ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନେତାଜୀ ଯୁବକ ସଂଘ କୁରୁମପେଟା ତରଫରୁ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ନେତାଜୀ ଯୁବକ ସଂଘ କୁରୁମପେଟା ତରଫରୁ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

କୋଲନରା : :- ରାୟଗଡ଼ା ଜିଲ୍ଲା କାର୍ଲାକଣା ପଞ୍ଚାୟତ କୁରୁମପେଟା ଗ୍ରାମରେ ନେତାଜୀ ଯୁବକ ସଂଘ ତରଫରୁ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ହେଇଯାଇଛି। ମୁଖ୍ୟ ଅତିଥିଭାବେ ଜେକେ ଖାଗଜ କଳ ର ଲୋକ ସମ୍ପର୍କ ବିଭାଗ ଅଧିକାରୀ ସ୍ମୃର୍ତି ରେଖା କର, ସମାଜ ସେବୀ ମୂର୍ତ୍ତି ମିଣିଆକା,ନେତାଜୀ ଯୁବକ ସଂଘର ପୂର୍ବତନ ସଭାପତି ତଥା ଯୁବ ସାମ୍ବାଦିକ ସଦାନନ୍ଦ ପେଦେଣ୍ଟି ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ ।ପ୍ରଥମ ଉଦ୍‌ଘାଟନୀ ମ୍ୟାଚରେ ଜିଞ୍ଜିଲିବାଡ଼ି ଓ ବାସୁଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଜିଞ୍ଜିଲିବାଡ଼ି ଦଳ ଟସ୍ ଜିତି ପ୍ରଥମେ ଫିଲ୍ଡି ନିଷ୍ପରି ନେଇଥିଲେ।ବାସୁଗୁଡା ୧୨ ଓଭରରେ ୧୦ ଉଇକେଟରେ ୫୩ ରନ୍ କରିଥିଲା। ଏହି ରନକୁ ପିଛାକରି ଜିଞ୍ଜିଲିବାଡ଼ି ଦଳ ନିର୍ଦ୍ଧାରିତ ଓଭରରେ ୧୦ ଉଇକେଟରେ କେବଳ ୪୨ ରନ କରି ମ୍ୟାଚରେ ପରାଜୟ ହୋଇଛି । ଉକ୍ତ ମ୍ୟାଚକୁ ଅମ୍ପାୟର ଭାବେ ଟୁନା କାଡ୍ରାକା ଓ ରହିତ ପେଦେଣ୍ଟି ପରିଚାଳନା କରିଥିଲେ । ସ୍କରର ଭାବେ ସିଧାନ୍ତ ହିମିରିକା ଓ କମେଣ୍ଟେଟର ଭାବେ ମୁନା କାଡ୍ରାକା କାର୍ଯ୍ୟ ତୁଲାଇଥିଲେ । ଟୁର୍ନାମେଣ୍ଟରେ ୩୦ଟି ଦଳ ଭାଗ ନେଇଥିବା ବେଳେ ଆସନ୍ତା ୨୦ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଉକ୍ତ ଲିଗ୍ ଟୁର୍ନାମେଣ୍ଟକୁ ନେତାଜୀ ଯୁବକ ସଂଘ ଯୁବ ସଦସ୍ୟ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ଓ ସ‌ହ‌ଯୋଗ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡୋଭା ଗ୍ରାମରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

Sunil Chandra Nayak

ଚିଲିଗୁଡ଼ା କଲେଜରେ ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ରାଇଘର ମିନି ଷ୍ଟାଡିୟମରେ ହକି ବିଶ୍ଵକପ୍ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!