ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେହେରୁ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ନେହେରୁ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ନେହେରୁ ଯୁବକ ସଂଘ, ତେରେସିଂହା ପକ୍ଷରୁ ସଫେଇ କାର୍ଯ୍ୟ ରବିବାର ହୋଇ ଯାଇଛି l ଗ୍ରାମର ରାଧାବଲ୍ଲଭ ପଡ଼ା ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଅଳିଆ ଆବର୍ଜ୍ଜନାକୁ ସଂଘ ସଦସ୍ୟ ମାନେ ସଫା କରି ପରିଷ୍କାର କରିବା ସହ ପଲିଥିନ, ପ୍ଲାଷ୍ଟିକକୁ ଏଣେତେଣେ ନ ପକାଇବାକୁ ନିକଟସ୍ଥ ମହିଳା ମାନଙ୍କୁ ସଚେତନ କରିଥିଲେ l ପୂର୍ବତନ ସଂଘ ସମ୍ପାଦକ ତଥା ଯୁବକବି ସୁଶାନ୍ତ ରଣାଙ୍କ ନେତୃତ୍ବରେ ହୋଇଥିବା ସଫେଇ କାର୍ଯ୍ୟକ୍ରମରେ ସଂଘ ସଦସ୍ୟ ଟିକେରାମ ରଣା, ନିଲାଞ୍ଚଳ ରଣା, କଳାକାହ୍ନୁ ରଣା ଚୈତନ୍ୟ ରଣା, ସୌରଭ ରଣା, ଜଗା ରଣା ପ୍ରମୁଖ ସାମିଲ ହୋଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ  ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ପୁରାତନ ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ପାଇଁ ଦାବିପତ୍ର ପ୍ରଦାନ

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

masiha

Leave a Comment

error: Content is protected !!