ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ଯୁକ୍ତ ଦୁଇ ଆଇରନ କଲେଜରେ ଆମ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ 

ଗୋରୁମହିଷାଣୀ ଯୁକ୍ତ ଦୁଇ ଆଇରନ କଲେଜରେ ଆମ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ଶୁଭାରମ୍ଭ 

ରାଇରଙ୍ଗପୁର – ୧୨୵୧୨ ( ମସିହା) – ଓଡ଼ିଶା ସରକାର ଓଡ଼ିଶାର ସମସ୍ତ ମହାବିଦ୍ଯାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀମାନଙ୍କର ଶୈଖିକ, ଭୌତିକ ଓ ଆଧ୍ୟାତ୍ମିକ ବିଚାରଧାରାକୁ ତୃଣମୂଳ ସ୍ତରରେ ସୁଦୃଢ ଓ ମଜବୁତ କରିବାର ପାଇଁ ରାଜ୍ୟ ସରକାର ଯେଉଁ ବଳିଷ୍ଠ,ଉତ୍ତମ ପଦକ୍ଷେପ ନେଇଛନ୍ତି କରିଛନ୍ତି ତାହା ଅନ୍ୟନ୍ୟ ଅଟେ । ମଙ୍ଗଳବାର ଦିନ ଗୋରୁମହିଷାଣୀ ଆଇରନ କଲେଜରେ ଦୁଇ ଦିବସୀୟ ଦକ୍ଷତା କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନନୀତ ତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ନିକୁଞ୍ଜ କୁମାର ମିଶ୍ର , ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜକ ହେମ୍ଭ୍ରମ , ଜିଲ୍ଳା ପରିଷଦ ସଦସ୍ଯା ଲିପିକା ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଭାରାପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟ କ୍ରମରେ ଛାତ୍ରଛାତ୍ରୀମାନଙ୍କର ମାର୍ଗ ଦର୍ଶନ କରିପାରିଥିଲେ ।ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ ଯୁବ ଓଡ଼ିଶା ନବିନ ଓଡ଼ିଶା ର ସଂଯୋକ ଡ଼ା ଦିଗାମ୍ବର ଗିରି , କାର୍ଯ୍ୟକୁ ସହ ଯୋଗ କରିଥିଲେ ସଂଗୀତ ଗୁରୁ ନଗେନ୍ଦ୍ର ସି , ବାଦ୍ୟରେ ସହଯୋଗ କରିଥିଲେ ଅନନ୍ତ ଚରଣ ସ୍ବାଇଁ , ନୃତ୍ୟରେ ସହଯୋଗ କରିଥିଲେ ରାଇରଙ୍ଗପୁର ସଙ୍ଗୀତ ନାଟକ ଶିକ୍ଷା କେନ୍ଦ୍ରର ଅଧ୍ଯକ୍ଷ ମେଘନାଦ ହେମ୍ରମ । ପ୍ରଥମ ଦିବସର କାର୍ଯ୍ୟକ୍ରମରେ ମହାବିଦ୍ଯାଳୟର ସମସ୍ତ ଅଧ୍ୟାପକ ଓ କର୍ମକର୍ତ୍ତା ତଥା ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟାପକ ପ୍ରମୋଦ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ହିନ୍ଦୀ ପକ୍ଷ -୨୦୨୫ ଓ ଦିବସ ଉଦ୍ ଯାପିତ

Sunil Chandra Nayak

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

ଥୁଆମୂଳ ରାମପୁର ବ୍ଳକରେ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!