ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରାଜୀବଗାନ୍ଧୀ ସଭାଗୃହରେ ଶିଳ୍ପ ସଂଵେଦୀକରଣ ଶିବିର 

ରାଇରଙ୍ଗପୁର ରାଜୀବଗାନ୍ଧୀ ସଭାଗୃହରେ ଶିଳ୍ପ ସଂଵେଦୀକରଣ ଶିବିର 

 ମୟୂରଭଞ୍ଜ – ୯/୧୧ ( ମସିହା) ରାଇରଙ୍ଗପୁର ସମିତି କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସଭାଗୃହ ପରିସରରେ ବ୍ଳକ ସ୍ତରୀୟ ଶିଳ୍ପ ସଂଵେଦୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଆଇସିର ଆସିଷ୍ଟାଣ୍ଟ ମେନେଜର ଇଂ ଅଜୟ ମହାନ୍ତ,ବ୍ଳକ ଏଵିଡିଓ ସୁରାଇ ମାରାଣ୍ଡି, ସହକାରୀ ଉଦ୍ୟାନ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ,ବ୍ଳକ ପ୍ରାଣୀଧନ ଅଧିକାରୀ ଡାକ୍ତର ସୁବାଷ ମହାନ୍ତ ,ବ୍ଳକ ସହକାରୀ କୃଷି ଅଧିକାରୀ ବିଜୟ ସାହୁ,ଆଇପିଓ ସମ୍ବିତ ସାହୁ,ଶିଳ୍ପ ଉଦ୍ୟୋଗୀ ରାଜୀବ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୂଚନା ଏବଂ ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ବିଭାଗୀୟ ଅଧିକାରୀ ମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବ୍ଳକର ସରପଞ୍ଚ, ସମିତି ସଭ୍ୟ/ ସଭ୍ଯାଵୃନ୍ଦ,ଯୁବ ଶିଳ୍ପ ଉଦ୍ୟୋଗୀ ପ୍ରମୁଖ ସାମିଲ ହୋଇଥିଲେ । ବିଭାଗୀୟ ଅଧିକାରୀମାନେ ସରଳ ଭାବରେ ସମସ୍ତ ଯୋଜନା ଉପରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଆଇପିଓ ସମ୍ବିତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଚେମ୍ବର ଅଫ କମର୍ସର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ନାଗା ନାରାୟଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ପାଳନ.

masiha

ମାନସିକ ଅନଗ୍ରସର ଶିଶୁଙ୍କ ଗହଣରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

masiha

Leave a Comment

error: Content is protected !!