ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଗହଣାର ଗାଁ କରମୂଳ , ୨- ବୋମା ଖାଇ ବାରହାର ଜୀବନଗଲା , ୩- ଚାଳକଙ୍କ ଦରମା ରେ ଅନିୟମିତତା ନେଇ ଲକ୍ଷ୍ମୀବସ ବନ୍ଦ , ୪- ତନ୍ତିମୁଣ୍ଡା ଖ ଆଶ୍ରମ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ , ୫-ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ , ୬- ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯୁବକ ମୃତ , ୭- ଆବାସ ଗୃହ ରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ,୮- କାମଧେନୁ ଯୋଜନାରେ ଗାଈ କିଣି ହରଡ଼ଘଣାରେ ଚାଷୀ , ୯-ଉପଖଣ୍ଡ ଚିକିତ୍ସାଳୟ ରେ ଜରୁରୀ କାଳୀନ ଚିକିତ୍ସା ରେ ଅବ୍ୟବସ୍ଥା 

ଗହଣାର ଗାଁ କରମୂଳ 

ଢେଙ୍କାନାଳ – ସୁନା ଅଳଙ୍କାର ପ୍ରତି ଅନେକଙ୍କର ଦୁର୍ବଳତା ଥାଏ। ଅନେକେ ମାତ୍ର ସୁନା ଦର ଦେଖି ଚୁପ୍ ରହି ଯାଆନ୍ତି ଅନେକ । ତେବେ ସୁନାର ଜାଗା ଏବେ ବିଭିନ୍ନ ଧାତୁ ତିଆରି ଗହଣା ନେଇଛି। ତମ୍ବା ଓ ପିତଳରେ ବିଭିନ୍ନ ଆକର୍ଷଣୀୟ ଅଳଙ୍କାର ତିଆରି କରୁଛନ୍ତି। 

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଯୋରନ୍ଦା ନିକଟ କରମୂଳ ଓ ଗୋବର୍ଦ୍ଧନପୁର ଗାଁର କାରିଗରମାନେ। ଗାଁକୁ ପ୍ରବେଶ କଲା ମାତ୍ରେ ଆଖିରେ ପଡ଼େ ସମସ୍ତଙ୍କ ହାତରେ ଛୋଟ ବଡ଼ ହାତୁଡ଼ି । ସେହି ହାତୁଡ଼ି ମାଡ଼ରେ ରୂପ ନେଇଥାଏ ଆକର୍ଷଣୀୟ ଅଳଙ୍କାର । ସୁନା ନ ହୋଇ ବି ଝଟକୁଥାଏ ସୁନା ଭଳି ତମ୍ବା ଓ ପିତଳ ତିଆରି ଏହି ଅଳଙ୍କାର ଗାଁକୁ ଦେଇଛି ସ୍ବତନ୍ତ୍ର ପରିଚୟ । ତଥାପି ଗାଁଟିର ଅସ୍ତିତ୍ବ ବିଷୟରେ ଅନେକେ ଜାଣନ୍ତି ନାହିଁ। ଏହି ଗାଁରେ ଦୀର୍ଘ ବର୍ଷ ହେଲା ଆଦିବାସୀ ଗହଣା ଭଳି ଦିଶୁଥିବା ପିତଳ ଗହଣା ତିଆରି ହୋଇଆସୁଛି। ଯେଉଁମାନେ ପୂର୍ବରୁ ସୁନା ଗହଣା ତିଆରି କରୁଥିଲେ ସେମାନେ ଜନଜାତିଙ୍କ ପାଇଁ ବି ଗହଣା ତିଆରି କରୁଥିଲେ। କିଛିବର୍ଷ ପୂର୍ବେ ଏକ ସଂସ୍ଥା ସେମାନଙ୍କୁ ଅଳଙ୍କାର ଗଢ଼ିବା ପାଇଁ ପ୍ରୋତ୍ସାହିତ କରିଥିଲା। କାରିଗରମାନେ ପିତଳ,ତମ୍ବାରେ ଅଳଙ୍କାର ତିଆରି କଲେ। ଗାଁର ସ୍ୱର୍ଗତ ଭାଗ୍ୟଧର ମହାରଣା,କୃଷ୍ଣ ମହାପାତ୍ର,ପ୍ରଫୁଲ୍ଲ ମହାରଣା ପ୍ରମୁଖ ପ୍ରଥମେ ତମ୍ବା ପିତଳର ଅଳଙ୍କାର ଗଢ଼ିବାଆରମ୍ଭ କରିଥିଲା ବେଳେ ସେହି ସଂସ୍ଥା ଅଳଙ୍କାର ସବୁ କିଣିନେଉଥିଲା। ମାତ୍ର ଏବେ କାରିଗରମାନେ ନିଜେ ଏସବୁ ଅଳଙ୍କାର ବିକ୍ରି କରୁଛନ୍ତି।  

।। ଜଟିଳ ପ୍ରକ୍ରିୟାରେ ଗଢ଼ାହୁଏ ।।

ଏହା ଏକ ହସ୍ତକଳା ହୋଇଥିବାରୁ ବିଭିନ୍ନ ଜଟିଳ ପର୍ଯ୍ୟାୟ ଦେଇ ଗଢ଼ିବାକୁ ହୁଏ। କଞ୍ଚାମାଲ ଭାବେ ପିତଳ ତାର ଓ ଚାଦର ବା ପ୍ଲେଟ ଆଦି କଲିକତାରୁ ଅଣାଯାଏ। ବରିଷ୍ଠ କାରିଗର ହୃଷିକେଶ ମହାରଣାଙ୍କ କହିବା ଅନୁସାରେ,ପିତଳକୁ ପ୍ରଥମେ ନିଆଁରେ ପୋଡ଼ି ନରମ କରାଯାଏ। ଏହାପରେ ଗାରଗାର ପଡି ପ୍ରସ୍ତୁତ ହୋଇଥିବା ଏକ କାଠରେ ପିତଳକୁ ରଖି ହାତୁଡିରେ ପିଟାଯାଏ। ଫଳରେ ତାରର ମଝିରେ ଏକ ଧାର ଭଳି ହୋଇଯାଏ। ତାହାକୁ ପୁଣି ନିଆଁରେ ପୋଡ଼ାଯାଏ। ଏହାପରେ ଛୋଟ ଛୋଟ ଖଣ୍ଡ କରି କଟାଯାଏ। ସେହି ଛୋଟ ଖଣ୍ଡକୁ ଏକ ଲୁହା କଣ୍ଟା ଓ ହାତୁଡି ସାହାଯ୍ୟରେ ପିଟି ମାଳି ଆକୃତିର ଗୋଲ କରାଯାଇ ତାହା ମଝିରେ ସୁତା ଭରିବାକୁ ଛିଦ୍ର କରାଯାଏ। ସେସବୁକୁ ଏସିଡିରେ ସଫା କରିବା ପରେ ପୋଡି ଯାଇଥିବା ପିତଳ ଝଟକି ଉଠେ। ପରେ ସୁତାରେ ଗୁନ୍ଥାଯାଇ ପ୍ରସ୍ତୁତ ହୁଏ ତାରା କାନଫୁଲ,ଗଛ କାନଫୁଲ,ଚକି କାନଫୁଲ,ପତ୍ରି କାନଫୁଲ,ପାଉଁଜି,ବ୍ରେସଲେଟ୍ ଆଦି ଅଳଙ୍କାର। 

।। ଆକର୍ଷିତ କରୁଛି ନୂଆ ଶୈଳୀ ।। 

ଏହି ଅଳଙ୍କାରଗୁଡ଼ିକ ଦେଖିବାକୁ ଆଦିବାସୀ ଅଳଙ୍କାର ଭଳି । ପୁରୁଣା ଶୈଳୀର ଅଳଙ୍କାର ସହ ଏବେ କାରିଗରମାନେ ନୂଆ ନୂଆ ଶୈଳୀର ଅଳଙ୍କାର ତିଆରି କରୁଛନ୍ତି। ବିଭିନ୍ନ ଚଳଚ୍ଚିତ୍ର,ଧାରାବାହିକରେ ପିନ୍ଧା ଯାଉଥିବା ଅଳଙ୍କାର ଦେଖି କାରିଗରମାନେ ସେପରି ତିଆରି କରୁଛନ୍ତି। ଏବେ ସମସ୍ତେ ବେକରେ ଯେପରି ଇୟର ଫୋନ୍ ପକାଉଛନ୍ତି ସେହି ଶୈଳୀରେ ଅଳଙ୍କାର ତିଆରି ହେଉଛି। ଯାହାର ଚାହିଦା ଅଛି ବୋଲି କୁହନ୍ତି କାରିଗର ମନୋଜ ମହାରଣା। 

।।ବିଦେଶରେ ଆଦର,ଓଡ଼ିଶାରେ ନାହିଁ ।।

 ଦିନକୁ ଦିନ ପିତଳ,ତମ୍ବାର ମୂଲ୍ୟ ବଢ଼ୁଥିବା ବେଳେ ପରିଶ୍ରମ ତୁଳନାରେ ବିକ୍ରି ମୂଲ୍ୟ କମ୍ ରହୁଛି। ଲୋକେ କିଣିପାରିବା ଭଳି ଦର ନିର୍ଦ୍ଧାରଣ କରିବାକୁ ପଢୁଥିବାରୁ ୨ଶହ ଟଙ୍କାରୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ପୂର୍ବରୁ କିଛି ବେପାରୀ ଓ ଏନ୍‌ଜିଓ ଶସ୍ତାରେ ନେଇ ଯାଉଥିଲେ। ଏବେ କାରିଗର ନିଜେ ତିଆରି କରିବା ସହ ସରକାରଙ୍କ ପକ୍ଷରୁ ହେଉଥିବା ମେଳା,ମହୋତ୍ସବରେ ଯୋଗଦେଇ ନିଜେ ବିକ୍ରି କରି ଦୁଇ ପଇସା ଲାଭ ପାଉଛନ୍ତି। ବାହାରେ ଏସବୁ ସାମଗ୍ରୀର ବେଶ୍ ଚାହିଦା ରହିଛି। ଏପରିକି ଗାଁକୁ ବିଦେଶୀ ପର୍ଯ୍ୟଟକ ଆସି ଏହି ଅଳଙ୍କାର କିଣୁଛନ୍ତି। ତଥାପି ରାଜ୍ୟ ଭିତରେ ବିକ୍ରି ସେପରି ତ୍ସାହଜନକ ରହୁନାହିଁ। ଲୋକଙ୍କୁ ଭଲ ଲାଗୁଥିଲେ ବି ଦର ଶୁଣି ମୁହଁ ମୋଡୁଛନ୍ତି। ପିତଳକୁ ଏତେ ଟଙ୍କାରେ କାହିଁକି ନେବୁ ବୋଲି ଭାବୁଛନ୍ତି। କିନ୍ତୁ ଏଥିପାଇଁ କାରିଗରଙ୍କୁ ବହୁ ପରିଶ୍ରମ କରିବାକୁ ପଡୁଛି। 

।। ଦାଦନ ନୁହେଁ,ଆତ୍ମନିର୍ଭରଶୀଳ ଗାଁ ।। 

କରମୂଳ ଏକ ବଡ ଗାଁ ହୋଇଥିବା ବେଳେ ସେଠାରୁ ପ୍ରାୟ ୨୦ଟି ପରିବାର ଅନ୍ୟରୁ ଉଠି ଆସି ଗୋବର୍ଦ୍ଧନପୁର ଗାଁ ଗଠନ କରିଛନ୍ତି। ଏହି ଗାଁର ପ୍ରତ୍ୟେକ ପରିବାରର ସମସ୍ତ ସଦସ୍ୟ ଏହି କାମ କରିଥାନ୍ତି। ପୂର୍ବରୁ କିଛି କିଛି ଲୋକ ବାହାରକୁ ଯାଇ ଅନ୍ୟ କାମଧନ୍ଦା କରୁଥିଲେ। ମାତ୍ର ଏବେ କେହି ଜଣେ ବି ବାହାରକୁ ଯାଇ ଦାଦନ ଖଟୁନାହାନ୍ତି। କେବଳ ଏହି କାମ କରିବା ଏବଂ ତାହାକୁ ନେଇ ମେଳା,ମହୋତ୍ସବ ଯିବା ଆଦି କାମରେ ନିୟୋଜିତ ରହି ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଥିବା କୁହନ୍ତି। ତଥାପି ଏହି ଅଳଙ୍କାର ବିକ୍ରି ବୃଦ୍ଧି କରିବାକୁ ହେଲେ ସରକାରୀ ପ୍ରୋତ୍ସାହନ ସାଙ୍ଗକୁ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି। ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦି ଠାରୁ ୮ କିଲୋମିଟର ଦୂରରେ ଏହି ଗାଁ ଅବସ୍ଥିତ । ଏହାକୁ ଗୁରୁତ୍ବ ଦିଆଗଲେ ପର୍ଯ୍ୟଟକମାନେ କପିଳାସ,ଯୋରନ୍ଦା ବୁଲିବା ପରେ ଏହି ଗାଁକୁ ଆସିପାରବେ। ଫଳରେ ଏହି ହସ୍ତକଳା କଳାର ଆଦର ଓ ପରିଚୟ ବଢ଼ନ୍ତା ବୋଲି କାରିଗରମାନେ ଆଶା କରିଛନ୍ତି।

ବୋମା ଖାଇ ବାରହାର ଜୀବନଗଲା

ଢ଼େଙ୍କାନାଳ – ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଅଞ୍ଚଳର ବରଦା ଗ୍ରାମରେ । ଯାହା ସୂଚନା ମିଳିଛି। ବନ୍ୟଜନ୍ତୁ ଶିକାରୀ ମାନେ ଶିକାର କରିବାକୁ ବମ ରଖିଥିଲେ। ସେହି ବମଟିକୁ ବାରହା ଖାଇବା ସମୟରେ ପୁଂଟିଥିଲା ଫଳରେ ବାରହା ଗୁରୁତର ଅବସ୍ଥାରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲ। ବନବିଭାଗ କର୍ମଚାରୀ ମାନେ ପହଞ୍ଚିଲା ବେଳକୁ ବାରହାଟିର ମୃତ୍ୟୁ ହେଇସାରିଥିଲା ବନବିଭାଗ ତଦନୁ ଆରମ୍ଭ କରିଛି। କେଉଁ କାରଣରୁ ମୃତ୍ୟୁ ହେଲା ତାହା ବ୍ୟବଛେଦ ପରେ ଜଣାପଡିବ ।

ଚାଳକଙ୍କ ଦରମା ରେ ଅନିୟମିତତା ନେଇ ଲକ୍ଷ୍ମୀବସ ବନ୍ଦ 

କାମାକ୍ଷାନଗର- କାମାକ୍ଷାନଗର ବ୍ଲକରେ ଯାତାୟାତ ର ସୁବିଧା ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ମୀବସ ଚଳାଚଳ ରେ ବ୍ୟବସ୍ଥା କରିଥିବା ବେଳେ ମଙ୍ଗଳବାର ଚାଳକ ମାନେ ସେମାନଙ୍କର ମାସିକ ଦରମା ରେ ଅନିୟମିତତା ଥିବାରୁ ବସ ନଚଳାଇ ବନ୍ଦ ରଖିଥିଲେ l ଫଳରେ ବ୍ଲକ ର ବିଭିର୍ନ୍ନ ପ୍ରାନ୍ତ କୁ ଯିବା ପାଇଁ ଆସିଥିବା ବହୁ ଯାତ୍ରୀ ନିରାଶ ହୋଇଥିବାର ଜଣାଯାଇଛି l ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକର ପଞ୍ଚାୟତ କୁ ଯାତାୟାତ ସକାଶେ ଲକ୍ଷ୍ମୀ ବସ ର ସୁବିଧା କରାଯାଇଛି l ବସ ଚଳାଇବା ସକାଶେ ନିଯୁକ୍ତ ଚାଳକ ମାନଙ୍କୁ ଧାର୍ଯ୍ୟ ପାଉଣା ପ୍ରଦାନ କରାଯାଉ ନଥିବା ବେଳେ ଗତ ମାସରେ କାର୍ଯ୍ୟରତ ଚାଳକ ମାନେ ନିଜର ଧାର୍ଯ୍ୟ ପାଉଣା ରୁ ବଞ୍ଚିତ ରହିଛନ୍ତି l ଫଳରେ ସମସ୍ତ ଚାଳକ ଆଜି ପୂର୍ବାହ୍ନରେ ବସ ପାଖକୁ ଆସିଥିଲେ ହେଁ ବସ ଚଳାଇ ନଥିଲେ l ବସ ଗୁଡିକ ଷ୍ଟାଣ୍ଡରେ ଠିଆ ହୋଇ ରହିଥିଲା l ଖବରପାଇ ବିଭାଗୀୟ ଜିଲା ପରିଚାଳକ କିସାନ ଦାସ ଚାଳକମାନଙ୍କ ପାଖରେ ପହଞ୍ଚି ବହୁ ବୁଝାସୁଝା କରି ୨ ଦିନ ମଧ୍ୟରେ ବିହିତ ପଦକ୍ଷେପ ନେବା ସକାଶେ ପ୍ରତିଶୃତି ପ୍ରଦାନ କରିବା ପରେ ଚଲାକମାନେ ଅପରାହ୍ନରେ ବସ କୁ ଗନ୍ତବ୍ୟ ପଥରେ ଚଳାଇଥିଲେ l

ତନ୍ତିମୁଣ୍ଡା ଖ ଆଶ୍ରମ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କାମାକ୍ଷାନଗର – କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ତନ୍ତିମୁଣ୍ଡା ଖା ଆଶ୍ରମ ବିଦ୍ୟାଳୟରେ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ। ସେହିପରି ବିଶ୍ୱ ଯୁବ କେନ୍ଦ୍ରର କର୍ମଚାରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ସୁରକ୍ଷା ସମ୍ପର୍କରେ ସଚେତନ କରିଥିଲେ।

କାର୍ଯ୍ୟକ୍ରମରେ ଶିଶୁ ବିବାହ, ଶିଶୁ ଶ୍ରମ ଓ ଶିଶୁ ଚାଲାଣ ଭଳି ସାମାଜିକ ସମସ୍ୟାର କୁପରିଣାମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶିଶୁ ବିବାହ କିପରି ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତକୁ ପ୍ରଭାବିତ କରିଥାଏ, ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦିଆଯାଇଥିଲା।

ସେହିପରି ଶିଶୁ ଅଧିକାର ଓ ଶିଶୁ ନିର୍ଯାତନା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ସଚେତନ କରାଯାଇଥିଲା। ପ୍ରତ୍ୟେକ ଶିଶୁର ଶିକ୍ଷା, ସୁରକ୍ଷା, ସୁସ୍ଥ ଜୀବନ ଏବଂ ନିର୍ଯାତନାମୁକ୍ତ ପରିବେଶରେ ବଞ୍ଚିବାର ଅଧିକାର ରହିଛି ବୋଲି ଅବଗତ କରାଯାଇଥିଲା।ଶିଶୁମାନେ କୌଣସି ପ୍ରକାରର ନିର୍ଯାତନା, ଶିଶୁ ଶ୍ରମ କିମ୍ବା ଶିଶୁ ଚାଲାଣର ଶିକାର ହେଲେ ନିରବ ନରହି ନିଜର ଶିକ୍ଷକ, ଅଭିଭାବକ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଥିଲା।

ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ମଧ୍ୟରେ ନିଜ ଅଧିକାର, ସୁରକ୍ଷା ଓ ଦାୟିତ୍ୱ ପ୍ରତି ସଚେତନତା ସୃଷ୍ଟି କରାଯାଇଥିଲା। ଶିଶୁ ବିବାହ, ଶିଶୁ ଶ୍ରମ, ଶିଶୁ ଚାଲାଣ ଓ ଶିଶୁ ନିର୍ଯାତନା ମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।

ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଯୋଗଦାନ 

ଢ଼େଙ୍କାନାଳ – ଢ଼େଙ୍କାନାଳରେ ନୂତନ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶ୍ରୀ ଶ୍ରୀନିବାସ ରାଉତ ଦାୟୀତ୍ଵ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନରେ, ଶ୍ରୀ ରାଉତ କାର୍ଯ୍ୟରତ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରାଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇବା ସହ ଗତ ନଭେମ୍ବର ୨୦୨୩ ରୁ କାର୍ଯ୍ୟରତ ଅଧିକାରୀ ଶ୍ରୀ ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ଯୁବକ ମୃତ

ଢେଙ୍କାନାଳ- ଢେଙ୍କାନାଳ ସଦର ଥାନା ସାଂକୁଲେଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡି ମୃତ୍ୟୁ ହୋଇଛି । ସୂଚନା ମୁତାବକ ସାଂକୁଲେଇ ଉପର ସାହିର କଷ୍ଟୁ ବେହରାଙ୍କ ୧୯ ବର୍ଷର ପୁଅ ପିଣ୍ଟୁ ବେହେରା ମଙ୍ଗଳ ବାର ମଧ୍ୟାହ୍ନରେ ଗ୍ରାମର ଜଣେ ସାଂଗ ସହିତ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀକୁ ଗାଧୋଇବା ବେଳେ ହଠାତ ପିଣ୍ଟୁ ପାଣିରେ ବୁଡ଼ି ଯାଇଥିଲା । ସାଂଗ ଜଣଙ୍କ ଗ୍ରାମରେ ଖବର ଦେବା ସହିତ ଗ୍ରାମବାସୀ ଅଗ୍ନିଶମ ବିଭାଗର ସହାୟତା ନେଇଥିଲେ । ଖୋଜାଖୋଜି ପରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ପିଣ୍ଟୁକୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସାଙ୍କୁଲେଇ ଗ୍ରାମର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ସାହୁ ମୁଖ୍ୟ ଚିକିତ୍ସାଳୟଠାରେ ପହଞ୍ଚି ସହଯୋଗ କରି ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି ।

ଆବାସ ଗୃହ ରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

 ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଚନ୍ଦ୍ରଶେଖର ପ୍ରସାଦ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରୁ ପ୍ରାୟ ୫୦ ରୁ ଉର୍ଦ୍ଧ ଲୋକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆବାସ ଗୃହରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଆସିଥିବା ଗ୍ରାମବାସୀମାନେ ନିଜ ନିଜର ଘରରସ୍ଥିତି ପ୍ରକାଶ କରିଛନ୍ତି । ଆମ୍ଭେ ଯୋଗ୍ୟ ହୋଇ ମଧ୍ୟ ଘରଘଣ୍ଡେ ପାଇପାରୁ ନାହିଁ । କିନ୍ତୁ ଘରଥିବା ଅଯୋଗ୍ୟ ବ୍ୟକ୍ତିମାନେ ଘର ହାତଉଛନ୍ତି । ତେଣୁ ଆମ୍ଭ ପଞ୍ଚାୟତରେ ଆଉଥରେ ତଦନ୍ତ କରାଯାଉ ଯୋଗ୍ୟ ମାନଙ୍କୁ ଆବାସ ପ୍ରଦାନ କରାଯାଉ ବୋଲି କ୍ଷୋଭର ସହିତ ପ୍ରକାଶ କରିଛନ୍ତି ।

କାମଧେନୁ ଯୋଜନାରେ ଗାଈ କିଣି ହରଡ଼ଘଣାରେ ଚାଷୀ 

 ଢେଙ୍କାନାଳ- କାମଧେନୁ ଯୋଜନାରେ ଗାଈ କିଣି ସ୍ୱାବଲମ୍ବୀ ହେବା ପାଇଁ ସରକାରଙ୍କ ଯୋଜନାରେ ଚାଷୀ ଲାଭର୍ଥୀ ହେବା ପରିବର୍ତ୍ତେ ହରଡ଼ଘଣାରେ ପଡ଼ିଥିବା ଦେଖାଯାଇଛି। ୫ ଜଣ ଚାଷୀ ଭୁବନ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ବସିରହିଥିଲେ। ଖବର ନେବାରେ ଜଣା ଯାଏ ଯେ ୨୦୨୫ ମସିହା ଅକ୍ଟୋବର ୩ତାରିଖରେ ୧୧ ଚାଷୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଅପ୍ରେଲ ୨୦୨୬ ସୁଦ୍ଧା ଶେଷ କରିବାକୁ ଆଦେଶ ରହିଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ନହେବାରୁ ପୁଣି କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଚାଷୀ ମାନଙ୍କୁ ଡକାଇ ଭୁବନ ପ୍ରାଣୀ ଚିକତ୍ସା ଅଧିକାରୀ ଗଁଦିଆ ବ୍ଲକ ଷଡ଼ଙ୍ଗୀ ର ସୁରେଶ ନାମକ ଜଣେ ମଧ୍ୟସ୍ଥି ଜରିଆରେ ଆନ୍ଧ୍ରପ୍ରଦେଶରୁ ଗାଈ ଆଣିବାକୁ ବ୍ୟବସ୍ଥା କରାଇଥିଲେ। ଭୁବନର ୧୧ ଜଣ ଚାଷୀ ସୈରା ଡାଲିନାଇଡ଼ୁଙ୍କୁ ଫୋନ ପେ ଜରିଆରେ ଟଙ୍କା ଦେଇ ଗାଈ ଆଣିଥିଲେ। ସଠିକ ଭାବେ କାଗଜ ପତ୍ର କରିବା ଦାୟିତ୍ୱ ନେଇଥିବା ସୁରେଶ ଆଉ ଧାରା ଛୁଆଁ ଦେଉନାହାନ୍ତି। ସମସ୍ତ କାଗଜ ପତ୍ର ଭୁବନ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲେ ବି ଦୀର୍ଘ ୮ ମାସ ହେଲା ହରଡଘଣାରେ ପଡିଛନ୍ତି ଗୋ ପାଳକ। ଭୁବନ ପ୍ରାଣୀ ଚିକିତ୍ସାଲୟ ରେ ଦୀର୍ଘ ସମୟ ଧରି ବସିରହିଥିଲେ। ସେମାନେ ହେଲେ ମଠକରଗୋଳା ବିଭୁତି ଭୂଷଣ ଜେନା, ସବିତା ରାଉତ, କୁଣ୍ଡା ଗ୍ରାମର ଟୁନିବେହେରା, ଗୋରଡିଆ, ବାଲିଚାତୁରୀ ର ରଜନୀକାନ୍ତ ମଲ୍ଲିକ ଯୋଜନା ରୁ ବଂଚିତ ଅଛନ୍ତି। କାମଧେନୁ ଯୋଜନାରେ ସ୍ୱାଭାଲମ୍ବୀ ହେବା ବଦଳରେ ହରଡ଼ଘଣାରେ ପଡ଼ିଥିବା ଗୋପାଳକ ଏବେ ଆତ୍ମହୃତି ଦେବାକୁ ଧମକ ଦେଇଥିବା ଜଣାପଡିଛି। ଏନେଇ ପ୍ରାଣୀ ଚିକିତ୍ସା ଅଧିକାରୀ ଗଜେନ୍ଦ୍ର ମହାରଣା କୁହନ୍ତି ମୋ କାମ ମୁଁ ସାରିଛି, ଢେଙ୍କାନାଳ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କୁ ସମସ୍ତ କାଗଜତ ପଠାଇ ଦେଇଛି।

ଉପଖଣ୍ଡ ଚିକିତ୍ସାଳୟ ରେ ଜରୁରୀ କାଳୀନ ଚିକିତ୍ସା ରେ ଅବ୍ୟବସ୍ଥା 

କାମାକ୍ଷାନଗର- କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଜରୁରୀ କାଳୀନ ସେବାରେ କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅନିୟମିତତା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ଚିକିତ୍ସାଳୟ ରେ ସୋମବାର ରାତି ୯ ଟା ସମୟରେ ଜରୁରୀକାଳୀନ ସେବାରେ ନିୟୋଜିତ ଜନୈକ ଡାକ୍ତର କର୍ତ୍ତବ୍ୟରତ ଥିବା ବେଳେ ଯାଇଥିବା ଜଣେ ଥଣ୍ଡା ଜ୍ୱର ରୋଗୀଙ୍କୁ ଏଇଟା ଜରୁରୀ କାଳୀନ ସେବା ଏହି ସମୟରେ ଜ୍ୱର ଥଣ୍ଡା ଚିକିତ୍ସା ହୋଇପାରିବ ନାହିଁ ବୋଲି କହି ଫେରାଇ ଦେଇଥିଲେ l କିନ୍ତୁ ସଂପୃକ୍ତ ରୋଗୀ ଜଣେ ଗଣମାଧ୍ୟମ ର ପ୍ରତିନିଧି ବୋଲି ପରିଚୟ ଦେଇଥିବା ବେଳେ ଚିଠା ରେ ଗୋଟିଏ ଔଷଧ ଲେଖି ବାହାରୁ ନେଇ ଯିବାକୁ କହିଥିଲେ l ସଂପୃକ୍ତ ଗଣମାଧ୍ୟମ ପ୍ରତିନିଧି ଏ ସଂକ୍ରାନ୍ତରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ କୁ ଜଣାଇବା ପରେ ସଙ୍ଘ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନଜର କୁ ଆଣିବା ପରେ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ପ୍ରକାଶ କରିଥିଲେ l ଜଣେ ଗଣମାଧ୍ୟମ ପ୍ରତିନିଧି ଏଭଳି ଚିକିତ୍ସାର ସମ୍ମୁଖୀନ ହେଉଥିବା ବେଳେ ସାଧାରଣ ଜନତା କିଭଳି ଚିକିତ୍ସାର ସୁବିଧା ପାଉଥିବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ମଣ୍ଡେଇ ଶୁଭାରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି 

masiha

ତାଲିମପ୍ରାପ୍ତ କଳା କ୍ରୀଡା ଶିକ୍ଷକ ମହାସଂଘର ସମ୍ମିଳନୀ 

Sunil Chandra Nayak

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

masiha

Leave a Comment

error: Content is protected !!