ସାହିତ୍ୟ ଅଗଣାରାକେଶ କୁମାର ମୁଦୁଲି ଙ୍କ କବିତା = ବାପା ମା ଆମ ଜୀବନ୍ତ ଠାକୁର by masihaApril 8, 2024017 Share2 ବାପା ମା ଆମ ଜୀବନ୍ତ ଠାକୁର ଯାହା ମୁଁ ଲେଖୁଛି ଆଜି ତୁମ ପାଇଁ ସବୁତ ତୁମରି ଜ୍ଞାନ ତୁମ ପରି ମୁଁ ବାପା ମା ପାଇ ହୋଇଗଲି ମୁଁ ଯେ ଧନ୍ୟ ବାପା ମାଆ ପରି ଜୀବନ୍ତ ଠାକୁର ସଂସାରେ ମିଳିବେ ନାହିଁ ସିଏ ଥିଲେ ସଦା ସଂସାର ଯେ ପୂର୍ଣ୍ଣ ତାଙ୍କ ସମ ହେବେ କାଇଁ ତାଙ୍କ ଆଶ୍ରିବାଦ ଆମ ଜୀବନର ବଦଳାଏ ଗତି ପଥ ସିଏ ଥିଲେ ପାଖେ ଭଲରେ ଚାଲଇ ଜୀବନର ଏଇ ରଥ ଆମରି ରଥରେ ବାପା ଯେ ସାରଥୀ ଦେଖାନ୍ତି ସଠିକ୍ ମାର୍ଗ ତାଙ୍କ ଦୋହିଁ ଙ୍କର ପାଦ ସ୍ପର୍ଶ କଲେ ପାଇଯିବ ଏଠି ସ୍ୱର୍ଗ ସ୍ୱର୍ଗ ଠାରୁ ବଡ଼ ସୁଖ ଏଠି ଥାଏ କରିଲେ ତାଙ୍କରି ସେବା ସେବା ନୋହେଁ ଏତ ଆମରି କର୍ତ୍ତବ୍ୟ ସବୁବେଳେ କରୁଥିବା ବାପା ମାଆ ଙ୍କର ସେବା କରିବାକୁ ଏଇ ଯେ ଆମରି ଧର୍ମ ସେଇ ଧର୍ମ ସଦା ରହିଥିବ ଜାରି ଭାବି ଯେ ଆମରି କର୍ମ ରାକେଶ କୁମାର ମୁଦୁଲି ମୁଗକଣି . ରାଜନଗର . କେନ୍ଦ୍ରାପଡ଼ା ମୋ- 7606937614