ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫ ରୁ ଶିଶୁ ଦିବସ ପାଳନ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫ ରୁ ଶିଶୁ ଦିବସ ପାଳନ

ତାଲୁକ ଆଇନ ସେବା ସମିତି, ଧର୍ମଗଡ ତରଫରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଶିଶୁ ଦିବସ ପାଳିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ଏକ ଶିଶୁ ମାନଙ୍କ ଆଇନଗତ ଅଧିକାର ଓ ପ୍ରଣୀତ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ସଭାରେ ବରିଷ୍ଠ ଦେୱାନି ଜଜ୍ ଶ୍ରୀ ବିଶ୍ବ ବିସୃତ କର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ ଶ୍ରୀ ରାଜେଶ କୁମାର ଦାସ,ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର ମୁନି, ରିଟେନର ଶ୍ରୀ ହରିଶ ଚନ୍ଦ୍ର ବାଗ, ପ୍ରଧାନ ଶିକ୍ଷକ ଶ୍ରୀ ଶଶୀକାନ୍ତ ନାଏକ, ଶ୍ରୀ ମଳୟ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମାନ୍ୟବର ଅଧ୍ୟକ୍ଷ ଓ ବକ୍ତା ମାନେ ଉପସ୍ଥିତ ଛାତ୍ରୀ ମାନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଜବାହାରଲାଲ ନେହେରୁ ଙ୍କୁ ସ୍ମରଣ କରିବା ସହ ଶିଶୁ ତଥା କିଶୋର ମାନଙ୍କ ପାଇଁ ଆଇନ ରେ ପ୍ରତିଷ୍ଠିତ ବିଭିନ୍ନ ଆଇନ, ଅଧିକାର, ଅଧିନିୟମ ଉପରେ ଆଲୋକପାତ କରିଥିଲେ। ସମସ୍ତ ଛାତ୍ରୀ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଓ ସ୍ୱାବଲମ୍ବୀ ହେବାପାଇଁ ମାର୍ଗଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବାରେ ଉକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମକର୍ତା ସବିଶେଷ ସହଯୋଗ କରିଥିଲେ। ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର ମୁନି ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ଦେବେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବଡବାଣ୍ଠା ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି,ଘରେ ପଶୁଛି ପାଣି,ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

Sunil Chandra Nayak

ଭାଇବ୍ରାଣ୍ଟ ର ସାମାଜିକ କାର୍ଯ୍ୟକ୍ରମ 

କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୬ତମ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଆୟୋଜିତ

masiha

Leave a Comment

error: Content is protected !!