ବିଜେପି ର ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ତେନ୍ତୁଳିଖୁଣ୍ଟି ୨୫/୧୧/୨୩ // ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳ ଗୁମା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟକାର୍ଯ୍ୟ କାରିଣୀ ସଦସ୍ୟ ଗୌରୀ ମାଝୀ ଙ୍କ ନେତୃତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆସନ୍ତା ୨ ତାରିଖ ଦିନ ତେନ୍ତୁଳିଖୁଣ୍ଟି ବ୍ଲକ୍ ଘେରାଉ କାର୍ଯ୍ୟକ୍ରମ ପାଇଁ ତେନ୍ତୁଳିଖୁଣ୍ଟି ମଣ୍ଡଳ ଓ ଅଞ୍ଚଳଗୁମା ମଣ୍ଡଳର ମିଳିତ ଭାବେ ପ୍ରସ୍ତୁତି ବୈଠକ ଅପରାହ୍ନ ୨.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ଭାରତ ବିକାଶ ସଂକଳ୍ପ ଯାତ୍ରା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ଅବସରରେ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ତେନ୍ତୁଳଖୁଣ୍ଟି ବ୍ଲକ କୁକୁଡ଼ା ବାଇ ପଞ୍ଚାୟତ ଅନ୍ତର୍ଗତ ବିଜରା ଗୁଡା ଗ୍ରାମର ଗୋବିନ୍ଦ ଜାନୀ, ନାରାୟଣ ବାଘ୍, ମୁରଲୀ ପାତ୍ର ଓ ବାବୁଲା ପାଇକ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିଲେ । ଏହି ବୈଠକରେ ଅଞ୍ଚଳ ଗୁମା ମଣ୍ଡଳ ସଭାପତି ନନ୍ଦ ନନ୍ଦନ ବିଷୋୟୀ, ଅଭିମନ୍ୟୁ ହରିଜନ, ଅକ୍ଷୟ ମହାନ୍ତି, ତେନ୍ତୁଳିଖୁଣ୍ଟି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଆଶିଷ ଟାକ୍ରି, ପ୍ରଶାନ୍ତ ନାୟକ, ଲୋକନାଥ ବିଷୋୟୀ ଓ ନୀଳକଣ୍ଠ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।