ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଓ ସମାଧାନ ଶିବିର

ଧର୍ମଗଡ଼ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଓ ସମାଧାନ ଶିବିର

ଧର୍ମଗଡ: ଧର୍ମଗଡ ବ୍ଳକ ସଭାଗୃହରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାସଗୃହ ପାଇଁ ମୋଟ ୧୫ଟି ଆବେଦନ, ରାସନ୍ କାର୍ଡ ପାଇଁ ୮ଟି ଏବଂ ଅନ୍ୟାନ୍ୟ ୩୩ଟି ଅଭିଯୋଗ ହୋଇଥିଲା। ଅନୁଷ୍ଠିତ ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ, ଧର୍ମଗଡ଼ ଭାରପ୍ରାପ୍ତ ଜିଲ୍ଲାପାଳ ବିରଞ୍ଚିନାରାୟଣ ଦରଓ୍ଵାନ, ଧର୍ମଗଡ଼ ସମିତି ଅଧ୍ୟକ୍ଷା ବବିତା ପାଟ୍ଟଯୋଷୀ, ଧର୍ମଗଡ଼ ବିଡ଼ିଓ ଡ଼ା ହିମାଞ୍ଚଳ ମାଝୀ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଏନଆରଇଜିଏସ ଟଙ୍କା ପ୍ରଦାନରେ ବିଳମ୍ବତା,ଜିଆରଏସ ବା ଗ୍ରାମ ରୋଜଗାର ସେବକମାନଙ୍କ ମନମୁଖୀ,ଆର ଡି ବିଭାଗ ଦ୍ଵାରା ହେଉଥିବା ଧର୍ମଗଡ଼ -ତେଲିପଲାସ ରାସ୍ତା କାମରେ ଅନିୟମିତତା ଆଦି ଅଭିଯୋଗ ହୋଇଥିଲା। ଅଧିକାରୀଙ୍କ ଉପସ୍ଥିତି ହିସାବରେ ଅଭିଯୋଗ ସଂଖ୍ୟା କମ ରହିଥିବା ଦେଖା ଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପରିଣତ ବୟସ ରେ ହାର ମାନୁନାହାନ୍ତି ବୃଦ୍ଧା ରୁକୁଣୀ

ମହୁ ମାଛି କାମୁଡାରେ ଦୁଇ ଗୁରୁତର

ଫରଙ୍ଗ,ଫୁଣ୍ଡା, ଦଶପୁର, ବୋରଗୁଡାର ଚାଷୀସମାଜ ଶାସନ ମୁଖ୍ୟ ଙ୍କ ନିଷ୍ପତିକୁ ଚାତକ ଭଳି ଚାହିଁ ବସିଛନ୍ତି

Sunil Chandra Nayak

Leave a Comment

error: Content is protected !!