ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଷ୍ୟ ସନ୍ତାନ ଗ୍ରହଣ ସ୍ନେହ ଓ ବନ୍ଧନ ର ପ୍ରତୀକ , ବଙ୍ଗୀୟ ଦମ୍ପତିଙ୍କ ଦ୍ଵାରା ପୋଷ୍ୟ ସନ୍ତାନ ଗ୍ରହଣ

ପୋଷ୍ୟ ସନ୍ତାନ ଗ୍ରହଣ ସ୍ନେହ ଓ ବନ୍ଧନ ର ପ୍ରତୀକ ,

ବଙ୍ଗୀୟ ଦମ୍ପତିଙ୍କ ଦ୍ଵାରା ପୋଷ୍ୟ ସନ୍ତାନ ଗ୍ରହଣ

ରାୟଗଡା। ତା ୧୫-୦୯ -୨୦୨୩ ରିଖ । ସ୍ଥାନୀୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆଇ॰ଡି॰ଏସ ସଂସ୍ଥା ମାଧ୍ୟମରେ ପରିଚାଳିତ ହୋଇଆସୁଥିବା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ରୁ ଅଲିପୁରଦୁର ନିବାସୀ ଜଣେ ଦମ୍ପତି ଗୋଟିଏ ପାଞ୍ଚ ମାସର କନ୍ୟା ସନ୍ତାନ କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ବିଧି ମୁତାବକ ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂହ ଉପସ୍ଥିତ ରହି ନିଜ କର କମଳରେ କନ୍ୟା ସନ୍ତାନ ଟିକୁ ଆଶାୟୀ ବଙ୍ଗୀୟ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ। ଉକ୍ତ ସନ୍ତାନ ହସ୍ତାନ୍ତର ସମୟରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମଧୁସ୍ମିତା ବେହେରା ଓ ପ୍ରତାପ କୁମାର ଦାଶ, ଆଇ॰ଡି॰ଏସ ସଂସ୍ଥାର ମୁଖ୍ୟ ଶ୍ରୀ ଦେବେନ୍ଦ୍ର କୁମାର ବେହେରା ଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଶିଶୁମଙ୍ଗଳ କମିଟି ଓ ଆଇ॰ଡି॰ଏସ ସଂସ୍ଥାର ସମସ୍ତ କର୍ମୀ ଉପସ୍ଥିତ ଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶିବ ଧ୍ୱନିରେ ପ୍ରକମ୍ପିତ ହେଲା ଶୈବପୀଠ, ଭାବ ଓ ଭକ୍ତିମୟ ପରିବେଶରେ ଜାଗର ଯାତ୍ରା ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ଜୁନିୟର ରେଡ କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ୍ ଶିବିର

Sunil Chandra Nayak

ବକ୍ସିତୁଳସିପାଲି ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ

masiha

Leave a Comment

error: Content is protected !!