ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରାକେଶ କୁମାର ମୁଦୁଲି ଙ୍କ କବିତା = ବାପା ମା ଆମ ଜୀବନ୍ତ ଠାକୁର 

ବାପା ମା ଆମ

         ଜୀବନ୍ତ ଠାକୁର 

   

ଯାହା ମୁଁ ଲେଖୁଛି ଆଜି ତୁମ ପାଇଁ 

              ସବୁତ ତୁମରି ଜ୍ଞାନ

ତୁମ ପରି ମୁଁ ବାପା ମା ପାଇ

         ହୋଇଗଲି ମୁଁ ଯେ ଧନ୍ୟ

ବାପା ମାଆ ପରି ଜୀବନ୍ତ ଠାକୁର

          ସଂସାରେ ମିଳିବେ ନାହିଁ

ସିଏ ଥିଲେ ସଦା ସଂସାର ଯେ ପୂର୍ଣ୍ଣ

          ତାଙ୍କ ସମ ହେବେ କାଇଁ

ତାଙ୍କ ଆଶ୍ରିବାଦ ଆମ ଜୀବନର

            ବଦଳାଏ ଗତି ପଥ

ସିଏ ଥିଲେ ପାଖେ ଭଲରେ ଚାଲଇ

           ଜୀବନର ଏଇ ରଥ

ଆମରି ରଥରେ ବାପା ଯେ ସାରଥୀ

           ଦେଖାନ୍ତି ସଠିକ୍ ମାର୍ଗ

ତାଙ୍କ ଦୋହିଁ ଙ୍କର ପାଦ ସ୍ପର୍ଶ କଲେ

              ପାଇଯିବ ଏଠି ସ୍ୱର୍ଗ

 ସ୍ୱର୍ଗ ଠାରୁ ବଡ଼ ସୁଖ ଏଠି ଥାଏ

           କରିଲେ ତାଙ୍କରି ସେବା 

ସେବା ନୋହେଁ ଏତ ଆମରି କର୍ତ୍ତବ୍ୟ

           ସବୁବେଳେ କରୁଥିବା 

ବାପା ମାଆ ଙ୍କର ସେବା କରିବାକୁ 

           ଏଇ ଯେ ଆମରି ଧର୍ମ

ସେଇ ଧର୍ମ ସଦା ରହିଥିବ ଜାରି

           ଭାବି ଯେ ଆମରି କର୍ମ

ରାକେଶ କୁମାର ମୁଦୁଲି

ମୁଗକଣି . ରାଜନଗର . କେନ୍ଦ୍ରାପଡ଼ା

ମୋ- 7606937614

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

ରାକେଶ ସାହୁ ଙ୍କ କବିତା // ମିଛେଇ ଝିଅ

Sunil Chandra Nayak

ସତ୍ୟ ସିଂ ବାଗ ଙ୍କ କବିତା = ଜୀବନ ସରିତା

Sunil Chandra Nayak

Leave a Comment

error: Content is protected !!