ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୁଧା ଯୋଜନାର ଚାରି ଲକ୍ଷ ଟଙ୍କାର ଜିନିଷ ଚୋରୀ 

ବସୁଧା ଯୋଜନାର ଚାରି ଲକ୍ଷ ଟଙ୍କାର ଜିନିଷ ଚୋରୀ 

ଟେମରୀ (ମ ନି ସ):-୭/୧୨: ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତର କୁମ୍ଭାରୀ ଓ ଟେମରୀ ଗ୍ରାମରେ ୦୨/୧୨/୨୦୨୩ ଦିନ ରାତିରେ ସରକାରଙ୍କର ବସୁଧା ଯୋଜନାରେ ଦେଇ ଥିବା ୨ ଗୋଟି ପାଣି ମଟର ମୂଲ୍ୟ ୨,୧୦,୦୦୦/- ଟଙ୍କା, ଷ୍ଟାଟର ୧ ଗୋଟି ୭୦,୦୦୦/-, ଷ୍ଟେପ ଲେଜର ୧ଗୋଟି ୧,୪୫,୦୦୦/- , କେବୁଲ ତାର ୧୨୦ମି -୭୫,୦୦୦/- ଚୋରି ହୋଇଥିବା ପଞ୍ଚାୟତବାସୀ ଅଭିଯୋଗ ପତ୍ର ନିକଟସ୍ଥ ଦଶପୁ୍ର ଫାଣ୍ଡି ଅଧିକାରୀଙ୍କୁ ଦେଇଛନ୍ତି। ଯାହା ଫଳରେ ପାନୀୟ ଜଳ ଯୋଗାଣ ସମସ୍ୟା ଦେଖାଯାଇଛି। ଏହି ଦୁଇ ଗ୍ରାମର ଲୋକେ ପିଇବା, ଖାଇବା, ଗାଧୋଇବା ଆଦି ବ୍ୟବହାରିକ ଜଳ ଶଙ୍କଟର ସମ୍ମୁଖୀନ ହେଉଛନ୍ତି। ଦିନକୁଦିନ ଏହି ଅଞ୍ଚଳରେ ମୋବାଇଲ ଚୋରି , ଟଙ୍କା ଲୋଟ,ଡକାୟତି ବଢ଼ୁଥିବାବେଲେ ଅଞ୍ଚଳବାସୀ ଆତଙ୍କିତ ହେବା ଚର୍ଚ୍ଚା ପରିସରକୁ ଆସୁଛି। ଏହି ସବୁ ବୃଦ୍ଧି ପାଇବ ଫଳରେ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚୋରି, ଡ଼କାୟତି ରୋକିବା ପାଇଁ ତୁରନ୍ତ ପ୍ରଶାସନିକ ତରଫରୁ ପଦକ୍ଷେପ ନିଆଯାଉ ଓ ବସୁଧା ପାଣି ଯୋଜନା ଜିନିଷ ଚୋରୀ କରିଥିବା ବ୍ୟକ୍ତିଙ୍କୁ ପୋଲିସ ପ୍ରଶାସନିକ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ ହେଉଛି।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଅଜଣା ଗାଡି ଧକ୍କାରେ ଶିକ୍ଷକ ଗୁରୁତର 

masiha

ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା

masiha

ପାରିବାରିକ ଗଣ୍ଡଗୋଳ କୁ ନେଇ ପଥର ଖମ୍ବ ଦଳିତ ସାହି ବସ୍ତିରେ ଭୟଭୟ ଅଗ୍ନିକାଣ୍ଡ,30ରୁ ଉର୍ଦ୍ଧ୍ବ ଘର ଭସ୍ମୀଭୂତ

Sunil Chandra Nayak

Leave a Comment

error: Content is protected !!