ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଅବିର କହିଛି, ଆନ୍ତର ର ପ୍ରୀତି

ଅବିର କହିଛି, ଆନ୍ତରର ପ୍ରୀତି 

 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

 

କହିବି କହିବି, ହେଉ ଥିଲି ଭାବି 

କହିପlରିଲିନି କଥା, 

କହିଦେଲେ,ଖୋଲି, ଯିବ ସେତ ଭୁଲି

ଧରିସେ ରାଗର ପନ୍ଥା ll

ଗାଧୁଆ ତୁଠରେ, ମଠ, ମନ୍ଦିରରେ 

ବଜାର ବାଟରେ ଜଗି, 

କରିଲି ବାହାନା, କରିଲି ଛଳନା

ବୁଝି ସେ ଅବୁଝା ସଂଗୀ ll 

ଦେଲି ଉପହାର, ଜନ୍ମଦିନେ ତାର 

ଧାର କରଜ ମୁଁ କରି, 

ନବ ବରଷରେ, ଗୋଲାପ ସାଥିରେ 

ଶୁଭେଚ୍ଛା ପତର ଧରି ll

ଭଲଅଛି କହି, ସ୍ମିତହାସ ଦେଇ 

ଗଲା ସେ ସରସ ହୋଇ  

ସମୟ ନଦେଇ, ଚାଲିଗଲା ସେହି 

କାମର ବାହାନା କହି ll

କିପରି କହିବି, ନିତି ଭାବି ଭାବି 

ଭାଳି ଭାଳି ଗଲା ଦିନ, 

ସୁନିଦ୍ରା ଆହାର, କରିଦେଲା ପର

ପାଠରେ ନଥିଲା ମନ ll

ଆନ୍ତର ବେଦନା, ମନର ଭାବନା 

ମନ ଗହନରେ ରଖି, 

ଦିନ କlଟୁଥିଲି, ସୁଯୋଗ ଖୋଜିଲି 

ତା ରୂପ ବଦନ ଦେଖି ll

ଆଣେ ବହି ଖାତା,ପ୍ରେମର ବାରତା 

ଚିଠିରେ ଲେଖିକି ଦେବି, 

କାହାକୁ ମିଳିବ, ଯାତରାଟି ହେବ

ଅଟକେ ଏକଥା ଭାବି ll 

ସାଙ୍ଗ ସାଥି ମୋର, ଅତି ସ୍ୱାର୍ଥପର

ଜମାରୁ ଭରସା ନାହିଁ, 

ତିଳକୁ ତାଳଟି, କରି କହିବେଟି 

ରଖି ଥୋଇଦେବେ ନାହିଁ ll

ଚିଲେଇ ଚିଲେଇ, କେତେ କଥା କହି

ପ୍ରକାରାନ୍ତେ କଥା ନଥା, 

ଦୁହିଁଙ୍କର ପାଶେ,ଲାଭଲୋଭ ଆଶେ 

ହାଟନାଟ ମୁଣ୍ଡ ବ୍ୟଥା ll

ଏସନ ଫଗୁଣେ, ହୋଲି ଖେଳ ଦିନେ 

ଅବିରର ରଙ୍ଗ ଧରି, 

ଖେଳୁ ଥିଲି ମୁହିଁ, ସାଙ୍ଗ ସାଥି ହୋଇ

ମୋ ପ୍ରିୟା ଆସିଲା ଧାଇଁ, 

ଧରି ପିଚିକାଳି, ରଙ୍ଗ ଦେଲା ଢାଳି 

ମହା ଆନନ୍ଦରେ ସେହି llହୋଇଲି ସାହସୀ, ଶରୀର ଆଉଁସି 

ଅବିର ମୁଁ ଦେଲି ନେସି, 

ମୋ ମନର ଭାବନା, ମନର ବାସନା 

ଶରୀରେ ଦେଲି ପରସି ll

ସେହି ଦିନ ସହି , ମଉନେ ଅନାଇ 

ପଢିଲା ମନର ଭାଷା, 

ଲଜ୍ଜା ଓ ସଂକୋଚେ, ଜିଭକୁ କାମୁଡି 

ଜାଣିଲା ଆନ୍ତର ତୃଷା ll

*************************

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ -ଗୋରିବନ୍ଧା, ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି 

ଓଡିଶା, 761206, ଯୋଗାଯୋଗ 

 

 

 

 

 

 

 

,

Related posts

ରାଉରକେଲା ବିକାଶ ମଞ୍ଚ ତରଫରୁ ବିମାନବନ୍ଦର ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

Sunil Chandra Nayak

ମଠକରଗୋଳା ମହାବିଦ୍ୟାଳୟରେ ଏନ୍.ଏସ.ଏସ ଦିବସ ପାଳିତ

Sunil Chandra Nayak

କେନ୍ଦୁଡୋଙ୍ଗରି ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!