ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ଉଦଯାପିତ 

ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ଉଦଯାପିତ 

ଖପ୍ରାଖୋଲ ତା ୭ /୩ ଖପ୍ରାଖୋଲ ବ୍ଲକ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଓଡିଶା ସରକାର ଙ୍କ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ବଲାଙ୍ଗିର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ତରଫରୁ ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆଦିବାସୀ ମାନଙ୍କ ଉଚ୍ଚକୋଟୀର ପାରମ୍ପରିକ କଳା,ସଂସ୍କୃତି,ଐତିହ୍ୟ,ଭାସ୍କର୍ଯ୍ୟ, ସ୍ଥାପତ୍ୟ, ଦେବଦେବୀ ପୀଠ, ନୃତ୍ୟ, ଗୀତ,ବାଦ୍ୟ,ସଙ୍ଗୀତ, ଭାଷା,ର ସୁରକ୍ଷା, ସଂରକ୍ଷଣ, ପୁନଃଉଦ୍ଧାର, ପ୍ରଚାର ପ୍ରସାର ପାଇଁ ଏହି ଉତ୍ସବ ଆୟୋଜିତ ହୋଇଥିଲା l ଏହି ସାଂସ୍କୃତିକ ଉତ୍ସବ ଆଦିବାସୀ କଳାକାର ମାନଙ୍କ ପ୍ରତିଭା କୁ ଚି଼ହ୍ନଟ କରି କଳାକାର ମାନଙ୍କୁ ସମ୍ମାନିତ କରିବା ଏକ ବଡ଼ ସଫଳତା ସୃଷ୍ଟି କରିଛି l ଆଦିବାସୀ ମାନେ ପ୍ରକୃତି ପ୍ରେମୀ l ଧରତୀ ପ୍ରକୃତ୍ତି, ଆଦିବାସୀ ପରସ୍ପର ପରିପୂରକ l ପ୍ରକୃତ୍ତି ସହିତ ଖାପ ଖୁଆଇ ଜୀବନଜୀବିକା ନିର୍ବାହ କରିବା ରେ ଆଦିବାସୀ ମାନେ ବେଶ ଖୁସି l ସୁଖରେ ଦୁଃଖ ରେ ପ୍ରକୃତି କୋଳ ରେ ନାଚି ଗାଇ ଖୁସିରେ ରହିବା କଳା ଉକ୍ତ ଉତ୍ସବ ରେ ପରିଲକ୍ଷିତ ହୋଇଥିଲା l ଆଦିବାସୀ କଳାକାର ମାନଙ୍କ ଆଜିର ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ କୃତି କଳାକାର ସାଂସ୍କୃତିକ ଦଳ ମାନଙ୍କୁ ମାନପତ୍ର ପ୍ରଦାନ କରି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସଭାପତି ଚନ୍ଦ୍ର ଶେଖର ବାଗ, ଉପସଭାପତି ଶ୍ରୀମତୀ ଲକ୍ଷ୍ମୀ ଶବର, ଉପଦେଷ୍ଟା ସଭ୍ୟ ଧରମ ସିଂ ଧରୁଆ, ସଂଯୋଜକ ଯଦୁମଣି ବରିହା, ସତ୍ୟଭାମା ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ପୁରସ୍କାର 2025 ରେ ସମ୍ମାନିତ ହେଲେ ଡା ରାଧାରାଣୀ ନାୟକ 

Sunil Chandra Nayak

Regional level Divyang Conference held at Rayagada

masiha

ପବିତ୍ର ଶ୍ରୀରାମ ନବମୀ ପାଳିତ

masiha

Leave a Comment

error: Content is protected !!