ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାଇଲିସିସ ସେଣ୍ଟର ଉଦଘାଟିତ

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାଇଲିସିସ ସେଣ୍ଟର ଉଦଘାଟିତ

ଅଭାସି ମାଧ୍ୟମ ରେ ଉଦ୍ଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଠାରେ ଡ଼ାଇଲିସିସ ସେଣ୍ଟର ଆଭାସୀ ମାଧ୍ୟମ ରେ ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ ହୋଇ ଯାଇଛି । ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୌଷଧି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କଳାହାଣ୍ଡି ଜିଲ୍ଳାପାଳ ପି. ଅନ୍ୱେଷା ରେଡ୍ଡୀ, ଧର୍ମଗଡ ଉପଜିଲ୍ଲାପାଳ ଧୀମନ ଚକମା, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପଟଯୋଷୀ, ଏନଏସି ଉପାଧ୍ୟକ୍ଷା ମନିଷା ମିଶ୍ର ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଜି ରାଜ୍ୟ ରେ ମୋଟ ୧୬ ଟି ଉପଜିଲ୍ଳା ଚିକିତ୍ସାଳୟ ଠାରେ ଏହି ଡ଼ାଇଲିସିସ ସେଣ୍ଟର ଉଦଘାଟିତ ହୋଇଛି । ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ପରିସର ଠାରେ ପିପି ମୋଡ ରେ କାର୍ଯ୍ୟକ୍ଷମ ହୋଈ ଥିବା ଏହି ଡ଼ାଇଲିସିସ ସେଣ୍ଟର ରେ ରୋଗୀ ସେବା ପାଇଁ ୪ଟି ବେଡ ଉପଲବ୍ଧ ରହିଛି । କୋଲକତା ର ଟେଲି ସଂଜୀବନୀ ନାମକ ଏକ ସଂସ୍ଥା ଏହାର ପରିଚାଳନା ଦାୟିତ୍ଵ ନେଇ ଥିବା ବେଳେ ଅବସର ପ୍ରାପ୍ତ ଡାକ୍ତର ଅନନ୍ତରାମ ତ୍ରିପାଠୀ ଙ୍କୁ ଚିକିତ୍ସା ସେବା ପାଇଁ ନିଯୁକ୍ତି ଦିଆ ଯାଇଛି ବୋଲି ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମାସମାସ ଧରି ଆରମ୍ଭ ର ନାଁ ଧରୁନି ଵରଡିହ- ବାଲୁଗାଁ ରାସ୍ତା : ପାଲଟିଛି ପଥଚାରୀ ଙ୍କ ମରଣ ଯନ୍ତା !!!

Sunil Chandra Nayak

ବର ସାଜିବେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ 

masiha

ସଦର ଥାନା ଅଧିକାରୀଙ୍କୁ ଭେଟିଲା ରାଷ୍ଟ୍ରୀୟ ପତ୍ରକାର ସଂଘ 

masiha

Leave a Comment

error: Content is protected !!