ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମରା ସଂଘର ବାର୍ଷିକ ଉତ୍ସବ ଓ ମକର ମିଳନ

ଧାମରା ସଂଘର ବାର୍ଷିକ ଉତ୍ସବ ଓ ମକର ମିଳନ

ରାଉରକେଲା / ରାଉରକେଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘର ୩୫ ତମ ବାର୍ଷିକ ଉତ୍ସବ ଓ ମକର ମିଳନ ପାଳିତ ହୋଇଯାଇଛି। ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ଉଦ୍ଘାଟନ କରିଥିଲେ। ଧାମରା ସଂଘ ସେବା ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତା ବାଣ୍ଟୁଥିବା ଏକ ଅନନ୍ୟ ଅନୁଷ୍ଠାନ ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଧାମରା ସଂଘର ପୂର୍ବତନ ସଭାପତି ସ୍ବର୍ଗତ ଶ୍ୟାମସୁନ୍ଦର ପରିଡା ଓ ପୂର୍ବତନ କାର୍ଯକାରୀ ସଭାପତିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହିତ ଉଭୟଙ୍କର ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବର ସ୍ମୃତି ଚାରଣ କରିଥିଲେ। ସଂଘର ସାମାଜିକ ସେବା ଓ ସାଂସ୍କୃତିକ ଭାବଧାରା ଅନ୍ୟମାନଙ୍କୁ ପ୍ରେରଣା ଓ ଉତ୍ସାହ ଦେଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଧାମରା ଏକତା ଓ ଭାଇଚାରାର ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଡ.ଅରୁଣ କୁମାର ପଣ୍ଡା ଭଦ୍ରକ ଅଞ୍ଚଳର ଗୈ।ରବମୟ ଐତିହ୍ୟ, ପରମ୍ପରା , ବୀରତ୍ବ ଓ କୀର୍ତ୍ତି ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଅବସରରେ ସଂଘର ବାର୍ଷିକ ମୁଖପତ୍ର *ଧାମରା* କୁ ଅତିଥିମାନେ ଉନ୍ମୋଚନ କରିଥିଲେ।ତାଇକୋଣ୍ଡାରେ ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ ଓ ବ୍ଲାକ ବେଲ୍ଟ ହାସଲ କରିଥିବା ଯୁବ ପ୍ରତିଭା ଅଂଶୁମାନ ପରିଡାଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ମାନୀତ କରାଯାଇଥିଲା। ଏହା ସହିତ ଦଶମ,ଦ୍ବାଦଶ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥବା ଶିକ୍ଷାର୍ଥୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସ୍କୁଲ ଓ କଲେଜ ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସାଧାରଣ ସମ୍ପାଦକ ଭଗବାନ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ସହ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ । ସାହିତ୍ୟ ସମ୍ପାଦିକା ନିରୁପମା ପତି ମନପାତ୍ର ପାଠ କରିଥିଲାବେଳେ ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ମହାନ୍ତି, ଉପସଭାପତି ଉପେନ୍ଦ୍ର ନାୟକ, ରତ୍ନାକର ବଳ,ରବି ନାୟକ, ନିତ୍ୟାନନ୍ଦ ବିଶ୍ୱାଳ, ଶ୍ରୀବତ୍ସ କୁଅଁର, ଶମ୍ଭୁନାଥ ପରିଡା, ରମାକାନ୍ତ ପରିଡା, ଜ୍ଞାନ ରଞ୍ଜନ କର, ବାଳକୃଷ୍ଣ ସ୍ବାଇଁ, ଅମୂଲ୍ୟ ସେଠୀ, କୁଳମଣି ଓଝା, ସରୋଜ ପରିଡା, ଜଗନ୍ନାଥ ରାଉତ, ହିମାଂଶୁ ମହାପାତ୍ର,ମଳୟ ସାହୁ, ପ୍ରଦୀପ ନାୟକ, ମୁକ୍ତିକାନ୍ତ ବେହେରା, ହରେକୃଷ୍ଣ ଦାସ, କମଳାକାନ୍ତ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମିଳିନି ୩ ମାସର ପିଡିଏସ ଚାଉଳ, ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ବାଟିଗୁଡା ହିତାଧିକାରୀ

Sunil Chandra Nayak

ରାଇରଙ୍ଗପୁରରେ ଏବିଭିପି ତରଫରୁ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷ ରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!