ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ସପ୍ତାହରେ ଦୀପାବଳି କିନ୍ତୁ ମାଟି ଦୀପ ବିକ୍ରି ନେଇ ଚିନ୍ତାରେ କୁମ୍ଭକାର

ଆସନ୍ତା ସପ୍ତାହରେ ଦୀପାବଳି କିନ୍ତୁ ମାଟି ଦୀପ ବିକ୍ରି ନେଇ ଚିନ୍ତାରେ କୁମ୍ଭକାର

ତେନ୍ତୁଳିଖୁଣ୍ଟି , ୦୪/୧୧/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ନବେରୁ ଉର୍ଧ୍ଵ କୁମ୍ଭକାର ପରିବାର ବାସ କରନ୍ତି । ସେଥିମଧ୍ୟରୁ ପ୍ରାୟତଃ ଅଧାରୁ ଅଧିକ କୌଳିକ ବୃତ୍ତି କୁ ମାଟି ନିର୍ମିତ ସାମଗ୍ରୀ ର ବଜାର ଚାହିଦା ନ ଥିବାରୁ ନିଜ ପରିବାର ପ୍ରତିପୋଷଣ ପାଇଁ ବିକଳ୍ପ ବ୍ୟବସାୟ ଆପଣେଇ ଲେଣି। ଦୀପ ର ପର୍ବ ଦୀପାବଳୀ ପାଇଁ କିନ୍ତୁ କୁମ୍ଭକାର ପରିବାର ର ପ୍ରାୟ ସଭିଏଁ ପିଲାରୁ ବୟସ୍କ ଦୀପ ନିର୍ମାଣ କରିଥାନ୍ତି। ଚଳିତ ବର୍ଷ ଦୀପାବଳିକୁ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି କୁମ୍ଭକାର ପରିବାର । ଦିନକୁ ଦିନ ମାଟିରେ ନିର୍ମିତ ଦୀପ ର ଚାହିଦା ହ୍ରାସ ପାଉଥିବା ବେଳେ ଚାଇନା ସାମଗ୍ରୀ ,ତଥା ବିଦ୍ୟୁତ ଆଲୋକ ମାଳା ସ୍ଥାନ ନେଇଗଲାଣି । କୁମ୍ଭାର ପରିବାର ।ପ୍ରତିବର୍ଷ ଅଳ୍ପାଅଳ୍ପୀ ସାମଗ୍ରୀ ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି ।ସେଥିରେ ଅନ୍ୟାନ୍ୟ ଦିନରେ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଛନ୍ତି ।ଆଜିର ଆଧୁନିକ ଦିନରେ ଟେରା କୋଟା ସାମଗ୍ରୀ ପ୍ରସ୍ତୁତ କରି କିଛିଟା ବିକ୍ରିବଟା ବଢିଛି । ପ୍ଲାଷ୍ଟିକ ,ରଙ୍ଗବେରଙ୍ଗ ଆଲୋକର ମାଳ ଓ ଦୀପ ଏବଂ ଅନ୍ୟାନ୍ୟ ଧାତବ ସାମଗ୍ରୀର ଚାହିଦା ବୃଦ୍ଧି ହେତୁ ମାଟି ପ୍ରସ୍ତୁତ ସାମଗ୍ରୀ ଲୋପ ପାଇବାକୁ ବସିଲାଣି । ହିନ୍ଦୁ ରୀତିନୀତି, ଦଶାହ କାର୍ଯ୍ୟ ,ଏବଂ ଦୀପାବଳି ଭଳି କିଛି କାର୍ଯ୍ୟ ହେତୁ କିଛି ମାତ୍ରାରେ ଏହି ବୃତି ଜୀବିତ ଅଛି । ନଚେତ ଡିଜିଟାଲ ଦୁନିଆରେ ଗ୍ରୀଟିଙ୍ଗସ ଲୋପ ପାଇବା ଭଳି ଏହି ବୃତି ମଧ୍ୟ ଲୋପ ପାଇଯାଇସାରନ୍ତା । କୁମ୍ଭକାର ମାନେ ନିଜସ୍ୱ ବୃତ୍ତି ଛାଡି ପାରୁନଥିବା ବେଳେ ଉପଯୁକ୍ତ ମୂଲ ମଧ୍ୟ ମିଳୁନଥିବା କହୁଛନ୍ତି । ତେବେ ପ୍ରଶାସନ ପକ୍ଷରୁ କୁମ୍ଭକାରଙ୍କ ବିକାଶ ତଥା ଏହି ପୁରାତନ କୌଳିକ ବୃତିକୁ ଅଭିନବ ଢଙ୍ଗରେ ପ୍ରକାଶ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ 

Sunil Chandra Nayak

ଗୁଣୁପୁର ଆଦର୍ଶ ଥାନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ରାସ୍ତା କଡ଼କୁ ଓଲଟିଲା କୋଇଲା ବୋଝେଇ ଟ୍ରକ, ଟ୍ରକ ସହ ଜଳିଗଲେ ଡ୍ରାଇଭର

Sunil Chandra Nayak

Leave a Comment

error: Content is protected !!