ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବାଇକ ମୁହାଁମୁହିଁ ଧକ୍କା,୨ ଗୁରୁତର

ଦୁଇ ବାଇକ ମୁହାଁମୁହିଁ ଧକ୍କା,୨ ଗୁରୁତର

କୋକସରା,୧୨/୧୨ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ ପଞ୍ଚାୟତ ସୁପାଡ଼ ନିକଟରେ ମଙ୍ଗଳବାର ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୁପାଡ ଗ୍ରାମର ଦେବରାଜ ମାଝୀ(୨୫) ଓ ତୋଫାନ ମାଝୀ(୨୩) ବୋଲି ଜଣାପଡ଼ିଛି। ଉଭୟ ଏକ ବାଇକ୍ ଯୋଗେ ନିଜ ଗାଁରୁ ବରଡ଼ଙ୍ଗା ଯାଉଥିବା ସମୟରେ ବାଟରେ ଅନ୍ୟ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଲରେ ଛିଟିକି ପଡି ସେମାନେ ରାସ୍ତାରେ ଆହତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେବାପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କୋକସରା ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନେ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।

ମସିହା ନିୟୁଜ୍ ସର୍ଭିସ 

Related posts

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଛାୟା ସଂସଦ ପ୍ରତିଯୋଗିତା 

Sunil Chandra Nayak

ଡିସେମ୍ବର ୨୨ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ସମ୍ବର୍ଦ୍ଧିତ ହେବେ ବସନ୍ତ, ମନୋଜ, କାହ୍ନୁଚରଣ ଏବଂ ଆଶୁତୋଷ….

masiha

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଦୋକାନର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ 

Sunil Chandra Nayak

Leave a Comment

error: Content is protected !!