ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାନ୍ତଙ୍କ ଗସ୍ତ ମହିଳାଙ୍କ ମନରେ ଆତ୍ମ ବିଶ୍ୱାସ ବଢ଼ାଇଛି

ପ୍ରଶାନ୍ତଙ୍କ ଗସ୍ତ ମହିଳାଙ୍କ ମନରେ ଆତ୍ମ ବିଶ୍ୱାସ ବଢ଼ାଇଛି

ରାଉରକେଲା,/-ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ବାରମ୍ବାର ବିଭିନ୍ନ ଆଦିବାସୀ ବହୁଳ ବସ୍ତି ଅଂଚଳ ଗସ୍ତ କରି ସେମାନଙ୍କ ସମସ୍ୟା ସମାଧାନ ଦିଗରେ ପ୍ରଯତ୍ନ ଜାରି ରଖିଥିବାରୁ ମହିଳାଙ୍କ ମନରେ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଛି l ବିଶେଷ କରି ସରକାରଙ୍କ ବହୁବିଧ ଯୋଜନା ସମ୍ପର୍କରେ ଅବଗତ ନଥିବା ମହିଳା ଏବଂ ବସ୍ତି ବାସିନ୍ଦାଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି l ବିଭିନ୍ନ ଯୋଜନାରୁ ଏମାନେ କିଭଳି ଉପକୃତ ହୋଇ ପାରିବେ ସେନେଇ ପ୍ରଶାନ୍ତ ସ୍ୱତନ୍ତ୍ର ଭାବେ ଜନନୀ ସମ୍ପର୍କ ଅଭିଯାନ ଚଳାଇ ରଖି ମା, ଭଉଣୀଙ୍କୁ ବୁଝାଇବାକୁ ଚେଷ୍ଟା ଜାରି ରଖିଛନ୍ତି l ଫଳରେ ଅନେକ ମହିଳାଙ୍କ ମଧ୍ୟରେ ରହିଥିବା ଅବିଶ୍ୱାସ ଦୂର ହୋଇ ପାରୁଛି l ଯୋଗ୍ୟ ହିତାଧିକାରୀଙ୍କୁ କେଉଁ ଉପାୟରେ ସରକାରୀ ଯୋଜନାରେ ସାମିଲ କରାଯାଇ ପାରିବ ସେନେଇ ପଦକ୍ଷେପ ନେଉଛନ୍ତି ପ୍ରଶାନ୍ତ l ବସ୍ତିର ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ କିଭଳି ଭତ୍ତା ପାଇବେ ସେନେଇ ମଧ୍ୟ ଏହି ଅଭିଯାନ ମାଧ୍ୟମରେ ପ୍ରୟାସ ଜାରି ରହିଛି l ଏହା ବ୍ୟତୀତ ସ୍ଥାନୀୟ ବାସିନ୍ଦାଙ୍କ ପାରିବାରିକ, ସାମାଜିକ ଓ ସାଂସ୍କୃତିକ ଜୀବନ ସହ ଯୋଡି ହୋଇ ସାମଗ୍ରିକ ସମୃଦ୍ଧି ଦିଗରେ ଯଥା ସମ୍ଭବ ପଦକ୍ଷେପ ନେଉଛି ପ୍ରଶାନ୍ତଙ୍କ ପରିଚାଳିତ ସାମାଜିକ ସଂଗଠନ l ସଚେତନତା ବଳରେ ଆମେ ସରକାରଙ୍କ ବିଭିନ୍ନ ଯୋଜନାରୁ କିଭଳି ଉପକୃତ ହୋଇ ପାରିବା ସେନେଇ ଟାଙ୍ଗରପଲ୍ଲୀ ଅଂଚଳର ଘରକୁ ଘର ବୁଲି ଆଜି ବୁଝାଇଛନ୍ତି ପ୍ରଶାନ୍ତ l ବସ୍ତିର ବେକାର ଯୁବକ, ମହିଳା ଆତ୍ମ ନିଯୁକ୍ତି ମାଧ୍ୟମରେ କିଭଳି ନିଜ ଜୀବନଧାରଣର ମାନ ଉନ୍ନତ କରି ପାରିବେ ସେନେଇ ମଧ୍ୟ ବୁଝାଉଛନ୍ତି ତାଙ୍କ ଅନୁଗାମୀ l ଜିଲ୍ଲା ପ୍ରଶାସନର ସହଯୋଗ ସରକାରଙ୍କ ଶୁଭ ଦୃଷ୍ଟି ରହିଲେ ନିର୍ବାଚନ ମଣ୍ଡଳୀର ସର୍ବବିଧ ବିକାଶ ସମ୍ଭବ ବୋଲି ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କାଳରେ ମତ ପ୍ରକାଶ କରିଥିଲେ ଯୁବ ନେତା ପ୍ରଶାନ୍ତ ସେଠୀ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା : ସ୍କୁଲର କୋଠା ସରିଲା ଵିଲ୍ ହେଲା ,ମାସକମଧ୍ୟରେ ଘର ଛାତରୁ ପାଣି ଗଳିଲା

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳନ 

Sunil Chandra Nayak

ମାଟ୍ରିକ ପରୀକ୍ଷାରେ ଛାତ୍ରୀ ପ୍ରତିଭା ମିଶ୍ର ବ୍ଲକ ଟପର 

masiha

Leave a Comment

error: Content is protected !!