ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରୁ ପୁରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆଜି ଠାରୁ ଆରମ୍ଭ।

ଧର୍ମଗଡ ଠାରୁ ପୁରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆଜି ଠାରୁ ଆରମ୍ଭ।

ଧର୍ମଗଡ ଠାରୁ ପୁରୀ ପର୍ଯ୍ୟନ୍ତ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଆରମ୍ଭ ହୋଇଛି। ଏଥର ଧର୍ମଗଡ ଅଞ୍ଚଳବାସୀ ମାନେ ସିଧାସଳଖ ପୁରୀ ଯାଇ ଶ୍ରୀ ଜଗନ୍ନାଥ ଦର୍ଶନ କରିବା ସହ ଅନ୍ୟାନ୍ୟ ଆଧ୍ୟାତ୍ମିକ ରୀତିନୀତି ସଂପନ୍ନ କରିପାରିବେ।

ସୂଚନାଯୋଗ୍ୟ ଯେ,ପୁରୀରେ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ରାଜ୍ୟର ଜିଲ୍ଲା ସଦର ମହକୁମାଠାରୁ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଆରମ୍ଭ କରିଥିଲେ ସେହି ପରୀପ୍ରେକ୍ଷୀରେ ଧର୍ମଗଡ ସହର ରୁ ପୁରୀ ପାଇଁ ସିଧାସଳଖ କୌଣସି ବସ୍ ନ ଥିବାରୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଅନ୍ୟାନ୍ୟ ଆଧ୍ୟାତ୍ମିକ ରୀତିନୀତି ସମ୍ପନ୍ନ ପାଇଁ ଅଞ୍ଚଳ ବାସିନ୍ଦାଙ୍କ ପକ୍ଷରୁ ଧର୍ମଗଡ ରୁ ପୁରୀ ଏକ ସ୍ୱତନ୍ତ୍ର ବସ ଯୋଗାଇଦେବା ଦାବୀ କରି ଆସୁଥିଲେ। ଏନେଇ ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ଵରେ ସଂପାଦକ ଅରୁଣ କୁମାର ତାୟଲ, ବୈଦ୍ୟନାଥ ବେହେରା, ସୁନ୍ଦର ଅଗ୍ରୱାଲ, ଅନିଲ ଅଗ୍ରୱାଲ ପ୍ରମୁଖ ଗତ ଫେବୃଆରୀ ମାସ ୧ ତାରିଖରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଆଜି ଧର୍ମଗଡ ଅଞ୍ଚଳବାସିଙ୍କ ଦାବୀ ପୂରଣ ହୋଇଛି ଓ ଧର୍ମଗଡ ରୁ ଶ୍ରୀକ୍ଷେତ୍ର ଧାମ ପୁରୀ କୁ ଆଜି ଠାରୁ ବସ୍ ଚାଲିବ। ଉକ୍ତ ସୁପର ଲକ୍ ଜୁରୀ ଜଗନ୍ନାଥ ଏକ୍ସପ୍ରେସ ଭୋଲଭୋ ବସ ଧର୍ମଗଡ ରୁ ସନ୍ଧ୍ୟା ଘ ୭.୩୦ମିନିଟ ରେ ବାହାରି ଭବାନୀପାଟଣା, ମଦନପୁର ରାମପୁର, ଫୁଲବାଣୀ , ନୟାଗଡ, ଭୁବନେଶ୍ଵର ଦେଇ ପୁରୀ ରେ ସକାଳେ ପହଞ୍ଚିବ।

ଧର୍ମଗଡ ଅଞ୍ଚଳ ବାସୀଙ୍କ ବହୁ ପ୍ରତିକ୍ଷୀତ ସ୍ବପ୍ନ ପୂରଣ ହୋଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ ଙ୍କୁ ଅଞ୍ଚଳବାସି ଓ ଧର୍ମଗଡ ଚେମ୍ବର ଅଫ କମର୍ସ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଡ଼ିଆ ସାହିତ୍ୟକୁ ଭୁବନେଶ୍ୱର ବେହେରାଙ୍କ ଦାନ ଅତୁଳନୀୟ 

Sunil Chandra Nayak

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବିରେ ଅଧ୍ୟକ୍ଷା ଓ କାଉନସିଲର ମାନଙ୍କ ଅନଶନ

Sunil Chandra Nayak

ଆମପାଣି ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି ଶିବିର 

Leave a Comment

error: Content is protected !!