ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ 

ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ 

ରାୟଗଡା ତା 5.2.2024.//  ରାୟଗଡା ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦଯାପନୀ ଉତ୍ସବ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରାୟଗଡା ଠାରେ ଅନୁଷ୍ଠିତ ହୋଇଯାଇଛି। ସକାଳ ଦଶ ଘଟିକା ସମୟରେ ଶ୍ରୀଜଗନ୍ନାଥ ଏବଂ ଓଡ଼ିଆ ସାହିତ୍ୟର ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଯୋଗଦେଇ ଓଡିଆ ଭାଷା ଓ ସାହିତ୍ୟର ସୂରକ୍ଷା ଓ ଅଗ୍ରଗତି ଦିଗରେ ମହାମନୀଷୀ ଙ୍କ ଅବଦାନକୁ ନମନ କରିବା ସହ ଓଡିଶା ସରକାରଙ୍କ ଏତାଦୃଶ ବୈପ୍ଳବିକ ଚିନ୍ତାଧାରାକୁ ଭୂୟସୀ ପ୍ରସଂଶା କରିଥିଲେ । ଯୁବପିଢି ଏହାର ଅଗ୍ରଗତି ନିମନ୍ତେ ଚେଷ୍ଟିତ ହେବାପାଇଁ ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତାଭାବେ ଡ: ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ସାମ୍ପ୍ରତିକ ସ୍ଥିତି ଓ ଆଗାମୀ ଦିନର ଅସ୍ମିତା ବିଷୟରେ ଆଲୋଚନାକରି ସାହିତ୍ୟର ବିକାଶଶୀଳତା, ରୋଜଗାରକ୍ଷମତା ଓ ଗଣତାନ୍ତ୍ରିକତା ଦିଗରେ କାର୍ଯ୍ୟକ୍ରମ ହେବା ବିଧେୟ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ରୂପେ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ: ବବିଳତା ସରାଫ, ହିନ୍ଦୀ ପ୍ରଧ୍ୟାପକ ଡ: ଭାଗବାନ ବିଶ୍ଵାଳ, ରାୟଗଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା କୁମାରୀ କର,ରାୟଗଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ. ଅତିରିକ୍ତ ଶିକ୍ଷାଧିକାରୀ ଭଜନ ଲାଲ ମାଝୀ ସଭାପତିତ୍ଵ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଳକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଓ ଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ ଅପରାହ୍ଣରେ ପୁରଷ୍କାର ବଣ୍ଟନ କରାଯାଇଥିଲା। ବିଭିନ୍ନ ବ୍ଳକ ତରଫରୁ ଷ୍ଟଲ୍ ମାଧ୍ୟମରେ ଭାଷା ଓ ସାହିତ୍ୟ କ୍ଷେତ୍ରରେ ସଚେତନତା ସୃଷ୍ଟି କରାଯାଇଥିଲା ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବି.ବି.ହାଇସ୍କୁଲ୍,ଢେଙ୍କାନାଳ ପରିସରରେ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ସଚେତନତା କାର୍ଯ୍ୟକ୍ରମ -୨୦୨୩ ଅନୁଷ୍ଠିତ 

masiha

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱରର୍କର୍ସ ଆସୋସିଏସନ୍ ପକ୍ଷରୁ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ

masiha

ଭାରତ ବନ୍ଦ ପାଇଁ ଏସଟି ଏସସି ସଙ୍ଘର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!