ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିରେ ବୁଡି ଶିଶୁ ପୁତ୍ର ମୃତ 

ପାଣିରେ ବୁଡି ଶିଶୁ ପୁତ୍ର ମୃତ 

ବସ୍ତା,୨୬।୧୨: ବସ୍ତା ଥାନା ଅନ୍ତର୍ଗତ ମୁଳିଦା ଗ୍ରାମରେ ପୋଖରୀରେ ବୁଡ଼ି ମଙ୍ଗଳବାର ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି।ମୃତ ଶିଶୁପୁତ୍ର ଜଣକ ହେଲେ ଏହି ଗ୍ରାମର ଗୋପୀନାଥ ବାରିକଙ୍କ ପୁଅ ଭବେଶ ବାରିକ।ସୂଚନା ଅନୁସାରେ ଆଜି ପୂର୍ଣ୍ଣିମା ଅବସରରେ ଭବେଶ ଗାଁ ପାଖ ବାଶୁଳୀ ମନ୍ଦିରକୁ ଠାରେ କ୍ଷୀରି ଭୋଗ ଖାଇବାକୁ ଯାଇଥିଲେ।ଖାଇସାରି ମନ୍ଦିର ପାଖ ପୋଖରୀକୁ ହାତ ଧୋଇବାକୁ ଯିବା ସମୟରେ ଗୋଡ଼ ଖସିଯିବାରୁ ଭବେଶ ପୋଖରୀରେ ବୁଡ଼ି ଯାଇଥିଲେ।ପରେ ବହୁ ଖୋଜାଖୋଜି ପରେ ଭବେଶଙ୍କୁ ପୋଖରୀ ମଧ୍ୟରୁ ଉଦ୍ଧାର କରି ବସ୍ତା ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହିଭଳି ହୃଦୟ ବିଦାରକ ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।ଏ ସଂକ୍ରାନ୍ତରେ ପୁଲିସ ୬୦/୨୩ ମୂଳେ ଏକ ଅପମୃତ୍ଯୁ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଏନଏଚ ୨୬ ରୁ ଡେଙ୍ଗାଗୁଡା ମହିମା ରାସ୍ତା ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

ବହଳଦାରେ ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ୩୦୦ ଜଣ ଆଶାୟୀ

masiha

ନୂଆଗାଁ ଗ୍ରାମରେ ହାତୀ ଆତଙ୍କ

masiha

Leave a Comment

error: Content is protected !!