ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ର ଘରେଘରେ କଂଗ୍ରେସ ଘରେଘରେ ହାତ କାର୍ଯ୍ୟକ୍ରମ ଆରମ୍ଭ

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ର ଘରେଘରେ କଂଗ୍ରେସ ଘରେଘରେ ହାତ କାର୍ଯ୍ୟକ୍ରମ ଆରମ୍ଭ 

ତେନ୍ତୁଳିଖୁଣ୍ଟି // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ଦଳର ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରା ଯାଇଛି। ଆଜି କୁର୍ମାକୋଟ ଛକ ରୁ ତେନ୍ତୁଳିଖୁଣ୍ଟି ଗ୍ରାମ ପର୍ଯ୍ୟନ୍ତ କଂଗ୍ରେସ ନେତା ଓ କର୍ମୀ ପଦଯାତ୍ରା କରି ପଥରେ ଯାଉଥିବା ପଥଚାରୀ ଙ୍କୁ ଦଳର ବାର୍ତ୍ତା ଥିବା ଲିଫଲେଟ ପ୍ରଦାନ କରିଥିଲେ। ପ୍ରଦେଶ କଂଗ୍ରେସ ଆଦିବାସୀ ସେଲ ସଭାପତି ତଥା ପୂର୍ବତନ ବିଧାୟକ ଭୁଜବଳ ମାଝୀ , ପୂର୍ବତନ ବିଧାୟକ କୁଶିଆ ମାଝୀ, ବିଧାୟକ ଆଶାୟୀ ପ୍ରାର୍ଥୀ ଦିଲୀପ ପ୍ରଧାନୀ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଭୀମସେନ ପାଣିଗ୍ରାହୀ ,ଯୁବ କଂଗ୍ରେସ ମାଲକାନଗିରି ପର୍ଯ୍ୟବେକ୍ଷକ ଦ୍ଵାରିକା ମହାପାତ୍ର , କିଶୋର ସିଂ ଅଜୟ ହିଅଲ, ସରପଞ୍ଚ ଟଭା ନାୟକ ,ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପି ନାଗ ରତ୍ନମା ପ୍ରମୁଖ ପଦଯାତ୍ରା ରେ ସାମିଲ ଥିଲେ। ମାଆ ମନ ଆସା କଂଗ୍ରେସର କାଗଜ ନିଆ … ଆହ୍ୱାନ ବେଶ ଆମୋଦିତ କରିଥିଲା ପଥଚାରୀଙ୍କୁ। ଆଜିଠୁଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ କୁ ବ୍ଲକ କଂଗ୍ରେସ ଟିମ ତଥା ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ଘରେ ଘରେ ପହଞ୍ଚାଇବା ଶପଥ ନେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କେନ୍ଦ୍ର ଚାଉଳ ରାଜନୀତିକୁ ନେଇ କୋକସରା ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ଦାବିପତ୍ର ଦେଲେ ବିଜେଡି କର୍ମି

Sunil Chandra Nayak

ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ମେ’ ମାସ ୧ ରୁ ପାର୍ଟିର ସମସ୍ତ ୩୭ଟି ସାଂଗଠନିକ ଜିଲ୍ଲାରେ ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଆରମ୍ଭ ହେବ: ବିରଂଚି ନାରାୟଣ ତ୍ରିପାଠୀ

Sunil Chandra Nayak

କଂଗ୍ରେସର ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦେଶରେ ଅରାଜକତାକୁ ବରଦାସ୍ତ କରାଯିବ ନାହିଁ : ଲଲାଟେନ୍ଦୁ ମହାପାତ୍ର

Sunil Chandra Nayak

Leave a Comment

error: Content is protected !!