ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ୫୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ୫୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

ରୁପ୍ରା, ୩୦/୧୧ (ମନିସ) : ନର୍ଲା ବ୍ଲକ୍ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୁପ୍ରା ଠାରେ  ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ୫୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ ନାଏକ,  ଏବିଇଓ ନର୍ଲା ସୂର୍ଯ୍ୟଦେବ ନାଗ ଓ ବରିଷ୍ଠ ଶିକ୍ଷକ ବିଷ୍ଣୁ ଚରଣ ସେନାପତି ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ  ଛାତ୍ରଛାତ୍ରୀ ମାନଙ୍କୁ ଆମ ସମସ୍ତଙ୍କ ଜୀବନରେ କ୍ରୀଡ଼ାର କେତେ ମହତ୍ତ୍ଵ ରହିଛି, ତାର ଗୁରୁତ୍ଵ କ’ଣ ସେ ଉପରେ ମାର୍ଗ ଦର୍ଶନ କରିଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି ବାର୍ଷିକ କ୍ରୀଡ଼ା ଉତ୍ସବରେ ବିଭିନ୍ନ ଖେଳ କୁଦ ଯଥା, 100Mt, 200mt, 400mt, long jump, High jump, Shot put, Discuss throw, kabadi, ଖୋଖୋ, slow cycle race ଓ music chair ସହ  ଅନେକ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର କ୍ରୀଡା ଶିକ୍ଷକ ସମୀର ରଞ୍ଜନ ନାୟକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ମିଶି ଏହି ବାର୍ଷିକ କ୍ରୀଡ଼ାକୁ  ପରିଚାଳନା କରିଥିଲେ। ଚଳିତ ଶିକ୍ଷା ବର୍ଷରେ ଉକ୍ତ  ବିଦ୍ୟାଳୟରୁ ବ୍ଲକ ସ୍ତରକୁ 25ଜଣ, ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ 13ଜଣ ଓ ରାଜ୍ୟ ସ୍ତରକୁ 6 ଜଣ ଛାତ୍ରଛାତ୍ରୀ ଚୟନ ହୋଇଥିବାରୁ ଅତିଥିମାନେ ଉକ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା  ଜ୍ଞାପନ କରିଥିଲେ । ପରିଶେଷରେ ମାର୍ଚ୍ଚ ପାଷ୍ଟ୍, କ୍ରୀଡ଼ା ପତାକା ଅବତରଣ ଓ  ମଶାଲ ନିର୍ବlପନ କରାଯାଇ କାର୍ଯକ୍ରମ ସମାପ୍ତି କରାଯାଇଥିଲା। ଖେଳ ଶିକ୍ଷକ ଶ୍ରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଅଷ୍ଟମ ସର୍ବଭାରତୀୟ ଆଦିବାସୀ ଥିଏଟର ଓ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ.

masiha

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ଜିଲ୍ଲାର ପ୍ରଥମ ପ୍ୟାକ୍ସ ଭାବେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ

masiha

Leave a Comment

error: Content is protected !!