ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ), ରାସୋଳ ଦ୍ବାରା ସଫଳତାର ସହିତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦିତ 

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ), ରାସୋଳ ଦ୍ବାରା ସଫଳତାର ସହିତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦିତ 

ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ଜନମଙ୍ଗଳ(ରାସୋଳ)ତରଫରୁ ବସ୍ତ୍ର ଦାନ

ଅଦ୍ଯ ତା14/01/2024ରିଖ ରବିବାର ଅପରାହ୍ନ ଏକ ଘଟିକା ସମୟରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ତରଫରୁ ମୋ ଗାଁ ମୋ ସମ୍ମାନ ଅଭିଯାନ ର ପରିସରକୁ ବ୍ଯାପକ କରାଯାଇ ରାସୋଳ ଠାରୁ ପ୍ରାୟ ୯୫କିଲୋମିଟର ଦୂର ଢେଙ୍କାନାଳ ଜିଲ୍ଲା, କଙ୍କଡାହାଡ ବ୍ଲକ,ମରୁଆବିଲ ଗ୍ରାମ ପଞ୍ଚାୟତ ର ଦୁଇ ନମ୍ବର ୱାର୍ଡ ଆଦିବାସୀ ଅଧ୍ଯୁଷିତ,ବଣ ଜଙ୍ଗଲ ଘେରା ଏକ ଉପାନ୍ତ ଗ୍ରାମ ଶେଣ୍ଢଷର(ରାମିଆ ସାହି)ଠାରେ ଜନ ମଙ୍ଗଳ(ରାସୋଳ) ର ସେବକ ତଥା ମୋ ଗାଁ ମୋ ସମ୍ମାନ ଅଭିଯାନ ର ଶେଣ୍ଢଷର ଗ୍ରାମ ମୁଖ୍ୟ ସିଦୁ ମୁଣ୍ଡା ଙ୍କର ନେତୃତ୍ବ ରେ ଓ ସଂଗଠନର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂଗଠନର ସଭାନେତ୍ରୀ ନିରୁପମା ମିଶ୍ର,ସେବକ ନିରାକାର ବୈଦ୍ୟ,ବିଚିତ୍ର ବେହେରା ଭାଇ ଙ୍କ ସହଯୋଗରେ ପୂର୍ବ ରୁ ସଂଗୃହୀତ ନୂତନ ଏବଂ ବ୍ଯବହାର ଯୋଗ୍ୟବସ୍ତ୍ର(ଶାଢୀ,ସାର୍ଟ,ପ୍ଯାଣ୍ଟ୍,ଛୋଟ ପୁଅ ଝିଅ ମାନଙ୍କର ପୋଷାକ),ଶୀତ ପୋଷାକ,ଶୀତ ଟୋପି,କୁ ଶତାଧିକ ଆବାଳ ବୃଦ୍ଧ ବନିତା ଙ୍କୁ ସହୃଦୟତା ର ସହିତ ବଣ୍ଟନ କରାଯିବା ସହିତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ପେନ୍ ଓ ଚକୋଲେଟ ପ୍ରଦାନ କରି ସବୁରି ମୁହଁ ରେ ହସ ଭରିବାର ଏହି ସେବା କାର୍ଯ୍ୟ କୁ ସୂଚାରୁ ରୂପେ ସମ୍ପାଦନ କରାଯାଇଛି।

        ଏତାଦୃଶ ସେବା କାର୍ଯ୍ୟ ଆଞ୍ଚଳିକ ସ୍ତରରେ ପ୍ରଥମ ଥର ପାଇଁ ଗ୍ରାମବାସୀମାନେ ମତ ବ୍ଯକ୍ତ କରିଥିବା ବେଳେ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ଜ୍ଞାପନ ପୂର୍ବକ ସେବା କାର୍ଯ୍ୟ କୁ ସ୍ବାଗତ କରିବା ସହିତ ସଂଗଠନ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଓ ସେବା ପ୍ରଦାନ ନିମିତ୍ତ ଗ୍ରାମକୁ ପୁନଃ ଆସିବାକୁ ଅନୁରୋଧ କରିଥିଲେ।

         ଆଗାମୀ ଦିନରେ ଏତାଦୃଶ ସେବା କୁ ସାରା ଓଡିଶା ରେ ବ୍ଯାପକ କରାଯିବ ବୋଲି ସଂଗଠନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶତପଥୀ ଦୃଢୋକ୍ତି ପ୍ରଦାନ କରିବା ସହିତ ସଂଗଠନ କୁ ସହଯୋଗର ହାତ ବଢାଇବା ର ଅନୂରୋଧ ରଖି ଉପସ୍ଥିତ ଜନ ସାଧାରଣ ମାନଙ୍କୁ ଧନ୍ଯବାଦ୍ ପ୍ରଦାନ କରିଥିଲେ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ

masiha

ତେନ୍ତୁଳିଖୁଣ୍ଟି ବ୍ଲକ ପାଇଁ ଗୌରବ ଆଣିଲେ ବିଶ୍ଵଜିତ 

Sunil Chandra Nayak

World Water Day observed by the Institute of Engineers(India) Rourkela local centre

Sunil Chandra Nayak

Leave a Comment

error: Content is protected !!