ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ କୃଷକ ସଙ୍ଗଠନ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା

ଗାଁ କୃଷକ ସଙ୍ଗଠନ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା

ରାଜନଗର,କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ରେ କୃଷକଙ୍କ ସମ୍ମାନ ପାଇଁ ନୂତନ କରି ଚଳିତ ମାସ ୨୨ତାରିଖ ଶ୍ରୀରାମ ଲାଲାଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଦିନ ,ସେହି ପବିତ୍ର ମୁହୂର୍ତ୍ତରେ ଗଢ଼ିଉଠିଥିବା ଗାଁ କୃଷକ ସଂଗଠନ ଆରମ୍ଭ କରିଛି ତାର କାର୍ଯ୍ୟଧାରା। ରାଜନଗର ବ୍ଲକ୍ ର ଚାନ୍ଦୀ ବାଉଁସମୂଳ ପଞ୍ଚାୟତ ଅନ୍ତର୍ଗତ ଜଦୁଚନ୍ଦ୍ରପୂର୍ (ବେଢୁଆ କୁଲ୍ହା)ଗ୍ରାମର ବରିଷ୍ଠ କୃଷକ କାଙ୍ଗାଳି ଚରଣ ରାଉଳଙ୍କ ପତ୍ନୀ ରଜନୀ ରାଉଳଙ୍କ ମଙ୍ଗଳ ବାର ଦିନ ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ସମୟରେ ଗାଁ କୃଷକ ସଂଗଠନ ର ଅଜୟ କୁମାର ପାତ୍ର,ସଂଗଠନର ପିତାମହ ଭୀଷ୍ମ ମହେଶ୍ୱର ବେହେରା,କୈଳାଶ ପାତ୍ର,ଅଭିମନ୍ୟୁ ରାଉଳ,ଧରଣୀଧର ସାହୁ,ହେମନ୍ତ ରାଉଳ,ଅଭୟ ଚଣ୍ଡ,ନିତ୍ୟାନନ୍ଦ ରାଉଳ,ପବିତ୍ର କୁମାର ରାଉଳ,ପ୍ରମୁଖ ଶୁକ୍ରବାର ଦିନ ସୋକସନ୍ତପ୍ତ ପରିବାରଙ୍କ ପାଖରେ ପହଞ୍ଚି ସ୍ୱଳ୍ପ ଆର୍ଥିକ ସାହାଯ୍ୟ କରି ସମବେଦନା ଜଣାଇବା ସହ ମୃତ ରଜନୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ କାମନା କରିଛନ୍ତି।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନଙ୍କ ରିପୋର୍ଟ ମସିହା ନ୍ୟୁଜ୍

Related posts

ଉତ୍କେଲା ଗ୍ରାମପଞ୍ଚାୟତ ରେ କଲାହାଣ୍ଡି ଉତ୍ସବ

Sunil Chandra Nayak

ନୂଆ ଗାଁ ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଓଡିଶା ମିଲେଟ ମିଶନ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା

Sunil Chandra Nayak

Leave a Comment

error: Content is protected !!