ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ଭୋଟର ସଚେତନତା ରଥ ଗଡ଼ିଲା 

ଡାବୁଗାଁ ରେ ଭୋଟର ସଚେତନତା ରଥ ଗଡ଼ିଲା 

ଡାବୁଗାଁ, ୫/୧୧(ମ. ନି. ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ଭୋଟର ସଚେତନତା ରଥ ଗଡିଲା l ରବିବାର ଡାବୁଗାଁ ବିଡିଓ ଶରତ ମାଝୀ ଙ୍କ ଦ୍ଵାରା ଶୁଭାରମ୍ଭ ହୋଇ ଥିଲା ଉକ୍ତ ଭୋଟର ସଚେତନତା ରଥ l ସହଯୋଗ କରିଥିଲେ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏ ଡି ପ୍ରସାଦ ଓ ବୁଥ ସ୍ତରୀୟ ଅଧିକାରୀ ବିଶ୍ୱେଷ କୁମାର ତ୍ରିପାଠୀ ସହଯୋଗ କରିଥିଲେ l ଡାବୁଗାଁ ବ୍ଲକ ର ସମସ୍ତ ଭୋଟ ଦାନ କେନ୍ଦ୍ର ମାନଙ୍କରେ ଗତ ତା ୨୭/୧୦/୨୦୨୩ ରୁ ଆସନ୍ତା ତା୯/୧୨/୨୦୨୩ ପର୍ଯ୍ୟନ୍ତ ଭୋଟର ତାଲିକାର ସ୍ଵତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଛି l ଚଳିତ ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ- ୨୦୨୪ ଭାରତ ନିର୍ବାଚନ ଆୟୋଗ ଙ୍କ ପ୍ରଦତ୍ତ କାର୍ଯ୍ୟକ୍ରମ ସୂଚୀ ଅନୁସାରେ ତା୨୭l /୧୦/ ୨୦୨୩ ଠାରୁ ତା୯/୧୨/୨୦୨୩ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଭୋଟର ଆପତ୍ତି ଅଭିଯୋଗ କିମ୍ବା ନୂତନ ଭାବେ ଗ୍ରହଣ କରାଯିବ l ଯାହାର ଚୁଡାନ୍ତ ତାଲିକା ତା ୫/୧/୨୦୨୪ ରେ ପ୍ରକାଶ ପାଇବ l ଭୋଟ ସଂଯୋଗୀକରଣ, ସଂଶୋଧନ, ମୃତ କିମ୍ବା ସ୍ଥାନାନ୍ତରିତ, ଭୋଟର ମାନଙ୍କର ନାମ ବାଦ କରିବାକୁ ଥିଲେ ଏହି ନିର୍ଦ୍ଧାରିତ ସମୟରେ ନିକଟସ୍ଥ ଭୋଟ ଦାନ କେନ୍ଦ୍ର ତଥା ବୁଥ୍ ସ୍ତରୀୟ ଅଧିକାରୀ ଙ୍କ ପାଖରେ ଆବେଦନ କରି ପାରିବେ l ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିବା ପାଇଁ ଗତ ତା ୨୭/୧୦/୨୦୨୩ ରେ ପ୍ରକାଶ ପାଇଥିବା ଭୋଟର ତାଲିକାରେ ଦେଖି ପାରିବେ ଏବଂ ନିଜ ନାମ ନ ଥିଲେ ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ନାମ ପଞ୍ଜୀକରଣ କରାଇ ଆଗାମୀ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରି ପାରିବେ l ଯେଉଁ ଯୁବତୀ ଯୁବକ ୧/୧/୨୦୨୪ ପୂର୍ବରୁ ୧୮ ବର୍ଷ ରେ ପଦାର୍ପଣ କରିବାକୁ ଯାଉଛନ୍ତି, ସେମାନେ ଆବେଦନ କରି ପାରିବେ l ନଭେମ୍ବର ମାସ ତା ୫,୧୧,୧୯ ଓ ୨୫ ରେ ଭୋଟର ତାଲିକା ସମ୍ବନ୍ଧୀୟ ତ୍ରୁଟି ସଂଶୋଧନ କରିପାରିବେ l ଏଥି ନେଇ ଉକ୍ତ ସଚେତନତା ରଥ ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କରେ ବୁଲି ଜନସାଧାରଣଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଉଛି l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୂତର ଆହତ

Sunil Chandra Nayak

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସ୍ବର୍ଗତ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଶୋକ ସଭା 

masiha

ବନ୍ଧୁଗାଁ ବ୍ଲକରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

masiha

Leave a Comment

error: Content is protected !!