ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୋଗୀ ସାହିତ୍ୟ ସମ୍ମାନ ପାଇବେ ରସିକ ଚନ୍ଦ୍ର ବେହେରା ଓ ଯଦୁନାଥ ଜେନା

ସଂଯୋଗୀ ସାହିତ୍ୟ ସମ୍ମାନ ପାଇବେ

ରସିକ ଚନ୍ଦ୍ର ବେହେରା ଓ ଯଦୁନାଥ ଜେନା

ଘଟଗାଁ,୦୬/୪/୨୪: ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ପ୍ରସାର ପ୍ରଚାର କ୍ଷେତ୍ରରେ ଅଭିନବ ଚିନ୍ତାଧାରାରେ କାର୍ଯ୍ୟକ୍ରମ ମାନ ହାତକୁ ନେଇ ଦୈନନ୍ଦିନ ସାମାଜିକ ଜୀବନରେ ଏକ ବୈପ୍ଳବିକ ପରିବେଶ ସୃଷ୍ଟି କରୁଥିବା ସ୍ଥାନୀୟ କୁଣ୍ଡାପିଠାସ୍ଥ ସଂଯୋଗୀ ସାହିତ୍ୟ ସଂସଦ ତରଫରୁ ୨୦୨୩/୨୪ ବର୍ଷ ପାଇଁ ସମ୍ବର୍ଦ୍ଧନା ପାଇବାକୁ ଯାଉଥିବା ସାରସ୍ବତ ସ୍ରଷ୍ଟା ମାନଙ୍କ ନାମ ଘୋଷଣା କରାଯାଇଅଛି । ଅନୁଷ୍ଠାନର ସର୍ବଶ୍ରେଷ୍ଠ ସମ୍ମାନ ” ସଂଯୋଗୀ ସାହିତ୍ୟ ସମ୍ମାନ ” ରାଜ୍ୟ ସ୍ତରରେ ପାଇବେ ପଶ୍ଚିମାଞ୍ଚଳର ବିଶିଷ୍ଟ ସାହିତ୍ୟିକ, କବି ତଥା ବରଗଡ଼ ଜିଲ୍ଲାର କୋଶଳ ଭଞ୍ଜ କବି ରସିକ ଚନ୍ଦ୍ର ବେହେରା, ଜିଲ୍ଲାସ୍ତରରେ ପାଇବେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ଐତିହାସିକ, ଗବେଷକ, ନାଟ୍ୟକାର, ଗାଳ୍ପିକ, ଉପନ୍ଯାସିକ ତଥା ବିଶିଷ୍ଟ ସାହିତ୍ୟିକ ଯଦୁନାଥ ଜେନା( ବିପିନ୍ ବିହାରୀ ଦାସ ସ୍ମୃତି ସମ୍ମାନ) । ସେହିପରି ମା’ ତାରିଣୀ ସମ୍ମାନ ନାରାୟଣ ସାହୁ ସୁବର୍ଣ୍ଣପୁର, ସଂଯୋଗୀ ସମାଜସେବୀ ସମ୍ମାନ କମ୍ରେଡ୍ ନାରାୟଣ ଭୋଳ ଜଗତସିଂହପୁର, ସଂଯୋଗୀ ସଜଫୁଲ ସମ୍ମାନ କଣ୍ଡୁରୀ ଚରଣ ରାଉତ ବଲାଙ୍ଗୀର, ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ ସ୍ମୃତି ସମ୍ମାନ ଅକ୍ଷୟ କୁମାର ପଲେଇ କେନ୍ଦୁଝର, ସଜଫୁଲ ପ୍ରତିଭା ସମ୍ମାନ ମଧୁସୁଦନ ମହାପାତ୍ର ଯାଜପୁର, ଅପର୍ତ୍ତି ପଲେଇ ସ୍ମୃତି ସମ୍ମାନ କୈଳାସ ଚନ୍ଦ୍ର ତନ୍ତୀ କେନ୍ଦୁଝର, ଜଗନ୍ନାଥ ଦାଶ ସ୍ମୃତି ସମ୍ମାନ ରାମକୃଷ୍ଣ ଦାଶ କେନ୍ଦ୍ରାପଡ଼ା, ପଞ୍ଚାନନ ପଲେଇ ସ୍ମୃତି ସମ୍ମାନ ହିମାଂଶୁ ଶେଖର ଦାସ ମୟୁରଭଞ୍ଜ, ସଂଯୋଗୀ ସୌରଭ ସମ୍ମାନ ରିତେଶ କୁମାର ଦାଶ ଦେବଗଡ଼, ସଂଯୋଗୀ ଗୌରବ ସମ୍ମାନ- ମୌସୁମୀ ଶୁକ୍ଳା ଭୁବନେଶ୍ୱର, ସଂଯୋଗୀ ସାହିତ୍ୟ ସୃଜନୀ ସମ୍ମାନ ବିଜୟା କୁମାରୀ ବେହେରା ଆନନ୍ଦପୁର ଓ ତପନ କୁମାର ଦାଶ ହରିଚନ୍ଦନପୁର, ସଂଯୋଗୀ ବନ୍ଧୁ ସମ୍ମାନ ଭୀମସେନ ବଳ ପ୍ରମେୟ ପ୍ରତିନିଧି ଘଟଗାଁ, ସଂଯୋଗୀ କଳାକାର ସମ୍ମାନ ସୁଶ୍ରୀ ଭାଗ୍ଯଶ୍ରୀ ଦାସ ବରହାଟିପୁରା କେନ୍ଦୁଝରଙ୍କୁ ଆସନ୍ତା ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧନା ଦିଆଯିବ ।ଏହି ଅବସରରେ କେନ୍ଦୁଝର ତଥା ରାଜ୍ଯର ଜଣେ ପ୍ରଥିତଯଶା କବି, ସଂଗଠକ, ଶିଶୁ ସାହିତ୍ୟିକ, ସଂପାଦକ ସ୍ବର୍ଗତ କବିଜୀବନ ନୃସିଂହ ପ୍ରସାଦ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦିଆଯିବାକୁ ଥିବା ସମ୍ମାନ, ରାଜ୍ୟସ୍ତରରେ ପାଇବେ ବଲାଙ୍ଗୀର ଜିଲ୍ଲାର ଉଦୀୟମାନ ଯୁବକ, ନାଟ୍ୟକାର, ନିର୍ଦ୍ଦେଶକ ତଥା କଳାକାର ହୃଷୀକେଶ ଦାଶ, ଜିଲ୍ଲାସ୍ତରରେ ଜଣେ ଆଦର୍ଶ ଶିକ୍ଷକ ତଥା ପ୍ରୁଭ ରିଡର୍, ସଂଗଠକ ଓ କବି ସନ୍ତୋଷ କୁମାର ପତି, ପୀତାମ୍ବର ଶତପଥୀ ସ୍ମୃତି ସମ୍ମାନ ଚତୁର୍ଭୁଜ ପହି , କେନ୍ଦୁଝରଙ୍କୁ ସଂସଦ ମନୋନୀତ କରିଅଛି । ଏଥିସହ ୪ ଜଣ ଶ୍ରେଷ୍ଠ ବିଚାରକ, ୧୧ ଜଣ ସାରସ୍ୱତ ସ୍ରଷ୍ଟା ଏବଂ ଗଳ୍ପ ଓ କବିତା ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବା ୮ ଜଣ ପ୍ରତିଯୋଗୀଙ୍କୁ ଆଗାମୀ ଜୁନ ମାସ ୨୩ ତାରିଖ ଦିନ ଘଟଗାଁରେ ଅନୁଷ୍ଠିତ ହେବାକୁ ଯାଉଥିବା ବାର୍ଷିକୋତ୍ସବରେ ମାନପତ୍ର, ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ସମ୍ମାନିତ କରାଯିବ ବୋଲିି ଅନୁଷ୍ଠାନର ସଂପାଦକ ବାବୁଲାଲ ପଲେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।।

ବାଲେଶ୍ଵର ଏବଂ କେନ୍ଦୁଝରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

masiha

ଓଡିଆ ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ

Sunil Chandra Nayak

ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା 

Leave a Comment

error: Content is protected !!