ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି ଜିଲ୍ଲା ରେ ଏକ ଅଭାବନୀୟ ଘଟଣା… ସାମାନ୍ୟ ବଚସାରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ

କଳାହାଣ୍ଡି ଜିଲ୍ଲା ରେ ଏକ ଅଭାବନୀୟ ଘଟଣା…

ସାମାନ୍ୟ ବଚସାରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ

ପାରିବାରିକ କଳହର କରୁଣ ପରିଣତି, ସାମାନ୍ୟ ବଚସାରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଇପିଟାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଇପିଟାରେ ୫୩ବର୍ଷ ବୟସ୍କ ମୋହନ ଭାଟି ଏବଂ ତାଙ୍କ ସ୍ତ୍ରୀ ୪୭ବର୍ଷ ବୟସ୍କ ମିନା ଭାଟି ରହୁଥିଲେ । ପାରିବାରିକ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ଝଗଡା ହୋଇଆସୁଥିଲା । ମଙ୍ଗଳବାର ରାତିରେ ପୁଣି ଥରେ ଦୁଇ ଜଣଙ୍କ ମଧ୍ୟରେ କଳହ ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମୋହନ ଘରେ ଥିବା ଟାଙ୍ଗିଆରେ ନିଜ ସ୍ତ୍ରୀକୁ ହାଣି ହତ୍ୟା କରିଥିବା ଜଣାପଡିଛି ।

ଏ ସମ୍ପର୍କରେ ଗାଁ ଲୋକେ ସଦର ଥାନାକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଅନ୍ୟପଟେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଏ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଖଡ଼ିଆଳ ପୋଲିସକୁ ବଡ଼ ସଫଳତା

Sunil Chandra Nayak

ମହାବଳ ବାଘ ଛାଲ ସହ ଜଣେ ଗିରଫ

Sunil Chandra Nayak

Rayagada District Forces Successfully Neutralize 4 IEDs Planted by Maoists

masiha

Leave a Comment

error: Content is protected !!