ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି: ଦୁଇ ବାପା ମାଆ ଛେଉଣ୍ଡ ପିଲାଙ୍କ ଘଟଣା , ଜିଲ୍ଲା ପ୍ରଶାସନ ସହାୟତା ହାତ ବଢ଼ାଇଲା

କଳାହାଣ୍ଡି: ଦୁଇ ବାପା ମାଆ ଛେଉଣ୍ଡ ପିଲାଙ୍କ ଘଟଣା       

 ଜିଲ୍ଲା ପ୍ରଶାସନ ସହାୟତା ହାତ ବଢ଼ାଇଲା

    ଦୁଇ ଅସହାୟ ବାପା ମାଁ ଛେଉଣ୍ଡ ପିଲାଙ୍କ ପାଖରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ନିର୍ଦ୍ଦେଶ ରେ ଶିଶୁ ସୁରକ୍ଷା ବିଭାଗ ର ଏକ ଟିମ ଆସି ଦୁହିଁ ପିଲା ଙ୍କ ନିକଟରେ ପହଞ୍ଚି ଆଲୋଚନା କରିଛି। ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ସହାୟତା ଯୋଗାଇ ଦେବା ଓ ସାନ ପୁଅ ଗୁରୁବାରୁ ବାଗ ଙ୍କୁ ଥଇଥାନ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇ ଥିବା ଜଣାପଡିଛି।କିଛି କିଛି ଦିନ ତଳେ ଦୁଇ ଅସହାୟ ପିଲାଙ୍କ ଦରଦି କାହାଣୀ କୁ ନେଇ ବିଭିନ୍ନ ଖବର କାଗଜ ରେ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରସାରଣ ପରେ ତତ୍ପରତା ଦେଖାଇ ଗୁରୁବାର ଦିନ ଦୁଇ ଅନାଥ ଛୁଆ ଙ୍କ ପାଖରେ ପହଞ୍ଚି ଥିଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏକ ପ୍ରତିନିଧି ଦଳ।

ସୂଚନାଯୋଗ୍ୟଯେ ,ଆଜକୁ ଦୀର୍ଘ ବର୍ଷ ହେବ ପର୍ଲା ଗ୍ରାମର ଦୁଇ ଭାଇ ମୂଙ୍ଗେଶ ବାଗ (୨୦) ଓ ଗୁରୁବାର ବାଗ(୧୩) ନିଜ ବାପା ମାଁ କୁ ହରାଇ ଅସହାୟ ଅବସ୍ଥାରେ ପଡି ରହିଥିଲେ।ପିଲା ଦୁହିଁଙ୍କ ଦୁର୍ଦ୍ଦଶା କୁ ଆଖି ଆଗରେ ଦେଖି ନିଜ ବୁଢ଼ୀ ମା ଛଞ୍ଚାଣ ବାହାଲ୍ ପଂଚାୟତ ପଲସପାନି ଗ୍ରାମର ସେଖା ହଂସ ନିଜ ପାଖରେ ରଖୀ ଲାଳନ ପାଳନ କରି ଆସୁଛନ୍ତି । ବୟସର ଅପରାହ୍ନ ରେ ବି ନିଜ ଦୁଇ ନାତି କୁ କୁଲି ମଜୁରୀ କରି ପେଟକୁ ଆହାର ଯୋଗାଉଛନ୍ତି ବୃଦ୍ଧା ସେଖା ।ଏହି ଖବର ପ୍ରସାରଣ ହେବା ପରେ ପ୍ରଶାସନ ର ତତ୍ପରତା ପ୍ରକାଶ ପାଇଛି।ଏପରିକି ପର୍ଲା ସରପଞ୍ଚ ବ୍ରିଜଲାଲ ନାଏକ ପଲସପାଣି ପହଞ୍ଚି ବୁଢ଼ୀ ମାଆ ସେଖା ଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବା କୁ ପ୍ରତିଶ୍ରୁତି ଦେଇଥିଲେ।ସେଭଳି ଜିଲ୍ଲାଶିଶୁ ସୁରକ୍ଷା ବିଭାଗ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା କଲ୍ୟାଣି ନାଏକ,ଜିଲ୍ଲା ସମାଜ ସୁରକ୍ଷା ସମାଜସେବୀ ଜୟଶ୍ରୀ ପାଣି,ଆଉଟ ରିଜ କର୍ମୀ ଗୁରୁ ପ୍ରସାଦ ନାଏକ ପ୍ରମୁଖ ଆସି ଆଲୋଚନା କରିଥିଲେ।ତେବେ ଗୁରୁବାରୁ ବାଗ ଙ୍କୁ ଧର୍ମଗଡ ସ୍ଥିତ ଯଶୋଦା ଆଶ୍ରମ ରେ ଥଇଥାନ କରାଯାଇଥିବା ବେଳେ ଆଗ କୁ ସରକାରୀ ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା କଲ୍ୟାଣି ନାଏକ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ପାଳିତ

masiha

ଶିଷ୍ଟ କରଣ ସଙ୍ଘ ସଭାନେତ୍ରୀଙ୍କ ବିୟୋଗରେ ଶୋକସଭା 

masiha

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର: ଦୁଇ ଦିନରେ ୫୫୨ ରୋଗୀଙ୍କୁ ବିଶେଷଜ୍ଞ ସେବା 

Sunil Chandra Nayak

Leave a Comment

error: Content is protected !!