ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ କୃଷକ ସଙ୍ଗଠନ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା

ଗାଁ କୃଷକ ସଙ୍ଗଠନ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା

ରାଜନଗର,କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ରେ କୃଷକଙ୍କ ସମ୍ମାନ ପାଇଁ ନୂତନ କରି ଚଳିତ ମାସ ୨୨ତାରିଖ ଶ୍ରୀରାମ ଲାଲାଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଦିନ ,ସେହି ପବିତ୍ର ମୁହୂର୍ତ୍ତରେ ଗଢ଼ିଉଠିଥିବା ଗାଁ କୃଷକ ସଂଗଠନ ଆରମ୍ଭ କରିଛି ତାର କାର୍ଯ୍ୟଧାରା। ରାଜନଗର ବ୍ଲକ୍ ର ଚାନ୍ଦୀ ବାଉଁସମୂଳ ପଞ୍ଚାୟତ ଅନ୍ତର୍ଗତ ଜଦୁଚନ୍ଦ୍ରପୂର୍ (ବେଢୁଆ କୁଲ୍ହା)ଗ୍ରାମର ବରିଷ୍ଠ କୃଷକ କାଙ୍ଗାଳି ଚରଣ ରାଉଳଙ୍କ ପତ୍ନୀ ରଜନୀ ରାଉଳଙ୍କ ମଙ୍ଗଳ ବାର ଦିନ ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ସମୟରେ ଗାଁ କୃଷକ ସଂଗଠନ ର ଅଜୟ କୁମାର ପାତ୍ର,ସଂଗଠନର ପିତାମହ ଭୀଷ୍ମ ମହେଶ୍ୱର ବେହେରା,କୈଳାଶ ପାତ୍ର,ଅଭିମନ୍ୟୁ ରାଉଳ,ଧରଣୀଧର ସାହୁ,ହେମନ୍ତ ରାଉଳ,ଅଭୟ ଚଣ୍ଡ,ନିତ୍ୟାନନ୍ଦ ରାଉଳ,ପବିତ୍ର କୁମାର ରାଉଳ,ପ୍ରମୁଖ ଶୁକ୍ରବାର ଦିନ ସୋକସନ୍ତପ୍ତ ପରିବାରଙ୍କ ପାଖରେ ପହଞ୍ଚି ସ୍ୱଳ୍ପ ଆର୍ଥିକ ସାହାଯ୍ୟ କରି ସମବେଦନା ଜଣାଇବା ସହ ମୃତ ରଜନୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ କାମନା କରିଛନ୍ତି।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନଙ୍କ ରିପୋର୍ଟ ମସିହା ନ୍ୟୁଜ୍

Related posts

ସର୍କଲ ମୁଖ୍ୟ ଜେନେରାଲ ମ୍ୟାନେଜରଙ୍କ ଦ୍ଵାରା ନୂତନ ଷ୍ଟେଟ ବ୍ୟାଙ୍କ ଉଦଘାଟିତ 

masiha

ଆନନ୍ଦପୁର ବୈତରଣୀ ନଦୀ ଉପରେ ତିଆରି ହେବ ଝୁଲାପୋଲ

Sunil Chandra Nayak

ଡାବୁଗାଁ ଲ୍ୟାମ୍ପସରେ ମୃତ ବ୍ୟକ୍ତିଙ୍କ ଜମି ଉପରେ ନକଲି ଝିଅ ନାମରେ ଚାଷୀ ପଞ୍ଜିକରଣ

Sunil Chandra Nayak

Leave a Comment

error: Content is protected !!