ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଭାସୀ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ଆଭାସୀ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର : ଆଭାସୀ ମାଧ୍ୟମରେ ବଲାଙ୍ଗିର ରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ | ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଏହି କାର୍ଯ୍ୟକ୍ରମ ର ଉଦଘାଟନ କରିଛନ୍ତି | ସୂଚନା , ଶିକ୍ଷା , ଯୋଗାଯୋଗ କାର୍ଯ୍ୟକ୍ରମ ଆଧାରରେ ଲୋକକଳା ର ପ୍ରୟୋଗ କିପରି କରାଯିବ ଏବଂ କଳା ର ଉର୍ନ୍ନତି ହେବ ବୋଲି କହିଥିଲେ | ଏହା ଦ୍ୱାରା ଲୋକକଳା , କଳାକାର ତଥା କଳା ମାଧ୍ୟମରେ ସରକାରୀ ଯୋଜନା ସଂପର୍କରେ ସଚେତନ ହେଉଥିବା ଜନତାଙ୍କ ପାଇଁ ସୁନ୍ଦର ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ | ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଶ୍ରୀ ମହେନ୍ଦ୍ର ମହାପାତ୍ର , ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ ସିଂ , ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମିଶ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁବେର ଚନ୍ଦ୍ର ମହନ୍ତ , ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୀଳାବତୀ ନାଗ , ଜିଲ୍ଲା ଶିକ୍ଷାଧିକାରୀ. ପ୍ରମୁଖ ଉପସ୍ଥିତ ଥିଲେ | ସୂଚନା,ଶିକ୍ଷା, ଯୋଗାଯୋଗ ଆଧାରରେ ଲୋକ କଳା ପରିବେଷଣ କରି ଲୋକଙ୍କୁ କେମିତି ଅବଗତ କରିହେବା ସହ ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ଲୋକଙ୍କ ପାଖରେ କଳାକାର ମାନେ କିପରି ପହଞ୍ଚେଇବେ ସେ ବିଷୟରେ କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା | ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ତାଲିମ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନଏକଙ୍କ ମାତୃ ବିୟୋଗ

Sunil Chandra Nayak

ବିଦାୟୀ ଶିକ୍ଷକଙ୍କୁ ଭାଵ ବିହ୍ଵଳିତ ସମ୍ବର୍ଦ୍ଧନା କଲେ ଏକ୍ସ କେଡର ଶିକ୍ଷକ ସଂଘ

ଖାଦ୍ୟ ଅନ୍ୱେଷଣ ରେ ଆସି ପରିତ୍ୟକ୍ତ କୂଅରେ ପଡିଲା ଭାଲୁ, ଅକ୍ଷତ ଅବସ୍ଥାରେ ଭାଲୁ ଉଦ୍ଧାର କଲେ ବନ କର୍ମଚାରୀ

Leave a Comment

error: Content is protected !!