ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେଖକ ସାମୁଖ୍ୟ ର ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ 

ଲେଖକ ସାମୁଖ୍ୟ ର ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ 

ରାଉରକେଲା/ ଓଡିଶାର ପୁରାତନ ସାହିତ୍ୟନୁଷ୍ଠାନ ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ଓ ମାସିକ ଆଲୋଚନା ଆସର ତଥା କବିତା ପାଠୋତ୍ସବ ସଭାପତି ଭୂପେନ ମହାପାତ୍ର ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟିତ୍ରୀ ନିରୁପମା ପତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଇସ୍ରୋ ବୈଜ୍ଞାନିକଙ୍କ ଚନ୍ଦ୍ରଯାନ ୩ ସଫଳତା ହାସଲ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଏହାପରେ ଦିବଂଗତ ବିଶିଷ୍ଟ ସାହିତ୍ୟିକ କୁମାର ହାସନ, ଜୟନ୍ତ ମହାପାତ୍ର ଏବଂ ପ୍ରଫେସର ଜେ.କେ ରାଓ ଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।ଏହି ସଭାରେ ମୁଖ୍ୟ ଅତିଥି ରୂପେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡ଼ାକ୍ତର ଡା. ଗୀତାଞ୍ଜଳି ପତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗଙ୍ଗାଧର ମେହେର ଙ୍କ କାବ୍ୟର ପ୍ରକୃତି ଵର୍ଣ୍ଣନା ଅତୀଵ ଚମତ୍କାର ବୋଲି କହିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାଵେ ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକା ଡଃ ସୁଚିତ୍ରା ମହାନ୍ତି ଗଙ୍ଗାଧର ମେହେର ଙ୍କ ପ୍ରକୃତି ବର୍ଣ୍ଣନାକୁ ସୁନ୍ଦର ଭାବେ ବାଖ୍ୟାନ କରିଥିଲେ। ସମ୍ମାନୀତ ଅତିଥି ଭାଵେ ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀ, ଵରେଣ୍ୟ ଅତିଥି ଭାଵେ ବିଶିଷ୍ଟ ସମାଜସେବୀ ଅଭୟ କୁମାର ଦାସ ଓ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଯୋଗଦାନ କରି ମେହେର ଙ୍କ ଅନେକ କାବ୍ୟ ଗ୍ରନ୍ଥ ସହ ସାହିତ୍ୟ କୃତି ସଂପର୍କରେ ଆଲୋଚନା କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଶିକ୍ଷାବିତ ତଥା ସାହିତ୍ୟିକା ରଶ୍ମୀଵାଳା ରାଉତରାୟ ଙ୍କ ସଭାପତିତ୍ବ ଓ କଵି ସୁଶାନ୍ତ କୁମାର ନାୟକ ଓ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଡଃ ସୁଚିତ୍ରା ମହାନ୍ତି, ମଞ୍ଜୁଳା କୁମାରୀ ରଥ, ପ୍ରଫୁଲ୍ଲ ସାମଲ , ଉର୍ବଶୀ ପତି,ଡଲିରାଣୀ ଵ୍ରହ୍ମା ପ୍ରତାପ ପଣ୍ଡା,ବସନ୍ତ ବିଶ୍ଵକର୍ମା, ସ୍ନେହଲତା ପଟ୍ଟନାୟକ କବିତା ପାଠ କରିଥିଲାବେଳେ ଅର୍ଚ୍ଚନା ପାତ୍ର ଗଳ୍ପ ପାଠ କରିଥିଲେ । ସୁଦୂର ସମ୍ବଲପୁର ବିଶ୍ବବ ଶେଷରେ ଚିତ୍ତରଞ୍ଜନ ଵ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଵହୁ ସାହିତ୍ୟିକ, ଶିକ୍ଷାବିତ ଯୋଗଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରୁ ପୁରୀ ରଥଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର ରେଳସେଵା ସାଂସଦ ନବ ଚରଣ ମାଝୀଙ୍କ ଦ୍ବାରା ଉଦ୍ଘାଟିତ 

masiha

ବାସୁଦେବପୁର ଜନ କଲ୍ୟାଣ ପରିଷଦର ୨୫ତମ ବାର୍ଷିକ ଉତ୍ସବ ପାଳିତ

masiha

ଆଦର୍ଶ ବିଦ୍ୟାଳୟ ପାଚିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!