲ ପାଚିକା ତଦନ୍ତ ରେ ବିଡ଼ିଓ ଙ୍କ ସମେତ ତିନି ଅଧିକାରୀ 

Sunil Chandra Nayak

Leave a Comment

error: Content is protected !!