ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଉମୁରାହାଣ୍ଡି ନଦୀକୂଳରୁ ମିଳିଲା ମୄତ ଯୁବକର ଆପାଚି ବାଇକ୍

ଉମୁରାହାଣ୍ଡି ନଦୀକୂଳରୁ ମିଳିଲା ମୄତ ଯୁବକର ଆପାଚି ବାଇକ୍

ନବରଙ୍ଗପୁର -(ମ ନି ସ ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମ ନିକଟ ଅଙ୍ଗୀ ନଦୀ ରୁ ମିଳିଲା ମୃତ ଯୁବକର ଆପାଚି ବାଇକ୍ । ଏଇ କିଛି ଦିନ ହେଲା ପୂର୍ବରୁ ମଇଦଲପୁର ଥାନା ବାବାଜୀଗୁଡା ଜଙ୍ଗଲରୁ ଉଦ୍ଧାର ହୋଇଥିଲା ମାଟି ତଳେ ପୋତା ଯାଇଥିବା ଅବସ୍ଥାରେ ମୃତ ଯୁବକଙ୍କର ଗଳିତ ଶବ । ମୃତକ ଜଣଙ୍କ ଝରିଗାଁ ଥାନା ଛଟାଗୁଡାଗ୍ରାମର କବାଡ଼ି ବେପାର କରୁଥିବା ରାଜା ମାଲାକାର(୨୩) । ରାଜାଙ୍କ ନିଖୋଜ ମାମଲାକୁ ଭିତ୍ତିକରି ପୁଲିସ ଦୁଇ ଜଣ ଯୁବକଙ୍କୁ କାବୁ କରିବା ପରେ ଘଟଣା ସମ୍ପର୍କରେ ଜଣା ପଡିଥିଲା l ସୂଚନାକୁ ଆଧାର କରି ପୋଲିସ ମଇଦଲପୁର ଥାନା ଅଧିନସ୍ଥ ବାବାଜୀଗୁଡା ରେ ଖୋଜା ଖୋଜି କରି ଜଙ୍ଗଲ ମଧ୍ୟରେ ପୋତା ହୋଇଥିବା ଅବସ୍ଥାରେ ଗଳିତ ଶବ କୁ ଉଦ୍ଧାର କରିଥିଲେ l ପୁଲିସ କାବୁ କରିଥିବା ଦୁଇ ଯୁବକଙ୍କ କହିବା ଅନୁସାରେ ରାଜାଙ୍କ ସହ ଏମାନେ କୋଡିଙ୍ଗା ଥାନା ଅଞ୍ଚଳରେ ଏକ ଚୋରି କରିବାକୁ ଯାଇଥିଲେ l ତେବେ ବିଦ୍ୟୁତ୍ ଆଘାତରେ ରାଜାଙ୍କର ମୃତ୍ୟୁ ହେବାରୁ ଶବକୁ ଜଙ୍ଗଲରେ ମଧ୍ୟରେ ପୋତି ଦେଇ ଆସିଥିଲେ l ତଦନ୍ତ ଜାରି ରହିଥିବା ଯୋଗୁଁ ଆଜି ଗୁରୁବାର ଅପରାହ୍ନରେ ଡାବୁଗାଁ ବ୍ଳକ ଉମରାହାଣ୍ଡି ପାଖ ଅଙ୍ଗୀ ନଦୀରୁ ମୃତ ଯୁବକର ଆପାଚି ବାଇକ୍ କୁ ଉଦ୍ଧାର କଲା ପୋଲିସ l ଆଜି ବାଇକ୍ ଉଦ୍ଧାର କରିବା ସମୟରେ ଉପସ୍ଥିତ ଥିଲେ ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ, କୋଡିଙ୍ଗା ଥାନା ଅଧିକାରୀ ଯୁଗଳ ଶବର ଓ ଡାବୁଗାଁ ଅଗ୍ନିଶମ କର୍ମଚାରୀ ବୃନ୍ଦ l ବାଇକ୍ ଜବତ କରାଯାଇ ଡାବୁଗାଁ ଥାନାକୁ ଅଣାଯାଇଛି l ତଦନ୍ତ ଚାଲୁ ରହିଥିବା ଦୁଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲୁକିବନ୍ଧ ଠାରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି

Sunil Chandra Nayak

ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ, ସ୍ତ୍ରୀ ମୃତ ସ୍ବାମୀ ଗୁରୁତର, ଥାନା ଘେରାଓ କଲେ ବାପଘର ଲୋକେ

masiha

ଲକ୍ଷାଧିକ ଟଙ୍କା ର ଚୋରି ସାମଗ୍ରୀ ଉଦ୍ଧାର ସହ ଚାରି ଗିରଫ 

Sunil Chandra Nayak

Leave a Comment

error: Content is protected !!