ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଡ୍ୟାମ ସର୍କଲ , ଅମଲା ଠୁଁ ଅଧିକାରୀ କାର୍ଯ୍ୟାଳୟ ରେ ଉପସ୍ଥିତି ହେଉଛି ଇଚ୍ଛାଧୀନ

ଇନ୍ଦ୍ରାବତୀ ଡ୍ୟାମ ସର୍କଲ , ଅମଲା ଠୁଁ ଅଧିକାରୀ କାର୍ଯ୍ୟାଳୟ ରେ ଉପସ୍ଥିତି ହେଉଛି ଇଚ୍ଛାଧୀନ

  ନବରଙ୍ଗପୁର ୬/୧୦(ମସିହା) ନବରଙ୍ଗପୁର ଜିଲ୍ଲା ର ଇନ୍ଦ୍ରାବତୀ ଡ୍ୟାମ ସର୍କଲ ର କର୍ମଚାରୀ ମରୁଡି ,ତଥାପି କର୍ମଚାରୀ ଙ୍କ ଅନୁପସ୍ଥିତି ନେଇ କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା। ଇନ୍ଦ୍ରାବତୀ ଡ୍ୟାମ ସର୍କଲ କୁ ଡେଡ଼ ପ୍ରୋଜେକ୍ଟ ନାଁରେ ପ୍ରାୟତଃ ଅଧିକାରୀ ଆସିବାକୁ ପସନ୍ଦ କରୁ ନ ଥିବା ଅଭିଯୋଗ ହେଉଛି। ଯିଏ ବି ଅଧିକାରୀ ଯୋଗ ଦେଇଛନ୍ତି ଇନ୍ଦ୍ରାବତୀ ହେଡ କ୍ୱାଟର ରେ କମ ରହନ୍ତି । କାମ ବାହାନା ରେ ମଝି ମଝି ରେ ଆସନ୍ତି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ରୁ ଇନ୍ଦ୍ରାବତୀ ଡ୍ୟାମ ସର୍କଲ ହେଲା, କିନ୍ତୁ ଅଧିକାରୀ ଙ୍କ ମାନସିକତା ବଦଳି ପାରିଲା ନାହିଁ। ଅଧିକାରୀଙ୍କ ନିୟମିତ ଉପସ୍ଥିତି ରହୁ ନ ଥିବାରୁ ପ୍ରକଳ୍ପ ର ନାନା ସମସ୍ୟା ସମାଧାନ ହୋଇ ପାରୁନି। ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ଉଠିଲା ,ମୁଖ୍ୟଯନ୍ତ୍ରୀ ,ମୁଖ୍ୟଯନ୍ତ୍ରୀ ଙ୍କ ସହକାରୀ ତଥା ଗୁଣ ନିୟନ୍ତ୍ରଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ କ୍ୱାଟର ର ସ୍ଥିତି ଦେଖିଲେ ଅଧିକାରୀ ଙ୍କ ପ୍ରକଳ୍ପ ପ୍ରତି ଦାୟିତ୍ୱବୋଧ ସ୍ପଷ୍ଟ ଜଣା ପଡିଯିବ।ଡିଜିଏମ କ୍ୱାଟର ,ମୁଖ୍ୟନିର୍ମାଣ ଯନ୍ତ୍ରୀ କ୍ୱାଟର ତିନି ଟି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଙ୍କ କ୍ୱାଟର ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ବ୍ୟବସ୍ଥିତ ହୋଇନି ସେହି ସ୍ଥିତି ରେ ଡେପୁଟେସନ ରେ ଡ୍ୟୁଟି କରୁଥିବା ଡାକ୍ତର ଓ ଅନ୍ୟାନ୍ୟ ମେଡ଼ିକାଲ ଷ୍ଟାଫ କଥା ବା କିଏ ପଚାରେ। ଅଧିକାରୀ ଙ୍କ ନିୟମିତ କାର୍ଯ୍ୟାଳୟ ରେ ଉପସ୍ଥିତି ନ ରହିବା ଯୋଗୁଁ ଗ୍ରାଉଣ୍ଡ ଜିରୋ ସ୍ଥିତି ସମ୍ପର୍କରେ ଅବଗତ ରହୁ ନାହାଁନ୍ତି। ପ୍ରକଳ୍ପ କଲୋନୀ ରାସ୍ତା ,ପାନୀୟ ଜଳ ବ୍ୟବସ୍ଥା ସ୍ବାସ୍ଥ୍ୟ କେନ୍ଦ୍ର ,ବିଦ୍ୟାଳୟ ସମସ୍ୟା ସମାଧାନ ହୋଇପାରିନି। ଅଧିକାରୀ ନିଜ କର୍ମଚାରୀ ଙ୍କ ଉପସ୍ଥିତ ଅନୁପସ୍ଥିତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦେଖାଯାଉନି । ଏହାର ଫାଇଦା କିଛି ଅମଲା ନେଉଛନ୍ତି। ସୂଚନା ଅଧିକାର ଦାୟିତ୍ୱ ରେ ଥିବା କର୍ମଚାରୀ ଠିକ୍ ସମୟରେ ସୂଚନା ଦେଉ ନ ଥିବା ଦୃଷ୍ଟି ଗୋଚର ହେଉଛି। ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଡ୍ୟାମ ସର୍କଲ କାର୍ଯ୍ୟାଳୟ ସୂଚନା ଅଧିକାରୀ ଙ୍କ ଦାୟିତ୍ବ ହୀନତା ଯୋଗୁଁ ସୂଚନା ଅଧିକାର ଆଇନ ରେ ସୂଚନା ମାଗି ୩ ମାସ ବିତି ଯାଇଥିଲେ ବି ସୂଚନା ମିଳିପାରୁ ନାହିଁ । ମୁଖ୍ୟଯନ୍ତ୍ରୀ ଇନ୍ଦ୍ରାବତୀ କୋଲାବ ବେସିନ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୫୬୬ ରେ ୨୪ଅଗଷ୍ଟ ରେ ଜାରୀ ବଦଳି ଆଦେଶ କାର୍ଯ୍ୟକାରୀ ହେବାକୁ ୧୦ ଦିନ ଲାଗିଗଲା। ତା ୭ସେପ୍ଟେମ୍ବର ରେ କାର୍ଯ୍ୟକାରୀ ହେଲା, କିନ୍ତୁ ଉକ୍ତ ଆଦେଶରେ ଡେପୁଟେସନରେ ଆସିଥିବା କର୍ମଚାରୀ ଠିକ୍ ରୂପେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟଙ୍କୁ ଆସୁନ ଥିବା ଅଭିଯୋଗ ହେଉଛି। ଯେଉଁ ପରିସ୍ଥିତି ରେ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ନବରଙ୍ଗପୁର ରୁ ବଦଳି ଇନ୍ଦ୍ରାବତୀ କୁ ହୋଇଥିଲା ରିଲିଭ ହୋଇ ମଧ୍ୟଉକ୍ତ କର୍ମଚାରୀ ନବରଙ୍ଗପୁର କାର୍ଯ୍ୟାଳୟ ରେ କିପରି କାର୍ଯ୍ୟ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି ? ଜନସୁଚନା ଅଧିକାରୀ ସେକ୍ସନ ର ଦାୟିତ୍ୱରେ ଅଛନ୍ତି, କିନ୍ତୁ କାର୍ଯ୍ୟାଳୟ ଉପସ୍ଥିତି ନଗଣ୍ୟ। ବଦଳି ବା ଡେପୁଟେସନ ସତ୍ତ୍ୱେ ନିଜ ପୁରୁଣା କାର୍ଯ୍ୟାଳୟ ମୋହ ଉକ୍ତ ଅମଲା ଙ୍କ ତୁଟିନି ନା ଅନ୍ୟକିଛି ଭିତରିଆ ରହସ୍ୟ ରହିଛି! ଏଥିରୁ ସ୍ପଷ୍ଟ ଜଣା ପଡିଛି ଯେ ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶ ଅଵମାନନା ହେଉଥିବା ଆଖି ଜଳ ଜଳ ଦେଖା ଯାଉଛି।ଅମଲା ରେ ମଧ୍ୟ ସ୍ୱତନ୍ତ୍ର ଡେପୁଟେସନ ଅମଲା ଙ୍କ ଅନୁପସ୍ଥିତି କିଭଳି ଜାଣି ପାରୁନାହାନ୍ତି ଅଧିକାରୀ ଏହା ଅଞ୍ଚଳ ବାସୀ ଙ୍କ ମନରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ତୁରନ୍ତ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବା ସହିତ ଜିଲ୍ଲାପାଳ ସୂତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଦର୍ଶ ପାଠାଗାରର ନବମ ସଂଧ୍ୟା

Sunil Chandra Nayak

ଜାମଦାରେ ଏକ ଦିବସୀୟ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ପୁନରାବୃତ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

masiha

ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତି ୧୪ ଜୁଲାଇ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ 

masiha

Leave a Comment

error: Content is protected !!