ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ବିବେକାନନ୍ଦ ବିଦ୍ୟାମନ୍ଦିର ବିବେକାନନ୍ଦ ଜୟନ୍ତୀ ଉତ୍ସବରେ ନରେନ୍ କବିତା ପାଠ ଓ ସମ୍ବର୍ଦ୍ଧିତ ପର୍ବ ପାଳିତ

ଶ୍ରୀ ବିବେକାନନ୍ଦ ବିଦ୍ୟାମନ୍ଦିର ବିବେକାନନ୍ଦ ଜୟନ୍ତୀ ଉତ୍ସବରେ ନରେନ୍ କବିତା ପାଠ ଓ ସମ୍ବର୍ଦ୍ଧିତ ପର୍ବ ପାଳିତ

ବ୍ରହ୍ମପୁର(ମ ସୀ ହା) ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଲକ୍ଷ୍ମୀନୃସିଂହ ସାହି ୧୪ନଂ ଗଳି ତରଫରୁ ମହାସମାରୋହରେ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇ ଯାଇଛି। ବ୍ରାହ୍ମ ମୁହୁର୍ତ ରୁ ପାଣିଗ୍ରାହୀ ପେଣ୍ଠ ମାଁ ଦଣ୍ଡକାଳୀ ମନ୍ଦିରରେ ପୂଜାଅର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା ଠିକ୍ ସକାଳ ୭ଘ ସମୟ ରେ ଲକ୍ଷ୍ମୀନୃସିଂହ ସାହି ୧୪ ନଂ ଗଳିରୁ ବାହାରି ପୁରୁଣା ବ୍ରହ୍ମପୁର, ବାଲୁଙ୍କେଶ୍ୱର ମନ୍ଦିର , ଜଗବନ୍ଧୁ ସାହି ଦେଇ ଲକ୍ଷ୍ମୀନୃସିଂହ ସାହି ମାଇନ୍ ରୋଡ , ହରିଡ଼ାଖଣ୍ଡି ବନ୍ଧ ଦେଇ ଦ୍ୱାରିକା ନଗର ବିଦ୍ୟାଳୟ ରେ ପହଞ୍ଚିଥିଲା ।

ପ୍ରଥମ ଅଧିବେଶନ ଆରମ୍ଭ କରାଯାଇ ସକାଳ ୭ଘ ରୁ ୧୧ଘ ପର୍ଯ୍ୟନ୍ତ ‘ ନରେନ୍ କବିତାପାଠ ‘ ଅନୁଷ୍ଠିତ ହୋଇଥିଲା l କବି ଲିଙ୍ଗରାଜ ଜେନା, ବିଦୁତ ପ୍ରଭା ଦେବୀ, କ୍ଷଣ ପ୍ରଭା ଶତପଥୀ, ସୁଧାଞଳି ମିଶ୍ର , ଗୋକୁଳାନନ୍ଦ ତ୍ରିପାଠୀ, ଜ୍ୟୋତ୍ସ୍ନାରାଣୀ ଦେଵୀ , ଡକ୍ଟର ସତ୍ୟ ନାରାୟଣ ନନ୍ଦ , ସମ୍ବିତ କୁମାର ନନ୍ଦ , ଶିବ ପ୍ରସାଦ ସାହୁ , ଡ଼ଃ ସନ୍ଧ୍ୟା ରାଣୀ ପଟ୍ଟନାୟକ , ତ୍ରିପତି ପ୍ରଧାନ, ସୁଧୀର କୁମାର ପ୍ରଧାନ, ଏନ. ପୂଜା ରେଡ୍ଡୀ,ମଧୁସ୍ମିତା ସାହୁ , ସୁଶାନ୍ତ ପାଢ଼ୀ , ସ୍ମୃତି ପଟ୍ଟନାୟକ, ଅରବିନ୍ଦ ମହାରଣା, ସଂହିତା ମହାନ୍ତି, ସୁଚେତା ପାଣିଗ୍ରାହୀ , କଳ୍ପଲତା ମହାପାତ୍ର, ନିହାରୀକା ସାହୁ, କୁସୁମ ପଣ୍ଡା, ସ୍ଵର୍ଣ୍ଣମୟୀ ପାଢ଼ୀ, ଶୁଭସ୍ମିତା ପଟ୍ଟନାୟକ, ଜୟଶ୍ରୀ ଦୋରା, ଆର୍‌. ସୁନନ୍ଦା ଚୌଧୁରୀ, ସୁଧୀର କୁମାର ସାଥୁଆ, ଦୁର୍ଗା ମାଧବ ମହାରଣା, ରଞ୍ଜନ କୁମାର ବ୍ରହ୍ମା, ଦୀପ୍ତିଲେଖା ମିଶ୍ର, ଧର୍ମାନନ୍ଦ ମହାରଣା , ମିହିର କୁମାର ରଥଶର୍ମା, ବିକାଶ କିଶୋର ଦାସ, ଶଙ୍କର କୁମାର ବେହେରା, ଲକ୍ଷ୍ମୀ ନୃସିଂହ ଦଳାଇ, ସସ୍ମିତା ମିଶ୍ର, କପିଳ ଚନ୍ଦ୍ର ମହାନ୍ତି, ଜ୍ୟୋତ୍ସ୍ନା ମହାନ୍ତି , ସସ୍ମିତା ପାଣିଗ୍ରାହୀ, ଜଗନ୍ନାଥ ଚୌଧୁରୀ, ସଂକର୍ଷଣ ତ୍ରିପାଠୀ, ଚନ୍ଦନ ବାଡ଼ତ୍ୟା, ଶରତ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବି. ସତ୍ୟମ୍ ଆଚାରୀ , ଦୀପକ କୁମାର ଷଡଙ୍ଗୀ, ସରୋଜ କୁମାର ମହାନ୍ତି, ସ୍ୱାଗତିକା ବାହିନୀ ପତି ଏବଂ ଅନେକ ବରେଣ୍ୟ ପୂଜ୍ୟା ପୂଜ୍ୟ କବି କବୟିତ୍ରୀ ମାନେ କବିତା ପାଠ କରିଥିଲେଏବଂ ଦ୍ୱିତୀୟ ଅଧିବେଶନରେ ଗଞ୍ଜାମ ଜିଲ୍ଲାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଜ୍ଞାନ ମେଳା, art & craft, handlooms, traditions, animation, sand art, collections, abacus, monument, history, model, fancy dress, mobile apps, handmade items, AI in education, innovation, habits, old technology & modern technology ଏ ସମସ୍ତ ବିଷୟ କୁ ମାନ୍ୟବର ବିଚାରକ ମଣ୍ଡଳୀ ଦ୍ବାରା କୃତି ଛାତ୍ର ଛାତ୍ରୀମାନଙ୍କୁ ଅର୍ଥରାଶି ପ୍ରଦାନ ସହ ମାନପତ୍ର ବଣ୍ଟନ କରାଯାଇ ସମ୍ବର୍ଦ୍ଧିତପର୍ବ ପାଳନ ହୋଇଥିଲା।

ଏହି ପରିପ୍ରକ୍ଷୀରେ ବିଚାରକ ମାନଙ୍କ ମଧ୍ୟରେ ଅଭୟ କୁମାର ରଥ, ଭରତ ବିଷୋୟୀ, ସସ୍ମିତା ରାଣୀ ସାହୁ, ମିହିର ତ୍ରିପାଠୀ, ଦୀପକ ଷଡଙ୍ଗୀ, ଜଗନ୍ନାଥ ଚୌଧୁରୀ, ପିତାମ୍ବର ସାହୁ, ସୀତାରାମ ଆଚାର୍ଯ୍ୟ, ଅସ୍ମିତା କୁମାରୀ ମହାନ୍ତି, ସନ୍ଧ୍ୟାରାଣୀ ପଟ୍ଟନାୟକ, ସଂହିତା ମହାନ୍ତି, ସସ୍ମିତା ମିଶ୍ର, ଶରତ ଚନ୍ଦ୍ର ପଣ୍ଡା, ରାଜଗୋପାଳ ପାଢ଼ୀ, ମିହିର କୁମାର ରଥ ଶର୍ମା, ରଞ୍ଜନ କୁମାର ବ୍ରହ୍ମା, ରଶ୍ମିତା କୁମାରୀ ଦଳେଇ, ବିଦିଶା ପାତ୍ର, ସତ୍ୟ ମହାରଣା, ସୁଜ୍ଞାନ ପଣ୍ଡା, ସତ୍ୟ ନାରାୟଣ ନନ୍ଦ, ସନ୍ଦୀପ କୁମାର ନନ୍ଦ ଏବଂ ଅନେକ ବରେଣ୍ୟ ପ୍ରମୁଖ ଉପସ୍ଥିତ ରହି ଶିଶୁଗଣଙ୍କ ର କାର୍ଯ୍ଯକୁ ପରଖି ପ୍ରୋତ୍ସାହନ କରିଥିଲେ।

  ତତ୍ ସହ ତୃତୀୟ ଅଧିବେଶନ ରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମାନ୍ୟବର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଖଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫୁଲ୍ଲ ମହାନ୍ତି , ମୋ ଭଉଣୀ ପୂଜ୍ୟା ମମତା ବିଷୋୟୀ, ଆଦିତ୍ୟ ରଥ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ କରକମଳରେ କୃତି ଛାତ୍ରଛାତ୍ରୀ, କବି, କବୟିତ୍ରୀ ଓ ବିଶିଷ୍ଠବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

   କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଶ୍ରୀ ବିବେକାନନ୍ଦ ବିଦ୍ୟାମନ୍ଦିର ଏବଂ ବିବେକାନନ୍ଦ ପବ୍ଲିକ ସ୍କୁଲର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ଵାରା ସୁନ୍ଦର ଭାବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଠି ବିଦ୍ୟାଳୟ ର ସଭାପତି ମିହିର ରଞ୍ଜନ ତ୍ରିପାଠୀ , ସମ୍ପାଦିକା ଭବାନୀ ରାଣୀ ଦାସ , ବରିଷ୍ଠ ପ୍ରଧାନ ଆଚାର୍ଯ୍ୟ ଏ ପ୍ରଶାନ୍ତ ସେନାପତି , ସି ଓ ଓ ତାପସ ରଂଜନ ତ୍ରିପାଠୀ ସୂଚାରୁ ରୂପେ ପରିଚାଳନା କରିଥିଲେ ତତ୍ ସହ ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇ ପାରିଥିଲା।

 ଗଞ୍ଜାମ ଜିଲ୍ଲାର ବିଶିଷ୍ଟ ବାଲୁକାଶିଳ୍ପୀ ସତ୍ୟ ମହାରଣା ଭାଇଙ୍କ ଦ୍ବାରା ସ୍ବାମୀ ବିବେକାନନ୍ଦଙ୍କ ବାଲୁକାକଳା ବାଲୁକାସ୍ତୁପ ସମସ୍ତଙ୍କୁ ଆକର୍ଷିତ କରୁଥିଲା ।

ଅପରାହ୍ନରେ ଲିଲି ମହାରଣା ଭଉଣୀ ,ଯୁବ କବି କାହ୍ନୁ ଚରଣ ଗୈ।ଡଙ୍କ ସ୍ବରଚିତ କବିତା “କାଳିଆରେ ମୋର ଭଙ୍ଗା ପରିବାର” ମ୍ୟୁଜିକ୍ ରିଲିଜ୍ ହେଲା ।

ସୁଧୀର ଭାଇ, ରଞ୍ଜିତା ଭଉଣୀ, ନିର୍ମଳା ଭଉଣୀ, ରୀତା ଭଉଣୀ, ସ୍ମୃତି ଭଉଣୀ, ଋତୁପୂର୍ଣ୍ଣା ଭଉଣୀ, ରଶ୍ମିତା ଭଉଣୀ , ଭବାନୀ ଗୁରୁମା ସମେତ ଅନ୍ୟାନ୍ୟ ମିଶି ଭାରତୀୟ ସଂସ୍କୃତି , ଜଗନ୍ନାଥ ପରମ୍ପରା ଆଧାରିତ ଅନେକ ନାଟକ, ଗୀତ , ନାଚ , ଶ୍ରୀ ବିବେକାନନ୍ଦ ବିଦ୍ୟାମନ୍ଦିର, Vivekananda public school କୁନି କଳାକାର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅତି ଉଚ୍ଚକୋଟୀର ଭାବେ ମଞ୍ଚରେ ପରିବେଷଣ କରିଥିଲେ ।

ସମାଜସେବୀ ଅନିଲ ଚୌଧୁରୀ, କାଳିଆ ରେଡ୍ଡୀ, ଅସିତ୍ ସାବତ, ବାବୁଲା ଦାଶ, ଭଗବାନ ସାହୁ , ସମସ୍ତ ସ୍ଥାନୀୟ କର୍ପୋରେଟର, ବୁଦ୍ଧିଜୀବୀ , ଅଭିଭାବକ ଅଭିଭାବିକା, ଏକ୍ସ୍ ଛାତ୍ର ଛାତ୍ରୀ, ଅତିଥି ମାନଙ୍କ ଉପସ୍ଥିତି ସହଯୋଗ ସହଭାଗିତାରେ ବିବେକାନନ୍ଦ ସଂସ୍କୃତି ମେଳା, ନରେନ୍ କବିତା ପାଠ ଉତ୍ସବ, ମଶାଲ୍ ପଦଯାତ୍ରା, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ଆୟୋଜିତ ଚକ୍ଷୁଚିକିତ୍ସା ଶିବିର ଆଦି ସୁରୁଖୁରୁରେ ସମାହିତ ସମ୍ପାଦିତ ହୋଇଥିଲା ।

ମସିହା ନିୟୁଜ ସର୍ଭିସ୍ 

Related posts

ୱାଇ.ଏମ.ଏଫ.ଆଇ ଓ ୟୁନିଟେକ ପକ୍ଷରୁ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

masiha

ତେରେସିଂହାରେ କୁରାଳ ପଞ୍ଚମୀ ପାଳିତ

masiha

ଅନୁକଳ ବର୍ଷା ସତ୍ତ୍ବେ ଶ୍ରମିକ ଅଭାବରେ ସରୁନି ଧାନରୁଆ କାର୍ଯ୍ୟ

masiha

Leave a Comment

error: Content is protected !!