ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ର ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ବିଜେପି ର ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ତେନ୍ତୁଳିଖୁଣ୍ଟି ୨୫/୧୧/୨୩ //  ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳ ଗୁମା ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟକାର୍ଯ୍ୟ କାରିଣୀ ସଦସ୍ୟ ଗୌରୀ ମାଝୀ ଙ୍କ ନେତୃତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆସନ୍ତା ୨ ତାରିଖ ଦିନ ତେନ୍ତୁଳିଖୁଣ୍ଟି ବ୍ଲକ୍ ଘେରାଉ କାର୍ଯ୍ୟକ୍ରମ ପାଇଁ ତେନ୍ତୁଳିଖୁଣ୍ଟି ମଣ୍ଡଳ ଓ ଅଞ୍ଚଳଗୁମା ମଣ୍ଡଳର ମିଳିତ ଭାବେ ପ୍ରସ୍ତୁତି ବୈଠକ ଅପରାହ୍ନ ୨.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ଭାରତ ବିକାଶ ସଂକଳ୍ପ ଯାତ୍ରା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ଅବସରରେ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ତେନ୍ତୁଳଖୁଣ୍ଟି ବ୍ଲକ କୁକୁଡ଼ା ବାଇ ପଞ୍ଚାୟତ ଅନ୍ତର୍ଗତ ବିଜରା ଗୁଡା ଗ୍ରାମର ଗୋବିନ୍ଦ ଜାନୀ, ନାରାୟଣ ବାଘ୍, ମୁରଲୀ ପାତ୍ର ଓ ବାବୁଲା ପାଇକ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିଲେ । ଏହି ବୈଠକରେ ଅଞ୍ଚଳ ଗୁମା ମଣ୍ଡଳ ସଭାପତି ନନ୍ଦ ନନ୍ଦନ ବିଷୋୟୀ, ଅଭିମନ୍ୟୁ ହରିଜନ, ଅକ୍ଷୟ ମହାନ୍ତି, ତେନ୍ତୁଳିଖୁଣ୍ଟି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଆଶିଷ ଟାକ୍ରି, ପ୍ରଶାନ୍ତ ନାୟକ, ଲୋକନାଥ ବିଷୋୟୀ ଓ ନୀଳକଣ୍ଠ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

କାମାକ୍ଷାନଗର ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଉଳ କାଟ କୁ ନେଇ ପ୍ରତିବାଦ ସଭା

Sunil Chandra Nayak

କେନ୍ଦ୍ରାପଡ଼ା ଜିଲ୍ଲା କୃଷକ ମୋର୍ଚ୍ଚାର ମଣ୍ଡଳ ସତ୍ୟାପନ  ଏବଂ ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ

masiha

ବ୍ଲକ ଅଫିସ ମାନଙ୍କରେ ବିଭିନ୍ନ ଦୁର୍ନୀତି କୁ ବିରୋଧ ଓ ବିଭିନ୍ନ ସମସ୍ୟା ନେଇ କଂଗ୍ରେସ କମିଟିର ବ୍ଲକ୍ ଘେରାଉ

masiha

Leave a Comment

error: Content is protected !!