ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ସ୍କାଉଟ୍ ଓ ଗାଇଡ୍ ର ଅନ୍ତର୍ଜାତୀୟ ଶାନ୍ତି ଦିବସ 

ଭାରତ ସ୍କାଉଟ୍ ଓ ଗାଇଡ୍ ର ଅନ୍ତର୍ଜାତୀୟ ଶାନ୍ତି ଦିବସ 

ରାଉରକେଲା/ରାଉରକେଲା ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ପ୍ରତିବର୍ଷ ପରି ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇଯାଇଛି । ପ୍ରତିକୂଳ ପାଗ ସତ୍ତ୍ବେ ସେକ୍ଟର ୧ ସ୍କାଉଟ ଭବନ ଠାରେ କବ୍ ବୁଲବୁଲ, ସ୍କାଉଟ ଗାଇଡମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଏହି ଦିବସ ପରିପ୍ରେକ୍ଷୀରେ ଚିତ୍ରାଙ୍କନ,ଚାରାରୋପଣ, ଶାନ୍ତି ଶପଥ ଓ ଶାନ୍ତି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଆୟୋଜିତ ସଭାରେ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ, ସ୍କାଉଟ କମିଶନର ବ୍ରଜେନ୍ଦ୍ର ଦାଶ ଦିବସର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ରାଡହର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର,ଓଏସଏପି ଉଚ୍ଚ ବିଦ୍ୟାଳୟ,ଚିନ୍ମୟ ବିଦ୍ୟାଳୟ,ଇସ୍ପାତ ଶିକ୍ଷା ସଦନ,ନୀଳମାଧବ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ । ଦିବସର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ଅରୁଣ କୁମାର ସ୍ବାଇଁ,ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର ପାଣି, ହୃଷିକେଶ ନାୟକ,ସାଂଗଠନିକ କମିଶନର ଅଭୟ ବିଶ୍ବାଳ, ଟ୍ରେନିଂ କମିଶନର ସୁଶାନ୍ତ ବିଶ୍ବାଳ,ଶ୍ରୀବତ୍ସ ସାମଲ, ବିଜୟାନନ୍ଦ ଦାଶ,ଗାଇଡ୍ କ୍ୟାପଟେନ ଲକ୍ଷ୍ମୀ ସାହୁ, ସୀମା ଚକ୍ରବର୍ତ୍ତୀ, ସୁଜାତା ଦାଶ, ମେରୀ ସାହୁ, ଶ୍ରୀଲେଖା ପଟ୍ଟନାୟକ, ପ୍ରୀତିଲେଖା ପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପ୍ରତିକୂଳ ପାଗରେ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେଇ ଥିବାରୁ ସଂପାଦକ ଶ୍ରୀ ନାୟକ କୃତଜ୍ଞତା ଜଣାଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସିଏମ କିଷାନ ସହାୟତା ରାଶି ପ୍ରଦାନ ଜିଲ୍ଲାର ୧ ଲକ୍ଷ ୩୩ ହଜାର ୭୧୭ ଜଣ ଚାଷୀ ଉପକୃତ ହେଲେ

Sunil Chandra Nayak

୧- ଭାରସାମ୍ୟ ହରାଇ ୩୦ ଫୁଟ ଖାତକୁ ଖୋସିଲା ଆଲୁମିନା ବୋଝେଇ ଟ୍ରକ , ୨- ଶ୍ୱଶୁର ଘରକୁ ଆସି ଗଛରୁ ପଡି ଜ୍ୱାଇଁ ଗୁରୁତର, ୩- ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ

masiha

ନୂଆପଡାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!